କାନପୁର ରୁ ରେଫର ହୋଇ ଜିଲ୍ଲା ହସ୍ପିଟାଲ ଅକବରପୁର ପହଞ୍ଚି ଥିବା ଦୁଇ ଯୁବକଙ୍କ ମଧ୍ୟରେ କରୋନା ଭାଇରସ ସହ ଜଡିତ କିଛି ଲକ୍ଷଣ ମିଳିଛି । ଏମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ସାଉଦି ଆରବରୁ ଆସିଥିଲା ଓ ସେ ଶତାବ୍ଦୀ ବସରେ ବସି ପୁନା ଠାରୁ ଶ୍ରାବସ୍ତୀ ଯାଉଥିଲା । ତାକୁ ପୂର୍ବରୁ ହିଁ ଥଣ୍ଡା, ଜ୍ଵର ଓ କାଶ ଥିଲା । ସୋମବାର ଦିନ ଯେତେବେଳେ ବସ ଯମୁନା ନଦୀର କାଲପୀ ପୁଲ ପାର କରିବାକୁ ଲାଗିଲା ତେବେ ସେ ବସ ପରିଚାଳକ ଓ ଯାତ୍ରୀମାନଙ୍କୁ ତାହାର ନିଶ୍ଵାସ ବନ୍ଦ ହୋଇ ଯାଉଛି ବୋଲି କହିଲା ।
ଏହା ପରେ ସକାଳ ୪.୩୦ରେ ପୁଖରାଯାଂର ସିଖମାପୁର ମୋଡ଼ ଉପରେ ପହଞ୍ଚି ବସର ଡ୍ରାଇଭର ସେହି ବ୍ୟକ୍ତିକୁ ବସରୁ ଓଲ୍ହାଇ ଦେଲେ । ଏହା ପରେ ବସ ଚାଲିଗଲା ଓ ବ୍ୟକ୍ତିଟି ସେହି ସ୍ଥାନରେ ଯନ୍ତ୍ରଣାରେ ଚିତ୍କାର କରୁଥିଲା । ଏହିଭଳି ଅବସ୍ଥା ଦେଖି ଭୋଗୀ ସାଗର ଗ୍ରାମର ନିବାସୀ ଏକ ଯୁବକ ସେହି ବ୍ୟକ୍ତିକୁ ପାଖରେ ଥିବା ଏକ ହସ୍ପିଟାଲ ମମତା ନର୍ସିଂଗ ହୋମରେ ପହଞ୍ଚାଇ ଦେଲା ।
ଏହା ପରେ ସୂଚନା ମିଳିବା ପରେ ଜିଲ୍ଲାର ସଂକ୍ରମଣ ଟିମ ସେହି ହସ୍ପିଟାଲରେ ପହଞ୍ଚି ଗଲେ ଓ ସେହି ବ୍ୟକ୍ତି ସହିତ ତାକୁ ସାହାର୍ଯ୍ୟ କରିଥିବା ଯୁବକକୁ ବି ନିଜ ସହିତ ନେଇଗଲେ । କୁହାଯାଉଛି କି ଯେଉଁ ବସରେ ସେହି ରୋଗୀ ଜଣକ ଯାତ୍ରା କରୁଥିଲା, ସେଥିରେ ୭୨ ଜଣ ଯାତ୍ରା କରୁଥିଲେ । ସେହି ବସରେ ସାଉଦି ଆରବରୁ ଆସିଥିବା ତାହାର ସାଥି ବି ଥିଲା ।
ଖବର ଏହା ଅଟେ କି କାନପୁର ନଗର ସଚେଂଡୀ ପାଖରେ ବସକୁ ଅଟକାଇ ଦିଆ ଯାଇଛି । ଅନ୍ୟ ପଟେ ମମତା ନର୍ସିଂଗ ହୋମକୁ ଖାଲି କରି ଦିଆଯାଇଛି । ଏହା ଛଡା ମମତା ନର୍ସିଂଗ ହୋମର କର୍ମଚାରୀମାନଙ୍କୁ ହସ୍ପିଟାଲରୁ ବାହାର କରି ଦିଆ ଯାଇଛି ଓ ଏହା ସହିତ ହସ୍ପିଟାଲ ପ୍ରବନ୍ଧନକୁ ସୂଚନା ଦିଆ ଯାଇଛି କି ସ୍ୟାନିଟାଇଜ କରିବା ପାଇଁ ଟିମ ଆସିବା ପରେ ହିଁ ସମସ୍ତେ ହସ୍ପିଟାଲରେ ପ୍ରବେଶ କରିବେ ।
ଅନ୍ୟ ପଟେ ଦୁଇ ଯୁବକକୁ ଜିଲ୍ଲାର ହସ୍ପିଟାଲ ଅକବରପୁର କୁ ରେଫର କରି ଦିଆଗଲା, ଯେଉଁଠି ତାଙ୍କର ଅବସ୍ଥା ପୂର୍ବରୁ ବି ଅଧିକ ଖରାପ ହୋଇ ଯାଇଥିଲା । ଈଏମଓ ଡା. ପବନ ପାର୍ୟା କହିଛନ୍ତି କି ଅକବରପୁରରେ ସେମାନଙ୍କୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଆଇସୋଲେସନରେ ରଖା ଯାଇଥିଲା । ସ୍ଥିତିରେ କିଛି ସୁଧାର ନ ଆସିବାରୁ ସେମାନଙ୍କୁ କାନପୁର କୁ ରେଫର କରି ଦିଆ ଯାଇଛି । ସେ କହିଲେ କି ଦୁଇ ଜଣଙ୍କ ମଧ୍ୟରେ କରୋନା ସହ ସମ୍ବନ୍ଧିତ ଲକ୍ଷଣ ମିଳିଛି । ପରୀକ୍ଷଣ ପରେ ସଠିକ ସ୍ଥିତି ବିଷୟରେ ଜଣା ପଡିବ ।