ବାସ୍ତୁ ଶାସ୍ତ୍ର: ଘରେ ସୁଖ ଓ ସମୃଦ୍ଧି ଭରିଦେବ ମାଟିର ଏହି ଜିନିଷ, ଆର୍ଥିକ ସଙ୍କଟ ହେଇଯିବ ଦୂର

ବାସ୍ତୁ ଶାସ୍ତ୍ରରେ ବହୁତ କିଛି କଥା ଉଲ୍ଲେଖ ହୋଇଛି, ଯାହା ସବୁ ବ୍ୟକ୍ତିଙ୍କ ଜୀବନରେ ସମସ୍ୟାକୁ ଦୂର କରିପାରିବ । ଯଦି ଶାସ୍ତ୍ରରେ କୁହାଯାଇଥିବା ଏହି ସବୁ କଥା ଗୁଡିକୁ ବ୍ୟକ୍ତି କାର୍ଯ୍ୟକାରୀ କରାଇବ, ତେବେ ବ୍ୟକ୍ତି ତାର ସବୁ ସମସ୍ୟାକୁ ଦୂର କରିପାରିବ । ଆମ ଘରେ ପ୍ରାୟତଃ ବହୁତ ଗୁଡିଏ ଜିନିଷ ରହିଛି, ଏହି ଜିନିଷ ଗୁଡିକ ମଧ୍ୟରୁ କିଛି ଜିନଷକୁ ଶୁଭ ଓ ଅନ୍ୟ କିଛି ଜିନିଷକୁ ଅଶୁଭ ମାନିଥାନ୍ତି । ହେଲେ ଆଜି ଆମେ ଆପଣଙ୍କୁ ମାଟିର ଏମିତି କିଛି ବସ୍ତୁ ବିଷୟରେ କହିବୁ ଯାହା ଘରେ ରହିଲେ ବହୁତ ଶୁଭ ହୋଇଥାଏ । ଏହି ଜିନିଷ ଗୁଡିକ ଘରେ ସୁଖ ଓ ସମୃଦ୍ଧିକୁ ବୃଦ୍ଧି କରାଇଥାଏ । ତେବେ ଆସନ୍ତୁ ଜାଣିବା ମାଟିର ଏହି ଜିନିଷ ଗୁଡିକ ବିଷୟରେ ।

ମାଟିର ମୂର୍ତ୍ତି-

ବାସ୍ତୁ ଶାସ୍ତ୍ର ଅନୁସାରେ ବଜାରରେ ମିଳୁଥିବା ପ୍ଲାଷ୍ଟିକ ଓ ପେରିସର ମୂର୍ତ୍ତି ଗୁଡିକ ଅଧିକ ସୁନ୍ଦର ଦେଖାଯାଇଥିଲେ ମଧ୍ୟ, ଘରର ସମୃଦ୍ଧି ପାଇଁ ଏହି ସବୁ ଜିନିଷକୁ ଘରକୁ ଆଣିବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ମାଟିର ମୂର୍ତ୍ତିକୁ ଘରେ ପୂଜା ପାଇଁ ରଖିବା ଉଚିତ । ଏହା ଦ୍ଵାରା ଘରେ ସୁଖ ଓ ସମୃଦ୍ଧି ଆସିଥାଏ ।

ମାଟି କୁଣ୍ଡ-

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ମାଟିର କୁଣ୍ଡ ରଖିବା ବହୁତ ଶୁଭ ହୋଇଥାଏ । ହେଲେ ଆଜିକାଲି ଅଧିକାଂଶ ଲୋକ ପ୍ଲାଷ୍ଟିକର କୁଣ୍ଡକୁ ବଜାରରୁ ଆଣି ବ୍ୟବହାର କରୁଛନ୍ତି । କିନ୍ତୁ ଏହି ପ୍ଲାଷ୍ଟିକ କୁଣ୍ଡ ଘରର ସମୃଦ୍ଧି ପାଇଁ ଅନୁପଯୋଗୀ ହୋଇଥାଏ । ତେଣୁ ଆପଣ ନିଜ ଘରକୁ ସୁଖ ଓ ସମୃଦ୍ଧିରେ ଭରିବା ପାଇଁ ମାଟି କୁଣ୍ଡ ଆଣନ୍ତୁ ।

ମାଟିର ମାଠିଆ-

ମାଟିର ମାଠିଆକୁ ଘରେ ରଖିଲେ ବହୁତ ଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଏହା ସହ ଜଡିତ ବହୁତ ନିୟମ କୁହାଯାଇଛି । ସେହି ନିୟମ ଗୁଡିକୁ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଯଦି ଆପଣ ନିଜ ଘରେ ମାଟିର ମାଠିଆ ରଖୁଛନ୍ତି, ତେବେ ସେହି ମାଠିଆକୁ କେବେ ଖାଲି ରଖନ୍ତୁ ନାହିଁ । ମାଠିଆରେ ଗରମ ଦିନରେ ପାଣି ଭରି ରଖିବା ଉଚିତ । ଆପଣ ଶୀତ ଋତୁରେ ଏଥିରେ ଗହମ ଭରି ରଖିପାରିବେ ।

ମାଟିର ଦୀପ-

ଯେତେବେଳେ ଘରେ କୌଣସି ପୂଜା କରାଯାଏ, ସେତେବେଳେ ଘରର ଅଗଣାରେ ଦୀପ ନିଶ୍ଚିନ୍ତ ଜଳା ହୋଇଥାଏ । ଏହା ଛଡା ଅଧିକାଂଶ ଲୋକ ନିଜ ପୂଜା ଘରେ ଲାଇଟର ବ୍ୟବହାର କରିଥାନ୍ତି । ହେଲେ ଯଦି ଆପଣ ମାଟିର ଦୀପ ନିଜ ପୂଜା ଘରେ ବ୍ୟବହାର କରିବେ, ତେବେ ଏହା ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିବ । ମାଟିର ଦୀପ ଘରେ ସକରାତ୍ମକ ବାତାବରଣ ଆଣିଥାଏ । ତେଣୁ ଘରେ କେବଳ ମାଟି ଦୀପର ବ୍ୟବହାର କରନ୍ତୁ ।