ମଣିଷ ଜୀବନରେ ସୁଖ ଓ ଦୁଃଖ ଲାଗି ରହିଥାଏ । ମଣିଷ ଜୀବନରେ କେତେବେଳେ ସୁଖ ସମୟ ଆସିଥାଏ ଓ କେତେବେଳେ ଦୁଃଖ ମଧ୍ୟ ଆସିଥାଏ । ମଣିଷ କେଉଁ ସମୟରେ କିପରି ବ୍ୟବହାର କରିବା ଉଚିତ ଏହି ସମ୍ବନ୍ଧରେ ମହାଭାରତରେ ଏକ ଶୋଳ୍କ ଲେଖା ଯାଇଛି । ମଣିଷକୁ ସେହି ଶୋଳ୍କ ବୁଝିବା ଉଚିତ । ଯଦି ସେ ଶାନ୍ତିର ସହ କାମ କରିବ, ତେବେ ଜୀବନରେ କୌଣସି ଦୁଃଖ କଷ୍ଟ ରହିବ ନାହିଁ । ସେ ନିଜ ଜୀବନ ଖୁସିରେ ଅତିବାହିତ କରିବ ।
ମହାଭାରତର ଆଦିପର୍ବରେ ଲେଖା ଯାଇଥିବା ଶ୍ଳୋକ
ଦୁ:ଖୈର୍ନ ତପ୍ୟେନ୍ନ ସୁଖୈ: ପ୍ରହ୍ରଷ୍ୱେତ୍ ସମେନ ବର୍ତେତ ସଦୈବ ଧୀର:।
ଦିଷ୍ଟଂ ବଲୀୟ ଇତି ମନ୍ଯମାନୋ ନ ସଂଜ୍ୱରେନ୍ନାପି ହ୍ରଷ୍ୱେତ୍ କଥଂଚିତ୍।।
ଏହି ଶୋଳ୍କରେ ଆମକୁ ଏହା କୁହାଯାଇଛି କି ଦୁଃଖ ସମୟରେ ଦୁଃଖିତ ହେବା ଉଚିତ ନୁହେଁ ଓ ସୁଖ ସମୟରେ ଅଧିକ ଉଲ୍ଲାସିତ ହେବା ମଧ୍ୟ ଉଚିତ ନୁହଁ । ମଣିଷ ଜୀବନରେ ସୁଖ ହେଉ କି ଦୁଃଖ ସବୁ ସମୟରେ ଶାନ୍ତି ମନୋଭାବ ରଖିବା ଉଚିତ । ଏହି ବିଷୟରେ ଏକ ଲୋକ କଥା ଅଛି ଆସନ୍ତୁ ଜାଣିବା ।
ଗୋଟେ ଆଶ୍ରମରେ ଜଣେ ଗୁରୁ ତାଙ୍କ ଶିଷ୍ୟଙ୍କ ସହ ରହୁଥିଲେ । ଏମାନେ ଭିକ୍ଷା ମାଗି ନିଜର ଗୁଜୁରଣ ମେଣ୍ଟାଉ ଥିଲେ । ଦିନେ ଜଣେ ବ୍ୟକ୍ତି ନିଜ ଗାଈକୁ ଆଶ୍ରମରେ ଛାଡିଦେଇ ଗଲେ । ଗାଈଟିକୁ ଦେଖି ସବୁ ଶିଷ୍ୟ ଖୁସି ହୋଇଗଲେ । ସେମାନେ ତାଙ୍କ ଗୁରୁଙ୍କୁ କହିଲେ ସେମାନଙ୍କୁ ଗାଈର କ୍ଷୀର ପିଇବାକୁ ମିଳିବ ।
ଏକ ମାସ ପରେ ସେହି ଗାଈର ମାଲିକ ଆସି ତାର ଗାଈଟିକୁ ନେଇଗଲା । ଏହା ଦେଖି ଶିଷ୍ୟମାନେ ଦୁଃଖିତ ହୋଇଗଲେ । ସେମାନେ ତାଙ୍କ ଗୁରୁଙ୍କୁ କହିଲେ ଗାଈଟି ଚାଲିଗଲା, ସେମାନେ ଆଉ କ୍ଷୀର ପିଇ ପାରିବେ ନାହିଁ । ଗୁରୁଜି ତାଙ୍କ କଥା ଶୁଣି କହିଲେ ଭଲ ହେଲା ଏବେ ଆଉ ତମ ମାନଙ୍କୁ ଗାଈର ଗୋବର ସଫା କରିବାକୁ ପଡିବ ନାହିଁ ।
ଜଣେ ଶିଷ୍ୟ ତାଙ୍କ ଗୁରୁଙ୍କୁ ପଚାରିଲା ଗାଈ ଚାଲିଯିବାରୁ ଆପଣ ଦୁଃଖିତ ନୁହେଁ । ଗୁରୁଜି କହିଲେ ଗାଈଟି ଯେତେବେଳେ ଆସିଥିଲା ତୁମ୍ଭେମାନେ ଅଧିକ ଖୁସି ହୋଇଯାଇଥିଲ ଓ ଯେତେବେଳେ ସେ ଗାଈଟି ଚାଲିଗଲା ତୁମେମାନେ ଅଧିକ ଦୁଃଖିତ ହୋଇଗଲ । କୌଣସି ବି ସମୟରେ ଅଧିକ ସୁଖୀ କିମ୍ବା ଦୁଃଖିତ ହେବା ଉଚିତ ନୁହେଁ । ଏହା ସୁଖୀ ଜୀବନର ମୂଳ ମନ୍ତ୍ର ଅଟେ । ଗୁରୁଙ୍କର ଏହି କଥା ଶୁଣି ଶିଷ୍ୟଜଣକ ବୁଝିଗଲା ଜୀବନରେ ସବୁ ସମୟରେ ଶାନ୍ତି ମନୋଭାବ ରଖିବା ଉଚିତ ।