ବାଳ ଝଡିବାର ଏହା ଅଟେ ରାମବାଣ ଚିକିତ୍ସା, ଏମିତି କରନ୍ତୁ ଏହି ସାଧରାଣ ଉପାୟର ବ୍ୟବହାର

ଆଜିକାଲି ଲୋକମାନଙ୍କର କମ ବୟସରେ ଚୁଟି ଝଡିବା ଏକ ସାଧାରଣ କଥା ହୋଇ ଯାଇଛି । ଏହାର ସବୁଠୁ ବଡ କାରଣ ଲୋକମାନଙ୍କର ଖରାପ ଲାଇଫସ୍ଟାଇଲ, ଖରାପ ଖାଦ୍ୟ, ଚୁଟିରେ ବିଭିନ୍ନ ପ୍ରକାରର କେମିକାଲ ଜିନିଷ ବ୍ୟବହାର କରିବା ଦ୍ଵାରା କମ ବୟସରେ ହିଁ ଚୁଟି ଝଡିବା ଆରମ୍ଭ ହୋଇଯାଏ ଓ କିଛି ବର୍ଷ ମଧ୍ୟରେ ହିଁ ଚନ୍ଦା ହୋଇ ଯାଆନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ଚୁଟି ନ ଝଡିବାର ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ ।

ଚୁଟି ଝଡିବାକୁ ରୋକିବା ପାଇଁ ଘରୋଇ ଉପାୟ

୧. ଲାଲ ମନ୍ଦାର

କହିବାକୁ ଗଲେ ନଡିଆ ଓ ଲାଲ ମନ୍ଦାର ଚୁଟିରେ ଥିବା ରୂପି ସମସ୍ୟାକୁ କମ କରିଥାଏ । ଲାଲ ମନ୍ଦାରକୁ ନିୟମତି ରୂପରେ ବ୍ୟବହାର କରିବା ଦ୍ଵାରା ଚୁଟି ଝଡିବା ବି ବନ୍ଦ ହୋଇଯାଏ । ଏଥିପାଇଁ ଲାଲ ମନ୍ଦାରକୁ ଗ୍ରାଇଣ୍ଡିଙ୍ଗ କରି ଏହାକୁ ନଡିଆ ତେଲରେ ଢାଳି ଦିଅନ୍ତୁ ଓ ଏହି ମିଶ୍ରଣକୁ ଚୁଟିର ମୂଳରେ ଲଗାନ୍ତୁ । ପୁଣି କିଛି ସମୟ ପରେ ସାମ୍ପୋ କରି ଚୁଟିକୁ ସଫା କରି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ଚୁଟି ମଜବୁତ ହୋଇଯିବ ।

୨. ନଡିଆ

ନଡିଆ ତେଲ ଚୁଟି ପାଇଁ ବହୁତ ଭଲ ହୋଇଥାଏ । ନଡିଆ ତେଲରେ ପ୍ରୋଟିନ, ଫ୍ୟାଟ, ମିନେରଲ, ପୋଟାସିୟମ ଓ ଆଇରନ ଥାଏ ଯାହା ଚୁଟିକୁ ଝଡିବାକୁ ଦିଏ ନାହିଁ । ନଡିଆ ତେଲରେ ଥିବା ତତ୍ଵ ଚୁଟିକୁ ମଜବୁତ କରିଥାଏ । ଏଥିପାଇଁ ପ୍ରଥମେ ଆପଣ ନଡିଆକୁ ଗ୍ରାଇଣ୍ଡିଙ୍ଗ କରି ସେଥିରୁ କ୍ଷୀର ବାହାର କରି ସେଥିରେ ଅଳ୍ପ ପାଣି ମିଶାଇ ଦିଅନ୍ତୁ । ଏହା ପରେ ଏହାକୁ ସେହି ଜାଗାରେ ଲଗାନ୍ତୁ ଯେଉଁଠି ଆପଣଙ୍କର ଚୁଟି ପତଳା ହୋଇ ଯାଇଛି । ଏହା ଦ୍ଵାରା ଚୁଟି ଝଡିବା ବନ୍ଦ ହୋଇଯିବ ।

୩. ହୀନା

ହୀନା ଅର୍ଥାତ ମେହେନ୍ଦିର ବ୍ୟବହାର ଚୁଟିକୁ ରଙ୍ଗୀନ କରିବା ପାଇଁ ଓ କଣ୍ଡିସନର ରୂପରେ କରାଯାଇଥାଏ । କିନ୍ତୁ ହୀନା ଚୁଟିକୁ ଝଡିବାକୁ ବି ଅଟକାଇଥାଏ । ଏହାକୁ ସୋରିଷ ତେଲରେ ମିଶାଇ ଚୁଟିରେ ଲଗାଇବା ଦ୍ଵାରା ଚୁଟି ମଝବୁତ ହୋଇଥାଏ ଓ ଚୁଟି ଝଡିବା ବି ବନ୍ଦ ହୋଇଯାଏ । ଏଥିପାଇଁ ପ୍ରଥମେ ଗୋଟିଏ ପାତ୍ରରେ ୨୫୦ ଏମଏଲ ସୋରିଷ ତେଲ ନେଇ ସେଥିରେ ୬୦ ଗ୍ରାମ ଶୁଖିଯାଇଥିବା ମେହେନ୍ଦିର ପତ୍ର ଦେଇ ଗରମ କରି ଦିଅନ୍ତୁ ।

ଏହା ପରେ ଏହାକୁ ଛାଣି ନିଅନ୍ତୁ । ଥଣ୍ଡା କରି ଏକ ଜାରରେ ସେହି ତେଲକୁ ରଖି ଦିଅନ୍ତୁ । ଏହାକୁ ସବୁଦିନ ଲଗାଇବା ଦ୍ଵାରା ଚୁଟି ଝଡିବା ବନ୍ଦ ହୋଇଯିବ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।