ପିତାଙ୍କ ଚିକିତ୍ସା କରାଇବା ପାଇଁ ଆସିଥିବା ଯୁବକର ହଜି ଯାଇଥିବା ୮୫ ହଜାର ଟଙ୍କାର ବ୍ୟାଗକୁ କରିଲେ ଥାନାରେ ଜମା

ବେଇମାନିର ଏହି ଯୁଗରେ ଆଜି ବି ବିଶ୍ଵାସ ବଞ୍ଚିଛି । ଏମିତି କିଛି ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ବି ଦୁନିଆରେ ଅଛନ୍ତି, ଯେଉଁମାନଙ୍କ ମନକୁ ଟଙ୍କା ଖରାପ କରି ପାରିବ ନାହିଁ । ଏମିତି ହିଁ ଜଣେ ମହିଳା ନିଜର ସଚ୍ଚୋଟପଣିଆ ର ପରିଚୟ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ମରବାହୀ ପାଖରେ ଥିବା ଗ୍ରାମ ପରାସୀରେ ରହୁଥିବା ସତ୍ୟମ ଚତୁର୍ବେଦୀ ନିଜ ପିତା ଦେବକୀନନ୍ଦନ ଚତୁର୍ବେଦୀଙ୍କ ଚିକିତ୍ସା କରିବା ପାଇଁ ବିଳାସପୁର ହସ୍ପିଟାଲକୁ ଆସିଥିଲେ ।

ଗୁରୁବାର ଦିନ ସେ ଚିକିତ୍ସା ପାଇଁ ନିଜ ବ୍ୟାଗରେ ୮୫,୦୦୦ ଟଙ୍କା ରଖିଥିଲେ । ଏହା ପରେ ଦ୍ଵିପହରକୁ ଖାଦ୍ୟ ଖାଇବା ପାଇଁ ସେ ଏକ ହୋଟେଲକୁ ଯାଇଥିଲେ । ଏହି ସମୟରେ ରାସ୍ତାରେ ତାଙ୍କ ଠାରୁ ବ୍ୟାଗ କେଉଁଠି ହଜିଗଲା । ୮୫୦୦୦ ଟଙ୍କା ଦ୍ଵାରା ଭରପୁର ବ୍ୟାଗ ହଜିଯିବା ପରେ ସତ୍ୟମ ଚତୁର୍ବେଦୀ ଚିନ୍ତିତ ହୋଇ ଟଙ୍କାର ବ୍ୟାଗକୁ ବହୁତ ଖୋଜିଲେ କିନ୍ତୁ ତାଙ୍କୁ ମିଳିଲା ନାହିଁ ।

ଏହା ପରେ ସେ ସରକଂଡା ଥାନା ପ୍ରଭାରୀ ଶାନିପ ରାତ୍ରେଙ୍କୁ ଫୋନ କରି ଘଟଣା ବିଷୟରେ କହିଲେ । ସରକଂଡା ଥାନା ପ୍ରଭାରୀ ଶାନିପ ରାତ୍ରେ ବି ମାମଲାକୁ ଗମ୍ଭୀରତାର ସହ ନେଇ ତୁରନ୍ତ ଆପୋଲୋ ହସ୍ପିଟାଲ ରେ ପହଞ୍ଚି ସିସିଟିଭି ଫୁଟେଜକୁ ଯାଞ୍ଚ କରିଲେ । ସିସିଟିଭି ର ଫୁଟେଜରେ ନଜର ଆସିଲା କି ଜଣେ ମହିଳା ସତ୍ୟମ ଚତୁର୍ବେଦୀର ହଜି ଯାଇଥିବା ବ୍ୟାଗକୁ ନେଇ ବାହାରେ ବୁଲୁଛି ।

ଏହା ପରେ ଜଣା ପଡିଲା କି ସେହି ମହିଳା ଜଣକ ବୈକୁଂଠପୁରର ଦ୍ରୌପତୀ ସୋନୀ ଅଟେ । ଯିଏ ନିଜର ସ୍ଵାମୀ ଶିବ ପ୍ରସାଦ ସୋନୀର କିଡନୀର ଚିକିତ୍ସା କରିବା ପାଇଁ ଆପୋଲ ହସ୍ପିଟାଲକୁ ଆସିଥିଲେ । ଜଣା ପଡିବା ପରେ ଯେତେବେଳେ ଦ୍ରୌପତୀଙ୍କୁ ପଚରା ଉଚରା କରାଗଲା ତ ସେ କହିଲେ କି ଯେତେବେଳେ ସେ ମିତ୍ର ମିଳନ ହୋଟେଲରୁ ଖାଦ୍ୟ ଖାଇ ଫେରୁଥିଲେ ତେବେ ରାସ୍ତା କଡରେ ତାଙ୍କୁ ଏହି ବ୍ୟାଗ ମିଳିଲା ।

ସେ ପ୍ରଥମେ ବ୍ୟାଗର ମାଲିକକୁ ଖୋଜିଲେ । ଯେତେବେଳ କେହି ମିଳିଲେ ନାହିଁ ତ ସେ ଆପୋଲୋ ହସ୍ପିଟାଲର କାଉଣ୍ଟରରେ ସେହି ବ୍ୟାଗକୁ ଜମା କରିଦେଲେ । ଏହା ପରେ ସତ୍ୟମକୁ ଯେତେବେଳେ ବ୍ୟାଗ ମିଳିଲା ତ ସେ ନିଜର ବ୍ୟାଗକୁ ଚିହ୍ନି ନେଲେ ଓ ଯାଞ୍ଚ କରିବା ପରେ ଜଣା ପଡିଲା କି ବ୍ୟାଗରେ ପୁରା ଟଙ୍କା ଅଛି । ଏହି ମାମଲାରେ ଦ୍ରୌପତୀ ସୋନୀ ବହୁତ ହିଁ ସଚ୍ଚୋଟପଣିଆର ପରିଚୟ ଦେଇଛନ୍ତି ।

୮୫ ହଜାର ଟଙ୍କା ଦ୍ଵାରା ଭରପୁର ବ୍ୟାଗକୁ ଦେଖି ତାଙ୍କର ମନରେ ଖରାପ ଭାବନା ଆସିଲା ନାହିଁ । କହିବାକୁ ଗଲେ ଦ୍ରୌପତୀ ସୋନୀ କାଉଣ୍ଟରରେ ଟଙ୍କା ଜମା କରି ବିଶ୍ଵାସୀ ର ଏକ ଅଦ୍ଭୁତ ଉଦାହରଣ ଦେଇଛନ୍ତି । ବର୍ତ୍ତମାନ ତାଙ୍କର ଚାରିଆଡେ ପ୍ରଶଂସା ହେଉଛି ।