ରୋଗରେ ପୀଡିତ ନିଜର ପତ୍ନୀ ପାଇଁ ୟୋମ ବହୁତ ପରିଶ୍ରମ କରିଥାନ୍ତି । ସେ ସବୁ ଶୁକ୍ରବାର ଦିନ ଗାଁ ଗାଁ ବୁଲି ଅର୍ଡର ନିଅନ୍ତି । ଏହା ପରେ ମାର୍କେଟ ରେ ବୈମ୍ବୂ ଷ୍ଟିକ ରେ ଚାଉଳ କରି ବିକ୍ରି କରନ୍ତି । ୟୋମଙ୍କର ପତ୍ନୀଙ୍କୁ ଡାଇବେଟିସ ଓ ହାଈ ବ୍ଲଡପ୍ରେଶର ଅଛି । ଏହି ଦମ୍ପତିଙ୍କର କୌଣସି ସନ୍ତାନ ବି ନାହିଁ । ସେଥିପାଇଁ ଅନ୍ଧ ୟୋମ ନିଜ ପତ୍ନୀଙ୍କର ଚିକିଶ୍ଚା ପାଇଁ ଟଙ୍କା ଏକାଠି କରିବା ପାଇଁ ଏହି କାମ କରୁଛନ୍ତି ।
ୟୋମ ମନ୍ଦିର ପାଖରେ ନିଜର ସାଇକେଲ ଲଗାଇ ନିଜର ଜିନିଷ ବିକ୍ରି କରନ୍ତି । ତାଙ୍କ ପାଖରେ ଏକ ମାଇକ ଅଛି, ଯାହା ଜରିଆରେ ସେ ଲୋକମାନଙ୍କୁ ଆବାଜ ଦେଇ ଡାକିଥାନ୍ତି ।
କହିବାକୁ ଗଲେ ୟୋମ ଜନ୍ମରୁ ଅନ୍ଧ ନ ଥିଲେ । ଥରେ ସେ ନିଜର ମା’ଙ୍କ ସହିତ କାମ କରିବା ସମୟରେ ତାଙ୍କ ସହିତ ଏକ ଦୁର୍ଘଟଣା ହୋଇଥିଲା । ଏକ ବଳଦ ତାଙ୍କ ଉପରେ ଆକ୍ରମଣ କରି ଦେଇଥିଲା । ଏହି ଦୁର୍ଘଟଣା ପରେ ତାଙ୍କର ଆଖିର ଦୃଷ୍ଟିଶକ୍ତି ଚାଲି ଯାଇଥିଲା ।
ଗରିବ ହେବା କାରଣରୁ ୟୋମ ବହୁତ ଭଲ ହୃଦୟର ବି ଅଟନ୍ତି । ଯଦି ଦିନର ଶେଷରେ ତାଙ୍କ ପାଖରେ କିଛି ଚାଉଳ ବଞ୍ଚି ଯାଉଛି ତେବେ ସେ ସେଠିକାର ମନ୍ଦିରରେ ଥିବା ମାଙ୍କଡମାନଙ୍କୁ ସେହି ଚାଉଳକୁ ଖାଇବାକୁ ଦେଇ ଦିଅନ୍ତି । ତାଙ୍କର ଏହି କାମ ଯୋଗୁ ଆଖପାଖର ଲୋକମାନେ ତାଙ୍କର ବହୁତ ଇଜ୍ଜତ କରନ୍ତି ।
ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।