ସାରା ବିଶ୍ଵ ପାଇଁ ଏବେ ସବୁଠୁ ବଡ ଶତୃ ସାଜିଛି କରୋନା ଭାଇରସ । କରୋନାର ସମ୍ବନ୍ଧ ଏକ ଏମିତି ଭାଇରସ ପରିବାର ସହିତ ଅଟେ, ଯାହାର ସଂକ୍ରମଣରେ ଥଣ୍ଡା, ଜ୍ଵର ଓ ନିଶ୍ଵାସ ପ୍ରଶ୍ବାସରେ ସମସ୍ଯା ଦେଖା ଦେଇଥାଏ । ଏହି ଭାଇରସକୁ ପୂର୍ବରୁ କେବେ ବି ଦେଖା ଯାଇ ନଥିଲା । ଏହି ଭାଇରସର ସଂକ୍ରମଣ ଡିସେମ୍ବରରେ ଚୀନର ଊହାନ ସହରରୁ ଆରମ୍ଭ ହୋଇଥିଲା । ଏବେ ଏହା ସାରା ବିଶ୍ଵ ପାଇଁ ସଙ୍କଟ ସାଜିଛି । ଏ ପର୍ଯ୍ୟନ୍ତ ଏହି ଭାଇରସର ସଂକ୍ରମଣକୁ ଅଟକାଇବା ପାଇଁ କୌଣସି ଟୀକା ବାହାରି ନାହିଁ । ଏହି ଭାଇରସକୁ ବ୍ୟାପିବାରୁ ଅଟକାଇବାକୁ ହେଲେ ଏହାର ଲକ୍ଷଣକୁ ଜାଣି ସତର୍କ ରହିବା ଆବଶ୍ୟକ ।
ଏହି କାରଣରୁ ଭାରତର ପାଖାପାଖି ସମସ୍ତ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି । କିନ୍ତୁ କରୋନା ଭାଇରସକୁ ବ୍ୟାପିବାରୁ ଅଟକାଇବା ପାଇଁ ଉଠାଯାଇଥିବା ଏହି ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ କରୋନା ପଜିଟିଭ ଲୋକଙ୍କୁ ଖୋଜି ବାହାର କରିବା ଉଚିତ, ଏମାନଙ୍କ ସଂସ୍ପର୍ଶରେ ମଧ୍ୟ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଖୋଜି ବାହାର କରାଯିବା ଦରକାର । ଯାହାଫଳରେ ସେମାନଙ୍କୁ ଆଇସୋଲେଟ କରି ଭାଇରସ ସ୍ପ୍ରେଡକୁ ରୋକାଯାଇ ପାରିବ । ବିଶେଷଜ୍ଞମାନଙ୍କର ମାନିବା ଅଟେ କି କରୋନା ଭାଇରସରେ ସଂକ୍ରମିତ ହେଉଥିବା ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି । ଏ ପର୍ଯ୍ୟନ୍ତ ଏହି ଭାଇରସ ଦ୍ଵାରା ବୃଦ୍ଧ ଲୋକଙ୍କର ମୃତ୍ୟୁହାର ସବୁଠୁ ଅଧିକ ଅଟେ ।
ଭାରତ ଅପଡେଟ – ୩୦ ମାର୍ଚ୍ଚ ରାତି ୮:୦୦ ପର୍ଯ୍ୟନ୍ତ
କରୋନାଭାଇରସ ସଂକ୍ରମଣ: ୧୨୬୩
ମୃତ୍ୟୁ: ୩୨
କରୋନାଭାଇରସ ସଂକ୍ରମଣ: ୭,୪୧,୭୭୪ (ୱାର୍ଲ୍ଡ ୱାଇଡ)
ମୃତ୍ୟୁ: ୩୫,୩୩୪
ସୁସ୍ଥ ହେଇ ସାରିଲେଣି: ୧,୫୬,୬୦୨
ଟୋଟାଲ ଆକ୍ଟିଭ କେସ: ୫,୪୯,୮୩୮
ନର୍ମାଲ କଣ୍ଡିସନ: ୫,୨୧,୩୬୭ ସିରିଅସ ବା କ୍ରିଟିକଲ: ୨୮,୪୭୧
କ୍ରମିକ ସଂଖ୍ୟା | ଦେଶ | ସଂକ୍ରମିତ ରୋଗୀ ସଂଖ୍ୟା | ମୃତ | ସୁସ୍ଥ ହେଇ ସାରିଲେଣି |
୧ | ଆମେରିକା | ୧୪୪୨୮୦ | ୨୫୯୭ | ୪୫୭୩ |
୨ | ଇଟାଲୀ | ୯୭୬୮୯ | ୧୦୭୭୯ | ୧୩୦୩୦ |
୩ | ଚୀନ | ୮୧୪୭୦ | ୩୩୦୪ | ୭୫୭୦୦ |
୪ | ସ୍ପେନ | ୮୫୧୯୫ | ୭୩୪୦ | ୧୬୭୮୦ |
୫ | ଜର୍ମାନୀ | ୬୩୯୨୯ | ୫୬୦ | ୯୨୧୧ |
୬ | ଇରାନ | ୪୧୪୯୫ | ୨୭୫୭ | ୧୩୯୧୧ |
୭ | ବ୍ରିଟେନ | ୧୯୫୨୨ | ୧୪୧୫ | ୧୩୫ |
୮ | ସୁଇଜରଲ୍ୟାଣ୍ଡ | ୧୫୫୨୬ | ୩୩୩ | ୧୮୨୩ |
୯ | ବେଲଜିୟମ | ୧୧୮୯୯ | ୫୧୩ | ୧୫୨୭ |
୧୦ | ନେଦରଲ୍ୟାଣ୍ଡ | ୧୧୭୫୦ | ୮୬୪ | ୨୫୦ |
୧୧ | ଦକ୍ଷିଣ କୋରିୟା | ୯୬୬୧ | ୧୫୮ | ୫୨୨୮ |
୨୮ | ପାକିସ୍ତାନ | ୧୬୫୦ | ୨୦ | ୨୯ |
୩୮ | ଭାରତ | ୧୨୬୩ | ୩୨ | ୧୦୪ |
COVID-19 ବିଶ୍ୱ ମାନଚିତ୍ର ଟ୍ରାକର