ରିସର୍ଚରେ ଦାବି – ଭାରତ ପାଇଁ ୪୯ ଦିନର ଲକଡାଉନ ବହୁତ ଜରୁରୀ

କେମ୍ବ୍ରିଜ ବିଶ୍ଵବିଦ୍ୟାଳୟର ଭାରତୀୟ ଦେଶର ରିସର୍ଚ କରୁଥିବା ବ୍ୟକ୍ତିମାନେ ଏକ ରିସର୍ଚରେ କହିଛନ୍ତି କି ଭାରତକୁ ୪୯ ଦିନ ପର୍ଯ୍ୟନ୍ତ ପୁରା ଦେଶବ୍ୟାପି ଲକଡାଉନ କିମ୍ବା ଦୁଇ ମାସରେ ସମୟ ସମୟରେ ଲକଡାଉନ ବନ୍ଦ କରିବା ସହିତ ଲଗାତାର ଲକଡାଉନ ରଖିବା ଜରୁରୀ ଅଟେ । ଭାରତକୁ କରୋନା ପୁଣିଥରେ ଫେରିବା ରାସ୍ତାକୁ ବନ୍ଦ କରିବା ସବୁଠୁ ଜରୁରୀ ବୋଲି କୁହାଯାଇଛି । କହିଦେଉଛୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକଡାଉନ ଘୋଷିତ କରିଛନ୍ତି । ଏହି ଲକଡାଉନର ମୁଖ୍ୟ ଉଦ୍ଦେଶ୍ୟ ସାମାଜିକ ଦୂରତା ରଖିବା ପାଇଁ ଲାଗୁ କରାଯାଇଛି , ଯାହା ଦ୍ଵାରା କାରୋନା ଭାଇରସକୁ ତୃତୀୟ ସ୍ଟେଜରେ ଯିବା ପାଇଁ ରୋକା ଯାଇ ପାରିବ ।

ଭାରତର ଜନସଂଖ୍ୟାକୁ ସାମିଲ କରାଯାଇଛି ରିସର୍ଚରେ

ଏଜ ସ୍ଟ୍ରକ୍ଚର ଇମ୍ପ୍ୟାକ୍ଟ ଅଫ ସୋସିଆଲ ଡିଷ୍ଟାସିଂଗ ଅନ ଦ କୋବିଡ-19 ଏପିଡେମିକ ଇନ ଇଣ୍ଡିଆ’ ଟାଇଟେଲ ବାଲା ରିସର୍ଚ ପେପରରେ ଭାରତର ଜନସଂଖ୍ୟା ଓ ସୋସିଆଲ କନ୍ଟାକ୍ଟ ସ୍ଟ୍ରକ୍ଚରକୁ ସାମିଲ କରାଯାଇଛି । ଏହା ଏକ ଗଣିତୀୟ ମଡେଲ ଅଟେ । ଏହି ମହାମାରୀକୁ ରୋକିବା ପାଇଁ ସାମାଜିକ ଦୂରତା ବହୁତ ଜରୁରୀ ଅଟେ । ୨୧ ଦିନର ଲକଡାଉନ ପରେ ବି ଯଦି ଏହା ବଢିପାରେ ସେଥିପାଇଁ ଭାରତକୁ ଆହୁରି ୪୯ ଦିନ ପର୍ଯ୍ୟନ୍ତ ଲକଡାଉନ କରାଯିବା ଜରୁରୀ ଅଟେ ।

ସାମାଜିକ ଦୂରତା ସବୁଠୁ ଅଧିକ ଜରୁରୀ

ଏହି ଭାଇରସର କୌଣସି ଚିକିତ୍ସା ନ ଥିବା କାରଣରୁ ବହୁତ ଜରୁରୀ ଅଟେ କି ନିଜ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା । ସାମାଜିକ ସଙ୍ଗତି ଗମ୍ଭୀର ରୂପରେ ଏହି ସଂକ୍ରମଣକୁ ପ୍ରସାର କରିଥାଏ । ଏହି ଅଧ୍ୟୟନରେ ସାମାଜିକ ଦୂରତା ଉପାୟରେ କାର୍ଯ୍ୟସ୍ଥଳରେ ଅନୁପସ୍ଥିତ, ସ୍କୁଲ ବନ୍ଦ କରିବା, ଲକଡାଉନ ଓ ଏହାର ଅବଧି ସହିତ ତାଙ୍କର ପ୍ରଭାବକାରିତାକୁ ଆକଳନ କରାଯାଇଛି ।

ଭାରତରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ପଶ୍ଚିମ ବଙ୍ଗର କାଲିମପୋଂଗ ର ୪୪ ବର୍ଷୀୟ ମହିଳାଙ୍କର ମୃତ୍ୟୁ ପରେ ଭାରତରେ ବର୍ତ୍ତମାନ କରୋନା ମୃତ୍ୟୁ ସଂଖ୍ୟା ୩୨ ରେ ପହଞ୍ଚିଛି । ପଶ୍ଚିମ ବଙ୍ଗର କାଲିମପୋଂଗ ୪୪ ବର୍ଷ ମହିଳା କରୋନା ସଂକ୍ରମିତ ଥିଲେ । ନର୍ଥ ବଙ୍ଗାଲ ମେଡିକାଲ କଲେଜରେ ତାଙ୍କର ଚିଲିତ୍ସା ଚାଲୁଥିଲା । କିନ୍ତୁ ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇ ଯାଇଛି । କରୋନା ଭାଇରସ କାରଣରୁ ପଶ୍ଚିମ ବଙ୍ଗରେ ଏହା ଦ୍ଵିତୀୟ ମୃତ୍ୟୁର ଘଟଣା ଅଟେ ।