ଭିକ ମାଗୁଥିଲା ଯୁବକ, ବଦଳିଲା ଏମିତି ଭାଗ୍ୟ କି ହୋଇଗଲା କୋଟିପତି

କୁହାଯାଏ କି ମଣିଷକୁ ଜଣା ନ ଥାଏ କି କେଉଁଠି କେତେବେଳେ ତାହା ସହିତ କଣ ହୋଇଯିବ ଓ ମନୁଷ୍ୟର ଭାଗ୍ୟ କେତେବେଳେ ଓ କେଉଁଠି ଓ କେମିତି ବଦଳିଯିବ ଏହି ବିଷୟରେ ବି ମଣିଷକୁ କିଛି ଜଣା ନ ଥାଏ । କୁହାଯାଏ କି ଭାଗ୍ୟ ଉପରେ ବିଶ୍ଵାସ ନ ଥାଏ, ଗୁରୁଜନମାନଙ୍କ ମୁହଁରୁ ଏହି କଥା ଶୁଣିଥିବେ କି ଭଗବାନଙ୍କର ଲାଠିରେ କୌଣସି ଆବାଜ ନ ଥାଏ ।

ଦୁନିଆରେ କେହି ଧନୀ ଅଟେ ତ କେହି ଗରିବ ଅଟେ । ଯଦି ଭାଗ୍ୟ ଖରାପ ଥିବ ତେବେ ଆପଣ ରାଜା ରୁ ଗରିବ ହେବା ପାଇଁ ସମୟ ଲାଗି ନ ଥାଏ । କିଛି ସମୟ ମଧ୍ୟରେ ସବୁକିଛି ବଦଳିଯାଏ । ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ପରିବାର ବିଷୟରେ କହିବାକୁ ଯାଉଛୁ, ଯାହାର ଭାଗ୍ୟ ଅଚାନକ ବଦଳିଗଲା । ପଞ୍ଜାବରେ ଅଚାନକ ଏକ ପରିବାର କୋଟିପତି ହୋଇଗଲା ।

ପଞ୍ଜାବରେ ସଂଗରୂର ଦିହାଡ଼ୀ ଶ୍ରମିକ ମନୋଜର ଝିଅ ଟଙ୍କା ଉଧାର ଆଣି ରାଖୀ ବଂପର ଲଟେରୀ ର ୨ ଟି ଟିକେଟ କିଣିଥିଲା । ଏହି ଲଟେରୀ ଦ୍ଵାରା ହିଁ ଏହା ସବୁ ସମ୍ଭବ ହେଲା । ମାଂଡବୀ ଗ୍ରାମର ମନୋଜ କୁମାର ମଦ ଦୋକାନରେ ଦିନ ମଜୁରି କରି ନିଜର ପାଳନ ପୋଷଣ କରୁଥିଲା । ମନୋଜ ର ପରିବାର ଲଟେରୀରେ ୧.୫ କୋଟି ଟଙ୍କା ଜିତିଛନ୍ତି । ତାହାର ପରିବାର ଲୋକମାନଙ୍କୁ ବିଶ୍ଵାସ ହିଁ ହେଉ ନାହିଁ କି ସେମାନେ କୋଟିପତି ହୋଇ ଯାଇଛନ୍ତି ।

ମନୋଜର ପରିବାର ବହୁତ ଗରିବ ରେଖା ତଳେ ଜୀବନ ଯାପନ କରୁଥିଲେ । ତା’ର ପରିବାରରେ ୭ ଜଣ ସଦସ୍ୟ ଅଛନ୍ତି । ତାଙ୍କ ଝିଅ ପଡୋଶୀ ଠାରୁ ଟଙ୍କା ଉଧାର ଆଣି ଏହି ଲଟେରୀର ର ଦୁଇଟି ଟିକେଟ କିଣିଥିଲେ ।  କିଛି ଦିନ ପରେ ସେ ଲଟେରୀ ଜିତି ଯାଇଥିଲା । ତା’ର ପରିବାରର ସମସ୍ତେ ଯେତେବେଳେ ଜାଣିଲେ କି ୧.୫ କୋଟି ଟଙ୍କା ଲଟେରୀ ରେ ଜିତି ଯାଇଛନ୍ତି ବୋଲି ତାଙ୍କର ଖୁସି ଦେଖିବା ଭଳି ଥିଲା ।