ମହିଳାମାନଙ୍କୁ ଜୀବନରେ ଏହି ୪ ଟି ସ୍ଥିତିରେ ଦେବାକୁ ପଡିଥାଏ ଅଗ୍ନି ପରୀକ୍ଷା, ଫେଲ ହୋଇଗଲେ ଶୁଣିବାକୁ ପଡିଥାଏ ଏମିତି କଥା

ଆମର ସମାଜ ଓ ଚିନ୍ତାଧାରା କିଛି ଏମିତି କି ଏଠାରେ ଗୋଟିଏ ମହିଳା ପାଇଁ ଶାନ୍ତିରେ ବଞ୍ଚିବା ସହଜ ହୋଇ ନଥାଏ । ତାକୁ ସବୁ ସମୟରେ ଭେଦଭାବର ସାମ୍ନା କରିବାକୁ ପଡିଥାଏ । ମହିଳାମାନେ ପିଲାଦିନରୁ ନେଇ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ବହୁତ କିଛି ସହିଥାନ୍ତି । ହେଲେ ବର୍ତ୍ତମାନ ସମୟ ବଦଳି ଯାଇଛି । କାରଣ ମହିଳାମାନେ ମଧ୍ୟ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ତଥାପି ମହିଳା ମାନଙ୍କୁ ତାଙ୍କ ଜୀବନରେ କିଛି ଅଗ୍ନି ପରୀକ୍ଷା ଦେବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ମହିଳା ମାନଙ୍କର ୪ଟି ମୁଖ୍ୟ ଅଗ୍ନି ପରୀକ୍ଷା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଆଜ୍ଞାକାରୀ ଝିଅ ହେବା

ପୁଅମାନଙ୍କ ତୁଳନାରେ ଝିଅମାନଙ୍କୁ ଉପରେ ଏକ ଆଗୁଆକାରି ସନ୍ତାନ ହେବାର ପ୍ରେସର ଅଧିକ ଥାଏ । ସାଧାରଣତଃ ପୁଅ ମାନଙ୍କୁ ଯେତେ ସ୍ଵାଧୀନତା ମିଳିଥାଏ ପରିବାରରେ ଝିଅମାନଙ୍କୁ ସେତିକି ମିଳିନଥାଏ । ବର୍ତ୍ତମାନ ମଧ୍ୟ କେତେକ ପରିବାରରେ ଝିଅ ଓ ପୁଅ ମଧ୍ୟରେ ମତଭେଦ ହେଉଛି । ଯାହାଫଳରେ ଗୋଟିଏ ଝିଅକୁ ଆଜ୍ଞାକାରୀ ହେବା ପାଇଁ ପଡିଥାଏ । ଯଦି ସେ ଏହା ନକରିବ, ତେବେ ତାକୁ ବହୁତ କଥା ଶୁଣିବାକୁ ପଡେ ।

ଆଦର୍ଶ ପତ୍ନୀ ହେବା

ବିବାହ ପରେ ସବୁ ଝିଅଙ୍କୁ ଏକ ଆଦର୍ଶ ପତ୍ନୀ ହେବା ପାଇଁ ବାଧ୍ୟ କରାଯାଇଥାଏ । ବିବାହ ପରେ ମହିଳା ମାନଙ୍କୁ ନୂଆ ନୂଆ ଲୋକଙ୍କ ସହ ମିଶିବାକୁ ପଡିଥାଏ, ତା ମଧ୍ୟରେ ସେ କେତେକ ଅଗ୍ନି ପରୀକ୍ଷା ଦେଇଥାଏ । ଯଦି ସେ ଏକ ଆଦର୍ଶ ପତ୍ନୀ ବା ବୋହୁ ନ ହୁଏ, ତେବେ ତାକୁ ବହୁତ କଥା ଶୁଣିବାକୁ ପଡିଥାଏ ।

ଭଲ ମା ହେବା

ଜଣେ ମହିଳା ପାଇଁ ଭଲ ମା ହେବା କୌଣସି ଅଗ୍ନି ପରୀକ୍ଷାରୁ କମ ହୋଇ ନଥାଏ । ମହିଳାଙ୍କ ଉପରେ ବହୁତ ଦାଇତ୍ଵ ରହିଥାଏ । ଯାହାଦ୍ୱାରା ସେମାନେ ତାଙ୍କ ଛୁଆଙ୍କୁ ଭଲ ସଂସ୍କାର ଓ ଭଲ ଶିକ୍ଷା ଦେଇପାରିବେ । ଯଦି ସେମାନେ ଏହା କରିବେ ନାହିଁ, ତୁ ତୋ ଛୁଆକୁ କିଛି ଶିଖେଇନୁ ଏହି ପରି କଥା ତାକୁ ଶୁଣିବାକୁ ପଡିଥାଏ ।

ଜଣେ ଭଲ ଶାଶୁ ହେବା

ଜଣେ ଭଲ ବୋହୁ ହେବା ପରେ ଭଲ ଶାଶୁ ହେବା ମଧ୍ୟ ଏକ ପ୍ରକାରର ଅଗ୍ନି ପରୀକ୍ଷା ହୋଇଥାଏ । ଘରର ବୋହୁକୁ ଝିଅ ପରି ଦେଖିବାକୁ ହୋଇଥାଏ । ଏହା ସହିତ ପୁରା ଘରକୁ ସାଥିରେ ନେଇ ଚଳିବାକୁ ହୋଇଥାଏ । ଯଦି ସେ ଭଲ ଶାଶୁ ନହେବ ତେବେ ତାକୁ ବହୁତ କିଛି ଶୁଣିବାକୁ ପଡିଥାଏ ।