ବାସ୍ତୁକଳାର ଅଦ୍ଭୁତ ନମୁନା ଅଟେ ଶିବାଜିଙ୍କ ଦ୍ଵାରା ତିଆରି ହୋଇଥିବା ଏହି ୬ ଟି କିଲା, ଦେଖନ୍ତୁ

ଛତ୍ରପତି ଶିବାଜି ମହାରାଜଙ୍କୁ କିଲା ବହୁତ ପସନ୍ଦ ଥିଲା । ସେ ତାଙ୍କର ଶାସନ କାଳରେ ଏମିତି କିଛି କିଲାର ନିର୍ମାଣ କରିଛନ୍ତି, ଯାହା ବର୍ତ୍ତମାନ ମଧ୍ୟ ସେମିତି ରହିଛି । ୧୬୩୦ ମସିହା ଫେବୃୟାରି ୧୯ରେ ଜନ୍ମ ହୋଇଥିବା ଶିବାଜି ମହାରାଜଙ୍କର ବହୁତ ସମ୍ମାନ ଥିଲା । ସେ ବହୁତ ସାହସୀ ଓ ବୀର ଥିଲେ । ଆଜି ଆମେ ଆପଣମାନଙ୍କୁ ଛତ୍ରପତି ଶିବାଜିଙ୍କ ଦ୍ଵାରା ହୋଇଥିବା କିଲା ଗୁଡିକ ବିଷୟରେ କହିବୁ, ତେବେ ଆସନ୍ତୁ ଜାଣିବା ଏହି କିଲା ଗୁଡିକ ବିଷୟରେ ।

ପ୍ରତାପ ଗଡ କିଲା-

ଏହି କିଲାଟି ମହାରାଷ୍ଟ୍ରର ସତାରାରେ ରହିଛି । ଏହି କିଲା ପ୍ରତାପ ଗଡରେ ହୋଇଥିବା ଯୁଦ୍ଧ ପାଇଁ ମଧ୍ୟ ପରିଚିତ । ଶିବାଜି ନିରା ଓ କୋୟନା ନଦୀରୁ ରାଜ୍ୟର ସୁରକ୍ଷା ଦେବା ପାଇଁ ଏହି କିଲା କରିଥିଲେ । ସମୁଦ୍ରତଳୁ ୧୦୦୦ ମିଟର ଉଚ୍ଚତାରେ ରହିଛି ଏହି ପ୍ରତାପ ଗଡର କିଲା । ଏହି କିଲା ୧୬୬୫ ମସିହାରେ ନିର୍ମାଣ ହୋଇଥିଲା । ଏହି କିଲାରେ ଶିବାଜି ଓ ଆଫଜଲ ଖାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା, ଯେଉଁଥିରେ ଶିବାଜି ଜିତିଥିଲେ ।

ଲୌହ ଗଡ ଦୁର୍ଗ-

ମହାରାଷ୍ଟ୍ରର ପାହାଡୀ କିଲା ମଧ୍ୟରୁ ଗୋଟେ ହେଉଛି ଲୌହ ଗଡ କିଲା । ଏହା ପୁନେରୁ ୫୨ କିମି ଦୂର ଲୋନାବାଲା ରେ ଅବସ୍ଥିତ । ସୁରତରୁ ଲୁଟି ଥିବା ମାଲ ରଖିବା ପାଇଁ ଏହି କିଲାର ବ୍ୟବହାର ହେଉଥିଲା । ପରେ ଏହାର ବ୍ୟବହାର ଲୋକମାନଙ୍କ ରହିବା ପାଇଁ କରାଯାଇଥିଲା ।

ସିନ୍ଧୁ ଦୁର୍ଗ-

ଛତ୍ରପତି ଶିବାଜି ସିନ୍ଧୁ ଦୁର୍ଗର ନିର୍ମାଣ ଙ୍କୋକଣ ତଟରେ କରାଇଥିଲେ । ସିନ୍ଧୁ ଦୁର୍ଗର ଅର୍ଥ ହେଉଛି ସମୁଦ୍ରର କିଲା । ମୁମ୍ବାଇରୁ ୪୫୦ କିମି ଦୂର ଙ୍କୋକଣ ପାଖରେ ଏହି ସିନ୍ଧୁ ଦୁର୍ଗ ରହିଛି । ଏହି କିଲାକୁ ନିର୍ମାଣ କରିବା ପାଇଁ ୩ ବର୍ଷର ସମୟ ଲାଗିଥିଲା । ଏହି କିଲାରେ ୩ ଟି ଜଳାଶୟ ଅଛି ଯାହା କେବେବି ଶୁଖେ ନାହିଁ ।

ରାୟଗଡ ଫୋର୍ଟ-

ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ମହାଡ ପାହାଡରେ ହୋଇଛି ଏହି ଫେମସ ରାୟଗଡ କିଲା । ଏହା ସମୁଦ୍ରତଳୁ ୮୨୦ ମିଟର ଉଚ୍ଚତାରେ ରହିଛି । ଏହି କିଲା ଛତ୍ରପତି ଶିବାଜି ମହାରାଜଙ୍କ ଦ୍ଵାରା ନିର୍ମାଣ ହୋଇଛି । ଏହି କିଲାକୁ ବର୍ତ୍ତମାନ ଜେଲ ରୂପରେ ବ୍ୟବହାର କରାଯାଉଛି । ଶିବାଜି ମହାରାଜଙ୍କ ରାଜ୍ୟ ଅଭିଷେକ ମଧ୍ୟ ଏହି ସ୍ଥାନରେ ହୋଇଥିଲା ।

ପୁରନ୍ଦର କିଲା-

ଏହି କିଲା ପୁନେରୁ ୫୦ କିମି ଦୂରରେ ଅବସ୍ଥିତ ସାସବାଦ ଗାଁରେ ଅବସ୍ଥିତ । ଏହି କିଲାକୁ ଜିତିବା ପରେ ଶିବାଜି ମହାରାଜ ନିଜ ଶାସନର ଆରମ୍ଭ କରିଥିଲେ । ମୋଗଲ ସମ୍ରାଟ ଔରଙ୍ଗଜେବ ୧୬୬୫ ମସିହାରେ ଏହି କିଲାକୁ କବ୍ଜା କରିନେଇଥିଲେ । ହେଲେ ପାଞ୍ଚ ବର୍ଷ ପରେ ଶିବାଜି ମହାରାଜ ଏହି କିଲା ଉପରେ ପୁଣି କବ୍ଜା କରିଥିଲେ । ଏହି କିଲା ମଧ୍ୟରେ ଏକ ସୁଡଙ୍ଗ ଅଛି ଯାହାର ରାସ୍ତା ବହୁତ କିଲୋମିଟର ପର୍ଯ୍ୟନ୍ତ ରହିଛି ।