କୋରୋନା ଭାଇରସର ତାଣ୍ଡବ, ଗରିବୀ କାରଣରୁ ଫେରିବାକୁ ଚାହୁଁ ନାହାନ୍ତି କିଛି ଭାରତୀୟ ଛାତ୍ର

ଚୀନରେ ବର୍ତ୍ତମାନ ଦିନରେ କୋରୋନା ଭାଇରସ (Coronavirus)ର ଡର ଦେଖିବାକୁ ମିଳୁଛି । ଯାହାକୁ ଦେଖି ପଡୋଶୀ ଦେଶରେ ବି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । କାରୋନା ଭାଇରାସ ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ ଶହ ଶହ ଲୋକମାନଙ୍କ ଜୀବନ ଯାଇ ସାରିଲାଣି । ସମସ୍ତେ ନିଜର ଜୀବନ ବଞ୍ଚାଇବା ପାଇଁ ଚୀନ ଠାରୁ ଦୂରେଇ ଯିବା ପାଇଁ ବାଧ୍ୟ ହେଉଛନ୍ତି ।

ଭାରତ ସରକାରଙ୍କ ସୁରକ୍ଷା ନୀତି ଦ୍ଵାରା ଚୀନରେ ରହୁଥିବା ଭାରତୀୟଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆର ଏକ ବିମାନ ଶୁକ୍ରବାର ଦିନ ଉହାନ ସହରକୁ ଯାଇଥିଲା । ଯେଉଁଠି କେତେକ ଭାରତୀୟଙ୍କୁ ଏହି ବିମାନ ଦ୍ଵାରା ନିଜ ଦେଶକୁ ଫେରାଇ ନିଆ ଯାଇଛି । କିନ୍ତୁ କିଛି ଭାରତୀୟ ଛାତ୍ର ଏମିତି ବି ଅଛନ୍ତି, ଯେଉଁମାନେ ଜାଣିଶୁଣି ଭାରତକୁ ଆସୁ ନାହାନ୍ତି । ତାଙ୍କର କହିବା ଅଟେ କି ତାଙ୍କ ପାଖରେ ଟଙ୍କାର ସମସ୍ୟା ଅଛି ସେଥିପାଇଁ ସେମାନେ ବର୍ତ୍ତମାନ ଭାରତକୁ ଫେରିବାକୁ ଚାହୁଁ ନାହାନ୍ତି ।

ତାଙ୍କର କହିବା ଅଟେ କି ସେମାନେ ଭାରତରେ ବହୁତ ରୋଗ ଦେଖିଛନ୍ତି । ସେଥିପାଇଁ ତାଙ୍କୁ କୋରୋନ ଭାଇରସର କୌଣସି ଡର ନାହିଁ । ଉହାନ ୟୁନିଭର୍ସିଟି ଅଫ ସାଇଂସ ଆଣ୍ଡ ଟେକ୍ନୋଲୋଜୀ କଲେଜରେ ପୀଏଚଡୀ କରୁଥିବା ଗିରୀଶ ପାଟିଲ (୨୯) ଓ ଚନ୍ଦ୍ରଦୀପ ଯାଦବ (୨୯) ଟଙ୍କାର ସମସ୍ୟା କଥା କହି ଭାରତକୁ ଆସିବା ପାଇଁ ମନା କରିଦେଲେ ।

ଗିରୀଶ ପାଟିଲ କହିଲେ, ‘ଆମେ ମିଡିଲ କ୍ଳାସର ଅଟୁ । ଯଦି ଆମେ ବର୍ତ୍ତମାନ ଭାରତକୁ ଯାଉଛୁ ତେବେ ଆମକୁ ପରେ ନିଜ ଟଙ୍କା ଦ୍ଵାରା ହିଁ ପୁଣି ଚୀନକୁ ଫେରିବାକୁ ପଡିବ । ଧୁଲେ ରେ ରହୁଥିବା ପାଟିଲ ନିଜକୁ ମିଳିଥିବା ସ୍କଲରଶିପ ଦ୍ଵାରା ନିଜ ପରିବାରର ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି । ସେ କହିଲେ କି, ଆମର ପରିବାର ଗରିବ ଅଟେ ଓ ସେମାନେ ଆମ ଉପରେ ହିଁ ନିର୍ଭର ଅଟନ୍ତି । ଆମେ ଟ୍ରାଭେଲିଙ୍ଗ ରେ ଟଙ୍କା ବର୍ବାଦ କରି ପାରିବୁ ନାହିଁ । ଆମେ ଭାରତରେ ବହୁତ ରୋଗ ଦେଖିଛୁ, ଆମକୁ ଏହାର କୌଣସି ଡର ନାହିଁ ।

ପାଟିଲ ଓ ଯାଦବ ସେହି ୬ ଜଣ ଭାରତୀୟ ଛାତ୍ରମାନଙ୍କ ମଧ୍ୟରେ ସାମିଲ ଅଟନ୍ତି, ଯେଉଁମାନେ ୟୁନିଭର୍ସିଟୀର ଛାତ୍ରାବାସରେ ରୁହନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ର ଭାରତକୁ ଫେରି ଆସିଛନ୍ତି । ଗିରୀଶ ପାଟିଲ କହିଲେ, ଆମେ ଏଠି ଠିକ ଅଛୁ । ଦୂତାବାସ ଅଧିକାରୀ ମ୍ୟାସେଜିଙ୍ଗ ଆପ ଜରିଆରେ ଆମ ସହିତ ସମ୍ପର୍କରେ ଅଛନ୍ତି ।

ଚନ୍ଦ୍ରଦୀପ ଯାଦବ କହିଲେ, ୟୁନିଭର୍ସିଟୀ ଆମକୁ ଏକ ଇଂଡକ୍ସନ କୁକର ଓ ମାଇକ୍ରୋୱେବ ଓଭେନ ବି ଦେଇଛନ୍ତି । ଆମେ ଚାରି ଘଣ୍ଟା ପାଇଁ ବାହାରକୁ ବି ଯାଇ ପାରିବୁ । କ୍ୟାଣ୍ଟିନ ଖୋଲା ଅଛି କିନ୍ତୁ ଆମେ ନିଜ ଖାଦ୍ୟ ନିଜେ ତିଆରି କରୁଛୁ । ରାସ୍ତାରେ ବହୁତ କମ ଲୋକ ଯାତାୟାତ କରୁଛନ୍ତି । ସେଥିପାଇଁ କେତେ ଥର ଭୟ ବି ଲାଗିଥାଏ । ଛାତ୍ରମାନଙ୍କୁ ଏହି ମାସରେ ସ୍କଲରଶିପର ଟଙ୍କା ଆଡଭାନ୍ସରେ ଦିଆ ଯାଇଛି ।

ଜାଣିବା ନିମନ୍ତେ କହିଦେଉଛୁ କି, ଏହି ଦୁଇ ଜଣ ଛାତ୍ର ମେଟେରିୟଲ ସାଇଂସ ଏବଂ ଇଞ୍ଜିନିୟରିଂ ଶିକ୍ଷା ପାଇଁ ଗତ ବର୍ଷ ନଭେମ୍ବରରେ ହିଁ ଚୀନ ଯାଇଥିଲେ । ଏମାନଙ୍କ ମଧ୍ୟରୁ କେତେକ ଛାତ୍ର ଚୀନରୁ ଭାରତକୁ ଫେରି ଆସିଛନ୍ତି । ଏହି ଦୁଇ ଜଣ ଛାତ୍ର ଏହା ବି କହିଲେ କି ଭାରତରେ ବିଭିନ୍ନ ବିଶ୍ଵବିଦ୍ୟାଳୟରେ ଆପ୍ଲିକେଶନ ରିଜେକ୍ଟ ହେବା ପରେ ଦୁଇ ଜଣ ଉହାନ ୟୁନିଭର୍ସିଟୀରେ ପଢିବା ପାଇଁ ଆସିଥିଲେ ।