ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଗୁଜୁରାତି ଖାଇବା ଦ୍ଵାରା କଣ ଲାଭ ମିଳିଥାଏ । ଗୁଜୁରାତିକୁ ଯଦି ଆପଣ ନିଜ ଡାଏଟରେ ସାମିଲ କରୁଛନ୍ତି ତେବେ ଆପଣ ପେଟ ସମ୍ବନ୍ଧିତ ସମସ୍ତ ଛୋଟ ମୋଟ ରୋଗରୁ ଅତି ସହଜରେ ମୁକ୍ତି ପାଇ ପାରିବେ । ପ୍ରାୟତଃ ଲୋକମାନେ ଏହାକୁ ଖାଦ୍ୟ ତିଆରି କରିବା ସମୟରେ ବି ବ୍ୟବହାର କରିଥାନ୍ତି । କିନ୍ତୁ କେତେକ ଲୋକମାନଙ୍କୁ ଏହା ଜଣା ନାହିଁ କି ଶୋଇବା ପୂର୍ବରୁ ୨ଟି ଗୁଜୁରାତି ଖାଇବା ଦ୍ଵାରା ବ୍ୟକ୍ତିର ଶରୀରକୁ କଣ କଣ ଲାଭ ମିଳିଥାଏ ।
୧. ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରେ –
ଯେଉଁ ଲୋକମାନେ ରାତିରେ ଶୋଇବା ପୂର୍ବରୁ ଗୁଜୁରାତି ଖାଇ ଗୋଟିଏ ଗ୍ଳାସ ପାଣିର ସେବନ କରନ୍ତି ତାଙ୍କର ଶରୀରରେ ଥିବା ମ୍ୟାଗ୍ନେସିୟମ ବ୍ଲଡ ପ୍ରେସରକୁ କନ୍ଟ୍ରୋଲ କରିବାର କାମ କରିଥାଏ । ଗୁଜୁରାତିରେ ଥିବା ପୋଟାସିୟମ ଅଧିକ ବ୍ଲଡ ପ୍ରେସରକୁ ବି କମ କରିବାର କାମ କରିଥାଏ ।
୨. କବ୍ଜରୁ ଦିଏ ମୁକ୍ତି –
ଗୁଜୁରାତିରେ ଭରପୁର ମାତ୍ରାରେ ଫାଇବର ଥାଏ । ଯାହା ଆପଣଙ୍କର ପାଚନ ତନ୍ତ୍ରକୁ ସଠିକ ରୂପରେ କାମ କରିବାରେ ସାହାର୍ଯ୍ୟ କରିଥାଏ । ଯଦି ପାଚନ ଠିକ ରହିବ ତେବେ କବ୍ଜର ସମସ୍ୟା ରହିବ ନାହିଁ ।
୩. ହାର୍ଟ ପାଇଁ ଲାଭଦାୟକ –
ଗୁଜୁରାତିରେ ଥିବା ଫାଇବର ଆପଣଙ୍କର ହାର୍ଟକୁ ବି ମଝବୁତ ଓ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଗୁଜୁରାତିରେ ପୋଟାସିୟମ ରହିଥାଏ ଯାହା ହାର୍ଟଟାକର ସମ୍ଭାବନାକୁ ବହୁତ କମ କରିଦିଏ ।
୪. ଜ୍ଵଳନରୋଧୀ ଗୁଣ ଦ୍ଵାରା ଭରପୁର –
ଗୁଜୁରାତିରେ ଭରପୁର ମାତ୍ରାରେ ମ୍ୟାଗ୍ନେସିୟମ ମିଳିଥାଏ । ମ୍ୟାଗ୍ନେସିୟମରେ ଜ୍ଵଳନରୋଧୀ ଗୁଣ ରହିଥାଏ । ଯାହା ହାର୍ଟ ରୋଗ (ରକ୍ତ ଜମିବା ଇତ୍ୟାଦି), ଗଣ୍ଠି ଓ ଅଲ୍ଜାଇମର ଭଳି ରୋଗରୁ ଆପଣଙ୍କୁ ଦୂରରେ ରଖିଥାଏ ।