ଫେମସ୍ ଟିଭି ଆକ୍ଟ୍ରେସ ମୋହିନା ସିଂହଙ୍କ ରିସେପ୍ସନରେ ପହଞ୍ଚିଲେ ପିଏମ ମୋଦି, ଫଟୋ ହେଉଛି ଭାଇରାଲ

ବାହାଘର ସିଜନ ପୁଣି ଆରମ୍ଭ ହୋଇ ଯାଇଛି । ଟିଭିର ଫେମସ ଶୋ (ୟେ ରିସ୍ତା କ୍ୟା କେହେଲାତା ହେ )ର ଆକ୍ଟ୍ରେସ ମୋହିନା ସିଂହ ୧୪ ଅକ୍ଟୋବରରେ ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀଙ୍କ ପୁଅ ସହ ବିବାହ କରିଥିଲେ । ତାଙ୍କର ରିସିପ୍ସନକୁ ବହୁତ ବଡ ବଡ ନେତା ଆସିଥିଲେ । କିନ୍ତୁ ସବୁଠୁ ଖାସ କଥା ଏହା ଥିଲା କି ସେଠାକୁ ମୋଦି ମଧ୍ୟ ଆସିଥିଲେ ।

ଏହି ରିସିପ୍ସନରେ ସବୁ ଟିଭି ଜଗତର ଆକ୍ଟର ଆସିଥିବା ବେଳେ ଦେଶର ବହୁ ରାଜନୈତିକ ନେତା ଯୋଗ ଦେଇଥିଲେ ଓ ପହଞ୍ଚିଯାଇଥିଲେ ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ସହ ସମସ୍ତେ ବହୁତ ଫଟୋ ଉଠାଇଲେ, ସୋସିଆଲ ନେଟୱର୍କରେ ଏହି ଫଟୋ ସବୁ ବହୁ ମାତ୍ରାରେ ଭାଇରାଲ ହେଉଛି ।

ମୋହିନା ଏହି ଫଟୋ ଗୁଡିକୁ ତାଙ୍କର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି । ଫଟୋରେ ମୋହିନା ଓ ତାଙ୍କ ଫ୍ୟାମିଲି ମୋଦିଙ୍କ ସହ ଦେଖାଯାଉଛନ୍ତି ।ମୋହିନା ଏହି ଫଟୋ ସହ କ୍ୟାପ୍ସନ ଦେଇଛନ୍ତି “ ଆମ ରିସିପ୍ସନରେ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଆଶୀର୍ବାଦ ମିଳିଥିବାରୁ ମୁ ବହୁତ ଖୁସି ” ।

ଆଉ ଟିଭିରେ ନଜର ଆସିବେନି ମୋହିନା

କହିଦେଉଛୁ କି ମୋହିନା ମଧ୍ୟ ପ୍ରଦେଶର ରିବାର ଜଣେ ରାଜକୁମାରୀ, କିନ୍ତୁ ସେ ନିଜ ଟ୍ୟାଲେନ୍ଟରେ ଟିଭି ଜଗତରେ ବହୁ ନାମ ଅର୍ଜନ କରିଛନ୍ତି । ଏହା ଛଡା ସେ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଲୋକମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି, ଯେତେ ଧୁମଧାମ ରେ ତାଙ୍କର ରିସିପ୍ସନ ହେଲା ସେହିପରି ତାଙ୍କର ବାହାଘର ମଧ୍ୟ ହୋଇଥିଲା । ସେ ତାଙ୍କ ବିବାହରେ ଲାଲ ରଙ୍ଗର ପୋଷାକ ପନ୍ଧିଥିଲେ । ଏହି ପୋଷାକରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ ।

କିନ୍ତୁ ମୋହିନା ଆଉ ଟିଭିରେ ନଜର ଆସିବେ ନାହିଁ । କାରଣ ସେ ଆରମ୍ଭରୁ କହିଦେଇଥିଲେ କି ବିବାହ ପରେ ସେ ନିଜ ପରିବାରର ଧ୍ୟାନ ରଖିବେ, ସବୁ ସମୟ ତାଙ୍କ ପରିବାର ସହ ବିତାଇବେ ।