ମା’ କୁହାଯାଉଥିବା ଗଙ୍ଗାନଦୀରୁ ସବୁଦିନ 2 କୁଇଣ୍ଟାଲ ପ୍ଲାଷ୍ଟିକ ଆବର୍ଜନା ବାହାର କରୁଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

ଗଙ୍ଗା ନଦୀକୁ ଆମ୍ଭେମାନେ ନିଜ ମା’ ମାନିଥାଉ  । ଗଙ୍ଗାନଦୀ ହେଉଛି ଭାରତର ଏକ ଧାର୍ମିକ ନଦୀ । ଏହି ନଦୀ ବହୁତ ଲୋକଙ୍କୁ ଜୀବନ ପ୍ରଦାନ କରିଛି  । ଭାରତର 40 ଭାଗ ଲୋକ ଏହି ନଦୀ ଉପରେ ନିର୍ଭର କରିଥାନ୍ତି ଓ ନଦୀ ମଧ୍ୟରେ ଥିବା ଜୀବ ଜନ୍ତୁ ମଧ୍ୟ ନଦୀ ର ସାହାରାରେ ବଞ୍ଚିଥାନ୍ତି । କିନ୍ତୁ ବହୁତ ଲୋକ ଏହି ନଦୀରେ ଅଳିଆ ଆବର୍ଜନା ପକାଇ ଜଳ ପ୍ରଦୂଷଣ କରୁଛନ୍ତି । ଜଳ ପ୍ରଦୂଷଣ ପାଇଁ ଲୋକମାନେ ହିଁ ଦାୟୀ ଅଟନ୍ତି  ।

ପଶ୍ଚିମବଙ୍ଗର ଜଣେ ଲୋକ ଗଙ୍ଗାନଦୀକୁ ସାଫା କରିବାରେ ଲାଗିଯାଇଛନ୍ତି । ଗଙ୍ଗାନଦୀ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏହି ବ୍ୟକ୍ତି ଜଣକ ପ୍ରତିଦିନ ଗଙ୍ଗାନଦୀରୁ ପ୍ଲାଷ୍ଟିକର ଅଳିଆ ଆବର୍ଜନା ବାହାର କରୁଛନ୍ତି  । ଏହି ବ୍ୟକ୍ତି ଜଣକ ହେଉଛନ୍ତି କଲିପଡା ଦାସ  । 48 ବର୍ଷର କଲିପଡା ଦାସ ଜଣେ ମତ୍ସଜୀବୀ ଅଟନ୍ତି  । ସେ ତାଙ୍କର ଜୀବିକାକୁ ତ୍ୟାଗ କରି ଗଙ୍ଗାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଲାଗିଯାଇଛନ୍ତି  । ସେ ତାଙ୍କ ଡଙ୍ଗାରେ ବସି ଗଙ୍ଗାନଦୀକୁ ସାଫା କରିଥାନ୍ତି  ।

ଏହି ବ୍ୟକ୍ତି ଜଣକ ନିଜ କାମ ପାଇଁ ବହୁତ ଗର୍ବ ଅନୁଭବ କରୁଛନ୍ତି ।  ତାଙ୍କର କହିବା ଅଟେ କି ନା ସରକାର ନା କୌଣସି ବେସରକାରୀ ସଂଗଠନର ଗଙ୍ଗା କଥା ଭାବୁଛନ୍ତି ।  ଏଥିପାଇଁ ମୁଁ ଘାଟ ଘାଟ ବୁଲି ପ୍ଲାଷ୍ଟିକ ଉଠାଇବାର କାମ କରୁଛି । ଆପଣଙ୍କୁ କହିଦେଉଛୁ କି ସେ ଏଥିପାଇଁ 5 ରୁ 6 ଘଣ୍ଟା ଯାଏ ଗଙ୍ଗାନଦୀ କୁ ସାଫା କରିଥାନ୍ତି  । ତାଙ୍କ ମତରେ ଗଙ୍ଗାନଦୀରୁ ସେ ସବୁ ଦିନ 2 କୁଇଣ୍ଟାଲ ପ୍ଲାଷ୍ଟିକ ବାହାର କରିଥାନ୍ତି  । ଏଥିରୁ ଜଣା ପଡୁଛି କି ଗଙ୍ଗାନଦୀରେ ସବୁ ଦିନ କେତେ ଆବର୍ଜନା ରହୁଥିବ ।

କଲିପଡା ସେହି ପ୍ଲାଷ୍ଟିକ କୁ 2400 ରୁ 2600 ଟଙ୍କାରେ ବିକ୍ରି କରି ନିଜର ଜୀବିକା ନିର୍ବାହ କରନ୍ତି  । ସେ କୁହନ୍ତି କି ମୁଁ ତ ପାଠ ସାଠ ଜାଣିନି କିନ୍ତୁ ଜାଣିଥିବା ଲୋକ ହିଁ ଏଠାରେ ଅଳିଆ ଆବର୍ଜନା ପକାଉଛନ୍ତି  ।  ଏବେ କଲିପଡା ତ ତାଙ୍କ ତରଫରୁ ବହୁତ ଚେଷ୍ଟା କରୁଛନ୍ତି ଗଙ୍ଗାକୁ ସାଫା କରିବା ପାଇଁ । ସେହିପରି ଆମ୍ଭେମାନେ ବି ଅଳିଆ ଆବର୍ଜନା କୁ ଡଷ୍ବବିନରେ ପକାଇବା ଉଚିତ ଏବଂ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ଉଚିତ  ।