ପ୍ରେମ ରୋଗ ଯେତେବେଳେ କାହାକୁ ହୁଏ ତେବେ ସେ ସାମ୍ନା ବାଲାର ରଙ୍ଗ,ରୂପ ଏମିତିକି ମ୍ୟାରେଡ୍ ଷ୍ଟାଟସ କୁ ବି ଦେଖି ନଥାଏ । ବହୁତ ଥର ଆମକୁ ଠିକ୍ ଜୀବନ ସାଥି ମିଳି ନଥାଏ । ସେଥିପାଇଁ ଆମେ ଅନ୍ୟ କାହାକୁ ସିଲେକ୍ଟ କରିଥାଉ । ବଲିଉଡର କେତେକ କଳାକାରମାନଙ୍କର ବି ଏହି ଅବସ୍ଥା ,ଆଜି ଆମେ କେତେକ ବଲିଉଡ ସେଲିବ୍ରେଟୀଙ୍କ ବିଷୟରେ କହିବୁ ଯେଉଁମାନେ ଛାଡପତ୍ର ନେଇସାରିଥିବା ମହିଳାଙ୍କ ସହିତ ବିବାହ କରିଥିଲେ ।
ଅନୁପମ ଖେର –
ଅନୁପମ ଖେର ତଲାକ ପରେ କିରଣ ଖେରଙ୍କ ସହ ବିବାହ କରିଥିଲେ । କିରଣ ତାଙ୍କର ପ୍ରଥମ ପତି ବମ୍ବେର ବିଜନେସମ୍ୟାନ୍ ଗୀତାଙ୍ଗ ବେରୀଙ୍କ ଠାରୁ ୧୯୮୫ ରେ ଡିଭୋର୍ସ ନେଇ ସେହି ବର୍ଷ ଅନୁପମଙ୍କ ସହ ବିବାହ କରିଥିଲେ ।
ସଞ୍ଜୟ ଦତ୍ତ-
ସଞ୍ଜୟ ଦତ୍ତଙ୍କ ନାମ ଏମିତି ତ ବହୁତ ମହିଳାଙ୍କ ସହ ଯୋଡା ହୋଇ ସାରିଛି ହେଲେ ବର୍ତ୍ତମାନ ସେ ମାନ୍ୟତାଙ୍କ ସ୍ଵାମୀ । ମାନ୍ୟତା ତାଙ୍କର ତୃତୀୟ ପତ୍ନୀ । ସଞ୍ଜୟ ଦତ୍ତ ଵି ମାନ୍ୟତାଙ୍କର ଦ୍ଵିତୀୟ ପତି ଅଟନ୍ତି । ସଞ୍ଜୟ ଦତ୍ତଙ୍କ ପୁର୍ବରୁ ମାନ୍ୟତା ମିରାଜ ଉର – ରେହେମାନ ଶେଖଙ୍କ ସହ ବିବାହ କରିଥିଲେ । ମିରାଜ କୋର୍ଟରେ କହିଥିଲେ କି ମାନ୍ୟତା ଏବଂ ତାଙ୍କର ତଲାକ ହେଇନି ହେଲେ କୋର୍ଟ ତାଙ୍କ ଅପିଲ୍ କୁ ସ୍ଵୀକାର କରିଲା ନାହିଁ ଏବଂ ସଞ୍ଜୟ ଦତ୍ତ ଓ ମାନ୍ୟତାଙ୍କ ବିବାହକୁ ମଞ୍ଜୁରୀ ଦେଇଥିଲା ।
ସମୀର ସୋନି –
ସମୀର ସୋନିଙ୍କର ପ୍ରଥମ ବିବାହ ରାଜଲକ୍ଷ୍ମୀ ଖାଡବିଲକରଙ୍କ ସହ ହୋଇଥିଲା । ୬ ମାସ ପରେ ସେମାନଙ୍କର ତଲାକ ହୋଇଥିଲା । ଏହା ପରେ ସେ ବଲିଉଡ ଆକ୍ଟ୍ରେସ ନିଲମ କୋଠାରୀଙ୍କ ସହ ବିବାହ କରିଥିଲେ । ନିଲମଙ୍କର ବି ସମୀର ଦ୍ଵିତୀୟ ପତି ଥିଲେ ।
ମିଥୁନ ଚକ୍ରବତୀ –
କିଶୋର କୁମାରଙ୍କ ତୃତୀୟ ପତ୍ନୀ ୟୋଗିତାଙ୍କୁ ମିଥୁନ ଭଲ ପାଇ ବସିଲେ । ୟୋଗିତା ଓ କିଶୋର ୧୯୭୬ ରେ ବିବାହ କରି ୧୯୭୮ ରେ ଅଲଗା ହୋଇ ଯାଇଥିଲେ । ଏହା ପରେ ୟୋଗିତା ମିଥୁନଙ୍କ ସହ ୧୯୭୯ ରେ ବିବାହ କରିଥିଲେ ।
ଲିଏଣ୍ଡର ପେସ –
ଟେନିସର ଜଣା ଶୁଣା ଖେଳାଳି ଲିଏଣ୍ଡର ପେସ ସଞ୍ଜୟ ଦତ୍ତଙ୍କ ପୂର୍ବ ପତ୍ନୀ ରିୟାଙ୍କ ସହ ସମ୍ପର୍କ ରଖିଥିଲେ ସେମାନେ ଲିଭ ଇନ ରିଲେସନସିପରେ ରହିଲେ ଓ ପରେ ସେମାନେ ଅଲଗା ହୋଇଗଲେ ହେଲେ ତାଙ୍କର ଗୋଟିଏ ଝିଅ ଅଛି ଯାହାର ଅଜୟାନା ପେସ ।
ଗୁଲଜାର –
ବଲିଉଡ ର ଫେମସ୍ ଲେଖକ ଗୁଲଜାର , ବଙ୍ଗାଳୀ ଫିଲ୍ମ ଡିରେକ୍ଟର ଅଜୟ ବିଶ୍ଵାସଙ୍କ ପୂର୍ବ ପତ୍ନୀ ରାକ୍ଷୀଙ୍କୁ ଭଲ ପାଇ ବସିଲେ । ସେମାନେ ବିବାହ ତ କରିଲେ କିନ୍ତୁ ଏକ ବର୍ଷ ପରେ ଅଲଗା ହୋଇଗଲେ ଏବଂ ସେମାନଙ୍କର ଗୋଟେ ଝିଅ ବି ଅଛି ମେଘନା ।
ରାହୁଲ ରୟ –
ସମୀର ସୋନିଙ୍କ ପ୍ରଥମ ପତ୍ନୀ ରାଜଲକ୍ଷ୍ମୀଙ୍କ ମନ ରାହୁଲଙ୍କ ଉପରେ ଆସିଯାଇଥିଲା । ସେମାନେ ୨୦୦୦ ମସିହାରେ ବିବାହ କରି ୨୦୦୪ ରେ ଡିଭୋର୍ସ ନେଇଥିଲେ ।