ଘରର ଏହି ଜାଗାରେ ଭୁଲରେବି ଲଗାନ୍ତୁ ନାହିଁ ଘଣ୍ଟା, ନଚେତ ଜୀବନ ସାରା ରହିପାରେ ଆର୍ଥିକ ଅସୁବିଧା

ବାସ୍ତୁଶାସ୍ତ୍ର ଅନୁସାରେ ସବୁ ମନୁଷ୍ୟଙ୍କ ଜୀବନର ସମସ୍ତ ଜିନିଷ ବହୁତ ମହତ୍ଵ ପୂର୍ଣ ହୋଇଥାଏ । ଯେମିତି କି ନୂଆ ଘର କିମ୍ବା ନୂଆ ଅଫିସ ଇତ୍ୟାଦି । ସେହିଭଳି ବ୍ୟକ୍ତି ସୁଖ ଓ ସମୃଦ୍ଧି ପାଇଁ ସମସ୍ତ କାମ ବାସ୍ତୁ ଅନୁସାରେ କରିଥାଏ । କହିବାକୁ ଗଲେ ବାସ୍ତୁ ବିଷୟରେ ସମସ୍ତେ ଜାଣିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଘଣ୍ଟା ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । କହିବାକୁ ଗଲେ ଉଚିତ ସ୍ଥାନରେ ଘଣ୍ଟା ନ ଲଗାଇବା ଦ୍ଵାରା ଆପଣ ସର୍ବଦା ଦରିଦ୍ରତା ମଧ୍ୟରେ ଘେରି ରହିବେ ।

ସାଧାରଣତଃ ଲୋକମାନେ ଘରର କୌଣସି ବି କାନ୍ଥରେ ଘଣ୍ଟା ଟାଙ୍ଗି ଦିଅନ୍ତି । ଯାହାକି ବାସ୍ତୁ ଅନୁସାରେ ଭୁଲ ଅଟେ । ଘରର କୌଣସି ବି ସ୍ଥାନରେ କିମ୍ବା କାନ୍ଥରେ ଘଣ୍ଟା ଟାଙ୍ଗିବା ପୂର୍ବରୁ କିଛି କଥା ପ୍ରତି ଧ୍ୟାନ ରଖିବା ଜରୁରୀ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ କାନ୍ଥରେ ଘଣ୍ଟା ଟାଙ୍ଗିବା ପାଇଁ କିଛି ସଠିକ ଦିଗ ବିଷୟରେ କୁହାଯାଇଛି । ଏହା ଛଡା କିଛି ସ୍ଥାନରେ ଘଣ୍ଟା ଲଗାଇବା ବି ବର୍ଜିତ ଅଟେ ବୋଲି କୁହାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ ଘଣ୍ଟା ଲଗାଇବା ଉଚିତ ।

ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ ଘଣ୍ଟା

ଘଣ୍ଟା ଯଦି ଆପଣଙ୍କ ଘରର ଦକ୍ଷିଣ ଦିଗରେ ଲାଗିଛି ତେବେ ଘଣ୍ଟାକୁ ସେଠାରୁ ନେଇ ଆସନ୍ତୁ । କାରଣ ଏହା ଆପଣଙ୍କ ପରିବାର ପାଇଁ ଭଲ ହୋଇ ନ ଥାଏ । ଏହା ଦ୍ଵାରା ଆପଣଙ୍କ ଘରର ମୁଖ୍ୟ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ ।

କବାଟ ଉପରେ ଲଗାନ୍ତୁ ନାହିଁ

ଆପଣଙ୍କ ଘରର ଯଦି କୌଣସି କବାଟ ଉପରେ ଘଣ୍ଟା ଲାଗିଛି ତେବେ ତାକୁ ଓଲ୍ହାଇ ଦିଅନ୍ତୁ । ଏହା ବାସ୍ତୁ ଶାସ୍ତ୍ର ଅନୁସାରେ ସଠିକ ନୁହେଁ । ଏହିଭଳି କରିବା ଦ୍ଵାରା ସେହି ଘଣ୍ଟା ତଳ ଦେଇ ଯାଉଥିବା ବ୍ୟକ୍ତି ଉପରେ ନକରାତ୍ମକ ଊର୍ଜାର ପ୍ରଭାବ ପଡିଥାଏ ।

ପୂର୍ବ ଦିଗରେ ଲଗାନ୍ତୁ ଘଣ୍ଟା

ଘଣ୍ଟା ପାଇଁ ସବୁଠୁ ଭଲ ଦିଗ ହେଉଛି ପୂର୍ବ ଦିଗରେ ଘଣ୍ଟା ଲଗାଇବା । ଯଦି ଆପଣଙ୍କ ଘରର ପୂର୍ବ ଦିଗରେ ଘଣ୍ଟା ଲାଗିଛି ତେବେ ଏହା ଦ୍ଵାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଯଦି ଆପଣ ଘଣ୍ଟାକୁ ପଶ୍ଚିମ ଦିଗରେ ଲଗାଇବେ ତେବେ ଘର ଲୋକମାନଙ୍କ ମନରେ ସର୍ବଦା ସକରାତ୍ମକ ବିଚାର ଆସିଥାଏ ।

ଶୁଭ ହୋଇଥାଏ ଏହି ଘଣ୍ଟା

ବାସ୍ତୁ ଅନୁସାରେ ଯଦି ଆପଣଙ୍କ ଘରେ ପେଣ୍ଡୁଲମ ବାଲା ଘଣ୍ଟା ଅଛି ତେବେ ଏହା ଆପଣଙ୍କ ପାଇଁ ଭଲ ହୋଇଥାଏ । ଏହା ଦ୍ଵାରା ଲୋକମାନଙ୍କ ଉନ୍ନତି ହୋଇଥାଏ ଓ ଆପଣଙ୍କୁ ଏହି ଘଣ୍ଟା କୁ ପଶ୍ଚିମ ଦିଗରେ ଲଗାଇବା ଉଚିତ ।

ବନ୍ଦ ଘଣ୍ଟା

ଯଦି ଆପଣଙ୍କ ଘରେ କୌଣସି ଏମିତି ଘଡି ଅଛି ଯାହା ବନ୍ଦ ହୋଇ ଯାଇଛି କିମ୍ବା ବନ୍ଦ ହୋଇ ଏଠି ସେଠି ପଡି ରହିଛି ତେବେ ସେହିଭଳି ଘଣ୍ଟା କୁ ତୁରନ୍ତ ବାହାରେ ଫୋପାଡି ଦିଅନ୍ତୁ । ଏହା ଦ୍ଵାରା ଘରକୁ ନକାରତ୍ମକ ଊର୍ଜା ଆସିଥାଏ ।  ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।