ବୁଧ ଗ୍ରହ ବଦଳାଇଲେ ନିଜର ଚାଲ, ୧୨ ଟି ରାଶି ଉପରେ କିପରି ରହିବ ଏହାର ପ୍ରଭାବ ! ଜାଣନ୍ତୁ ନିଜ ରାଶି ଅନୁସାରେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ମନୁଷ୍ୟର ଜୀବନରେ ଗ୍ରହମାନଙ୍କର ଗତି ପରିବର୍ତ୍ତନ ବହୁତ ପ୍ରଭାବ ପକାଇ ଥାଏ, ଯେମିତି ସମୟ ଅନୁସାରେ ଗ୍ରହମାନଙ୍କର ସ୍ଥିତି ବଦଳିଥାଏ ଠିକ ସେହିଭଳି ବ୍ୟକ୍ତିମାନଙ୍କର ପରିସ୍ଥିତି ବି ବଦଳିଥାଏ । ଆପଣଙ୍କୁ କହିଦେଉଛୁ କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ଆଜି ନିଜର ରାଶି ପରିବର୍ତ୍ତନ କରିବେ, ସେ ବିଛା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ ।

ଏହି ପରିବର୍ତ୍ତନ କାରଣରୁ ସମସ୍ତ ୧୨ଟି ରାଶି ଉପରେ କିଛି ନା କିଛି ପ୍ରଭାବ ନିଶ୍ଚିତ ପଡିବ । ଆଜି ଆମେ ଆପଣଙ୍କୁ ଏହି ପରିବର୍ତ୍ତନ କାରଣରୁ କେଉଁ ରାଶି ଉପରେ କିପରି ପ୍ରଭାବ ରହିବ, ସେହି ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ବୁଧର ରାଶି ପରିବର୍ତ୍ତନ କେଉଁ ରାଶିମାନଙ୍କ ଉପରେ ରହିବ ଶୁଭ ପ୍ରଭାବ

ମେଷ ରାଶି

Image courtesy: Google

ମେଷ ରାଶିର ଲୋକମାନଙ୍କ ଉପରେ ଏହି ପରିବର୍ତ୍ତନର ଶୁଭ ପ୍ରଭାବ ପଡିବାର ଅଛି । ଆପଣ ଭ୍ରମଣ ବେଳେ ନୂଆ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବେ । ଘରର ବାତାବରଣ ଆନନ୍ଦଦାୟକ ରହିବ । ଆର୍ଥିକ ଲାଭ ସହିତ ବ୍ୟବସାୟରେ ସନ୍ତୋଷ ଅନୁଭବ କରିବେ । ଆପଣଙ୍କୁ କାମକାର୍ଯ୍ୟରେ ବିଶେଷ ଲାଭ ବି ମିଳିବ ।

ବୃଷ ରାଶି

Image courtesy: Google

ବୃଷ ରାଶିର ଲୋକମାନେ ନିଜର କାର୍ଯ୍ୟକୁ ସହଜରେ ପୁରା କରିବେ । ସାମାଜିକ ଦୃଷ୍ଟିରେ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ । ନୂତନ ବସ୍ତ୍ରାଭୂଷଣ ପ୍ରାପ୍ତ ହେବ । ଆପଣ ଏହି ସମୟରେ ଅସହାୟମାନଙ୍କୁ ସାହାଯ୍ୟ କରିବେ ଓ ଆପଣଙ୍କର ସ୍ଵାସ୍ଥ୍ୟ ବି ଭଲ ହୋଇଯିବ । ମାନସିକ ରୂପରେ ଆପଣ ଶାନ୍ତି ଅନୁଭବ କରିବେ ।

ସିଂହ ରାଶି

Image courtesy: Google

ସିଂହ ରାଶିର ଲୋକମାନଙ୍କୁ ବୁଧ ଗ୍ରହର ରାଶି ପରିବର୍ତ୍ତନ କାରଣରୁ ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ । ଏହା ଦ୍ୱାରା ଆପଣ ସହଜରେ ଲକ୍ଷ ପ୍ରାପ୍ତି କରି ପାରିବେ । ମିତ୍ରମାନଙ୍କ ସହିତ ଆନନ୍ଦରେ ସମୟ ବିତାଇବେ । ଆପଣ ସ୍ଵାସ୍ଥ୍ୟ ସମ୍ବନ୍ଧିତ ମାମଲାରେ ଭାଗ୍ୟବାନ ରହିବେ । ବ୍ୟବସାୟରେ ଆପଣଙ୍କର ଆମଦାନୀ ବୃଦ୍ଧି ହେବ ।

କନ୍ୟା ରାଶି

Image courtesy: Google

କନ୍ୟା ରାଶିର ଲୋକମାନଙ୍କୁ ଏହି ପରିବର୍ତ୍ତନ କାରଣରୁ ସୁଖ ଶାନ୍ତି ପ୍ରାପ୍ତ ହେବ । ଅସହାୟମାନଙ୍କର ସେବା କରିଲେ ଆପଣଙ୍କର ଭାଗ୍ୟ ବଦଳିଯିବ । ପରିଜନମାନଙ୍କ ସହିତ ମତଭେଦ ହୋଇଥିଲେ ଏହି ସମୟରେ ସମାଧାନ ହୋଇଯିବ । ବନ୍ଧୁ, ମିତ୍ର ଓ ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ ।

ମକର ରାଶି

Image courtesy: Google

ମକର ରାଶିର ଲୋକମାନଙ୍କୁ ଏହି ପରିବର୍ତ୍ତନ ଦ୍ଵାରା ଭଲ ଲାଭ ମିଳିବାର ଅଛି । ପରିଜନମାନଙ୍କ ସହିତ ସୁ ସମ୍ପର୍କ ବଢ଼ିପାରେ । ଆକସ୍ମିକ ଅର୍ଥଲାଭ ହେବ । ଆପଣ ଏହି ସମୟରେ ବହୁତ ସୁନାମ ଅର୍ଜନ କରିବେ । ଏହା ସହିତ ଆପଣଙ୍କର ସମ୍ମାନ ବି ବୃଦ୍ଧି ହେବ ।

କୁମ୍ଭ ରାଶି

Image courtesy: Google

କୁମ୍ଭ ରାଶିର ଲୋକମାନେ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ । କର୍ମକ୍ଷେତ୍ରରେ ଚତୁରତାର ସହ କାମ ହାସଲ କରିବେ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ ।

ଆସନ୍ତୁ ଜାଣିବା ବାକି ରାଶିମାନଙ୍କର କେମିତି ରହିବ ଅବସ୍ଥା

ମିଥୁନ ରାଶି

Image courtesy: Google

ମିଥୁନ ରାଶିର ଲୋକମାନଙ୍କର ଆସନ୍ତା ସମୟ ମିଶାମିଶି ରହିବ । ଆପଣଙ୍କର ଅଟକିଥିବା ଧନ ମିଳିପାରେ । ଘର ପରିବାରର ବାତାବରଣ ଠିକ ଠାକ ରହିବ । ଆପଣ ନିଜର ସମସ୍ତ କାମକୁ ଯୋଜନା ଅନୁସାରେ ପୁରା କରନ୍ତୁ ତେବେ ଯାଇ ସଫଳ ହେବେ ।

କର୍କଟ ରାଶି

Image courtesy: Google

କର୍କଟ ରାଶିର ଲୋକମାନେ ନିଜର ଆସନ୍ତା ସମୟ ଭଲରେ ବ୍ୟତୀତ କରିବେ । ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି । କିନ୍ତୁ ଆପଣ ଏହି ସମୟରେ ନିଜର ସ୍ୱାସ୍ଥ୍ୟ ପ୍ରତି ବି ଧ୍ୟାନ ରଖନ୍ତୁ ।

ତୁଳା ରାଶି

Image courtesy: Google

ତୁଳା ରାଶିର ଲୋକମାନଙ୍କର ଆସନ୍ତା ସମୟ ସାମାନ୍ୟ ରହିବ । ମହିଳାମାନଙ୍କର ପାରିବାରିକ ଜୀବନ ମିଶାମିଶି ସୁଖମୟ ରହିବ ଓ ସନ୍ତାନଙ୍କ ସମ୍ବନ୍ଧରେ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ ।

ବିଛା ରାଶି

Image courtesy: Google

ବିଛା ରାଶିର ଲୋକମାନଙ୍କ ଉପରେ ନକରାତ୍ମକ ବିଚାର ଭାରି ପଡିବ । ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇ ପାରନ୍ତି । ଆତ୍ମବିଶ୍ୱାସରେ ଅବନତି ଘଟିବ ।

ଧନୁ ରାଶି

Image courtesy: Google

ଧନୁ ରାଶିର ଲୋକମାନେ ନିଜର ପାରିବାରିକ ମାମଲାକୁ ନେଇ ବହୁତ ଚିନ୍ତିତ ରହିବେ । ଭାଇ ଭଉଣୀଙ୍କ ସହିତ ମତଭେଦ ହେବାର ସମ୍ଭାବନା ଅଛି । ଆପଣଙ୍କର ଆର୍ଥିକ ସ୍ଥିତି କମ୍ଜୋର ରହିବ ।

ମୀନ ରାଶି

Image courtesy: Google

ମୀନ ରାଶିର ଲୋକମାନେ ମନରେ କୌଣସି ବି କଥାକୁ ନେଇ ଚିନ୍ତିତ ରହି ପାରନ୍ତି । ଆପଣଙ୍କର ସ୍ୱାସ୍ଥ୍ୟ କମଜୋର ରହିବ । ଆପଣଙ୍କର ମନ କାମକାର୍ଯ୍ୟରେ ଲାଗିବ ନାହିଁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।