ଜଣା ପଡିବା ପରେ ମଧ୍ୟ ଦିଲ୍ଲୀରୁ ଅମୃତସର ପହଞ୍ଚିଲା କରୋନା ପଜିଟିବ, ୪୧ ଜଣ ଲୋକଙ୍କ ଜୀବନକୁ ପକାଇଲା ସଙ୍କଟରେ

କରୋନା ଭାଇରସ ସଂକ୍ରମିତ ଗୁରୁ ର ବଡାଲୀ ନିବାସୀ ୩୬ ବର୍ଷୀୟ ବ୍ୟକ୍ତିର ଭୁଲର ପରିଣାମ ବର୍ତ୍ତମାନ ପଞ୍ଜାବର ୪୧ ଲୋକମାନଙ୍କୁ ଭୋଗିବାକୁ ପଡିବ । ୧୯ ମାର୍ଚ୍ଚରେ ଶତାବ୍ଦୀ ଏକ୍ସପ୍ରେସ ଜରିଆରେ ପହଞ୍ଚି ଥିବା ଏହି ବ୍ୟକ୍ତିକୁ ଜଣା ଥିଲା କି ତାହା ମଧ୍ୟରେ କରୋନାର ଲକ୍ଷଣ ଅଛି । ଏହା ସତ୍ତ୍ୱେ ବି ସେ ଦିଲ୍ଲୀରୁ ଶତାବ୍ଦୀ ଏକ୍ସପ୍ରେସ ଟ୍ରେନ ଦ୍ଵାରା ପଞ୍ଜାବ ପହଞ୍ଚିଲା । ଏହା ପୂର୍ବରୁ ଏହି ବ୍ୟକ୍ତି ଦିଲ୍ଲୀର ଏକ ହୋଟେଲରେ ବି ରହିଥିଲା ।

ହୋଟେଲରୁ କ୍ୟାବ ଜରିଆରେ ସେ ଦିଲ୍ଲୀର ରେଲୱେ ଷ୍ଟେସନରେ ପହଞ୍ଚିଲା । ଶତାବ୍ଦୀ ଏକ୍ସପ୍ରେସ ର ସି – ୨ କୋଚରେ ବସି ଅମୃତସର ଆସିଥିବା ଏହି ବ୍ୟକ୍ତି ପାଖରେ ଜଲଂଧର, ଲୁଧିୟାନା, ସରହିଂଦ, ବ୍ୟାସ ଓ ଅମୃତସରର ୪୧ ଜଣ ଲୋକ ଯାତ୍ରା କରୁଥିଲେ । ସ୍ୱାସ୍ଥ୍ୟ ବିଭାଗ ଏହି ବ୍ୟକ୍ତି ସହ ଯାତ୍ରା କରୁଥିବା ୩୯ ଜଣ ଲୋକଙ୍କୁ ଖୋଜି ବାହାର କରିଛନ୍ତି । ଏହା ପରେ ଏହି ସମସ୍ତ ବ୍ୟକ୍ତିଙ୍କୁ ଘରେ ହିଁ କ୍ୱାରଂଟୀନ କରି ଦିଆ ଯାଇଛି ।

ଏହା ସହିତ ସ୍ୱାସ୍ଥ୍ୟ ବିଭାଗ ସମସ୍ତଙ୍କୁ ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଘରେ ରହିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ଓ ଏମାନଙ୍କ ମଧ୍ୟରୁ କାହାକୁ ବି ଥଣ୍ଡା କାଶ ଭଳି ଲକ୍ଷଣ ନଜର ଆସିଲେ ତାଙ୍କୁ ଆଇସୋଲେଟ କରି ଦିଆଯିବ । ଅନ୍ୟ ଅପଟେ ଅନ୍ୟ ଦୁଇ ଜଣ ବ୍ୟକ୍ତି ବ୍ୟାସ ର ଅଟନ୍ତି । ଏମାନେ ବୁକିଙ୍ଗ କରିବା ସମୟରେ ଯେଉଁ ଠିକଣା ଦେଇଥିଲେ ତାହା ଭୁଲ ବାହାରିଛି । ସରକାରୀ ବିଭାଗ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ପହଞ୍ଚି ପାରି ନାହାନ୍ତି ।

ଏମାନଙ୍କୁ ଖୋଜିବା ପାଇଁ ରେଳ ବିଭାଗକୁ ସେମାନଙ୍କ ଫଟୋ ମଗା ଯାଇଛି । ସିବିଲ ସର୍ଜନ ଡା. ପ୍ରଭଦୀପ କୌର ଜୌହଲଙ୍କ ଅନୁସାରେ ଏହି ସମସ୍ତ ବ୍ୟକ୍ତିକୁ ଖୋଜିବା ବହୁତ ମୁସ୍କିଲ ଥିଲା ଓ ବହୁତ ଜରୁରୀ ଥିଲା । ବର୍ତ୍ତମାନ ସମସ୍ତେ ନିଜକୁ କ୍ୱାରଂଟୀନ କରି ନେଇଛନ୍ତି । କିନ୍ତୁ ବ୍ୟାସରେ ରହୁଥିବା ଦୁଇ ଜଣ ବ୍ୟକ୍ତିଙ୍କ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବି ଜଣା ପଡି ନାହିଁ ।

ଟିଟି ସହିତ ଚାରି ଜଣ କର୍ମଚାରୀଙ୍କୁ ବି ଘରେ କ୍ୱାରଂଟୀନ

ଶତାବ୍ଦୀର ସି – ୨ କୋଚରେ ଯାତ୍ରା କରୁଥିବା ଟିଟି, ଖାଦ୍ୟ ଦେଉଥିବା କର୍ମଚାରୀଙ୍କୁ ବି ଘରେ କ୍ୱାରଂଟୀନ କରିବାର ଆଦେଶ ଜାରି କରି ଦିଆ ଯାଇଛି । ଟିଟି ସମସ୍ତ ୪୧ ଜଣ ଲୋକଙ୍କ ଟିକେଟକୁ ଚେକ କରିଥିଲେ । ଏହା ସହିତ କୋଚରେ ବସି ଚା ବି ପିଇ ଥିଲେ ।

୨୧ ମାର୍ଚ୍ଚରେ ହୋଇଥିଲା ପଜିଟିବ ହେବାର ପୃଷ୍ଟି

ଅମୃତସର ର ଗୁରୁ ର ବଡାଲୀରେ ରହୁଥିବା ଏହି ବ୍ୟକ୍ତି ଜଣକ ଜାଣି ଥିଲା କି ତାକୁ ଜ୍ଵର ହୋଇଛି । ସେ ଅମୃତସରରେ ରହୁଥିବା ନିଜର ପରିବାର ଲୋକଙ୍କୁ ବି ଦିଲ୍ଲୀରୁ ଫୋନ କରି ଏହା ବିଷୟରେ ସୂଚିତ ମଧ୍ୟ କରିଥିଲା । ଏହା ସତ୍ତ୍ୱେ ବି ସେ ଶତାବ୍ଦୀର କୋଚ ନମ୍ବର ସି – ୨ରେ ବସି ଅମୃତସର ପହଞ୍ଚିଲା । କିନ୍ତୁ ତାଙ୍କର ପରିବାର ଲୋକମାନେ ଏହାର ସୂଚନା ସ୍ୱାସ୍ଥ୍ୟ ବିଭାଗକୁ ଦେଇଦେଲେ ।

ସେଥିପାଇଁ ତାକୁ ରେଲୱେ ଷ୍ଟେସନରୁ ହିଁ ଆମ୍ବୁଲାନ୍ସରେ ବସାଇ ଶ୍ରୀ ଗୁରୁନାନକ ଦେବ ହସ୍ପିଟାଲର ଆଇସୋଲେନ ୱାର୍ଡରେ ଭର୍ତ୍ତି କରି ଦିଆ ଯାଇଛି । ୨୧ ମାର୍ଚ୍ଚ ର ରିପୋର୍ଟରେ ଏହି ବ୍ୟକ୍ତିକୁ କରୋନା ପଜିଟିବ ଅଛି ବୋଲି ପୃଷ୍ଟି କରାଯାଇଥିଲା ।