ବିଗ ବସ 13 : ଅରହାନ ରଶ୍ମିଙ୍କ କମେନ୍ଟରେ ଦେଲେ ଆଶ୍ଚର୍ଯ୍ୟକର ଜବାବ, କହିଲେ – ତାଙ୍କ ସମ୍ପର୍କ…

ଛୋଟ ପରଦାର ବଡ ରିଆଲିଟୀ ଶୋ ବିଗ ବସ ଗତ କିଛି ବର୍ଷ ହେବ ଘରେ ଘରେ ପରିଚିତ ଅଟେ । ଏହି ଶୋ କୁ କିଛିଇ ସେଲିବ୍ରିଟୀ ଆସନ୍ତି ଓ ତାଙ୍କ ଜୀବନର କିଛି ଲୁଚିଥିବା ସତ୍ୟତା ବି ସାମ୍ନାକୁ ଆସିଥାଏ । ଏହା ଦ୍ଵାରା ଲୋକମାନେ ଏହି ଶୋକୁ ଦେଖିବା ପାଇଁ ଆହୁରି ବି ଇଚ୍ଛା କରନ୍ତି । ବର୍ତ୍ତମାନ ବିଗ ବସ ନିଜର ୧୩ ତମ ସିଜିନର ଶେଷ ଭାଗରେ ଅଛି । ଏହି ଆଧାରରେ ଆଜି ଆମେ ଆପଣଙ୍କ ପାଇଁ ରଶ୍ମି ଦେସାଈଙ୍କ କମେନ୍ଟ ବିଷୟରେ କହିବାକୁ ଯାଉଛୁ ।

ଅରହାନ ଖାନ ନିଜର ଗର୍ଲଫ୍ରେନ୍ଡ ଓ ବିଗ ବସର ପ୍ରତିଯୋଗୀ ରଶ୍ମି ଦେସାଈଙ୍କୁ ତାଙ୍କର କମେନ୍ଟ “ମୋ ମିଜାଜର ନୁହେଁ” ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଏକ ନୂଆ ଟାସ୍କ କାରଣରୁ ଟିଭିର ଅଭିନେତ୍ରୀ ଦେବୋଲୀନା ଭଟ୍ଟାଚାର୍ଯା ବିଗ ବସ ଘରକୁ ରଶ୍ମି ଦେସାଈଙ୍କର କନେକ୍ସନ ହୋଇ ଆସିଛନ୍ତି । ଗୋଟିଏ ଏପିସୋଡରେ ଦେଖା ଗଲା କି ଦେବୋଲୀନାଙ୍କ ସହ କଥା ହେବା ସମୟରେ ରଶ୍ମି କହିଲେ କି ଅରହାନ ତାଙ୍କ ମିଜାଜର ନୁହନ୍ତି ।

ମିସମାଲିନୀ ଡଟ କମ ଅନୁସାରେ, ଅରହାନ ରଶ୍ମିଙ୍କ ଏହି କମେନ୍ଟ ଉପରେ ପ୍ରତିକ୍ରିୟା ଦେଇ କହିଲେ କି ତାଙ୍କର ସମ୍ପର୍କ ଏତେ କମଜୋର ନୁହେଁ ଓ ସେମାନେ ଦୁଇ ଜଣ ଭାବନାତ୍ମକ ରୂପରେ ପରସ୍ପର ସହିତ ଜଡିତ ଅଛନ୍ତି ।

ପୋର୍ଟଲ ଅନୁସାରେ, ସେ କହିଲେ କି “ରଶ୍ମି ଏହା କହିଲେ ନାହିଁ କି ମୁଁ ଅରହାନଙ୍କ ସହ ଏହି ସମ୍ପର୍କ ଶେଷ କରୁଛି । ସେଥିପାଇଁ ଲୋକମାନଙ୍କୁ ଏହିଭଳି ଭାବିବା ଉଚିତ ନୁହେଁ ।”

ସେ କହିଲେ, “ଘରୁ ବାହାରକୁ ଆସିବା ପରେ ସେ ମୋ ସହିତ ଥରେ କଥାବାର୍ତ୍ତା କରିବେ ଓ ଏହି କଥା ସେ ସେତେବେଳେ ବି କହିଥିଲେ, ଯେତେବେଳେ ମୁଁ ଘର ଭିତରେ ଥିଲି । ଆମର ସମ୍ପର୍କ ଏତେ କମଜୋର ନୁହେଁ ଓ ଆମେ ଭାବନାତ୍ମକ ରୂପରେ ପରସ୍ପର ସହିତ ଜଡିତ ଅଛୁ ।”