କହିବାକୁ ଗଲେ ବଲୀଉଡର ପ୍ରସିଦ୍ଧ ଡାୟରେକ୍ଟର କରଣ ଜୌହର ପ୍ରାୟତଃ କୌଣସି ନା କୌଣସି କାରଣରୁ ନିଜ ଘରେ ପାର୍ଟି ଆୟୋଜିତ କରିଥାନ୍ତି । କିନ୍ତୁ ଗତ କିଛି ଦିନ ତଳେ ଆୟୋଜିତ କରିଥିବା ଏକ ପାର୍ଟି କାରଣରୁ କରଣ ବିବାଦରେ ଘେରି ଯାଇଥିଲେ । କହିବାକୁ ଗଲେ କରଣ ଜୌହରଙ୍କର ପାର୍ଟିରେ ଷ୍ଟାରମାନଙ୍କ ଉପରେ ଡ୍ରଗ୍ସ ନେବାର ଆରୋପ ଲାଗିଥିଲା, ଯାହାକୁ ନେଇ ବହୁତ ହଙ୍ଗାମା ହୋଇଥିଲା । ଏହା ପରେ ଯେତେବେଳେ ବିବାଦ ବଢିବାକୁ ଲାଗିଲା ତେବେ ବର୍ତ୍ତମାନ
କରଣ ଜୌହର ନିଜର ଚୁପ୍ପୀକୁ ଭାଙ୍ଗି ଏକ ବଡ ବୟାନ ଦେଇଛନ୍ତି । ଏହା ସହିତ ସେ ସେହି ରାତି ବିଷୟରେ ବି କହିଛନ୍ତି ।
ଗତ କିଛି ଦିନ ତଳେ କରଣ ଜୌହର ଦ୍ୱାରା ଆୟୋଜିତ ପାର୍ଟୀରେ ଦୀପିକା ପାଦୁକୋଣ, ମଲାଇକା, ଅର୍ଜୁନ, ରଣବୀର କପୂର, ବିକ୍କୀ କୌଶଲ, ବରୁଣ ଧବନ, ଶାହିଦ କପୂର, ଜୋୟା ଅଖ୍ତର ଓ ଅୟାନ ମୁଖର୍ଜୀ ସାମିଲ ହୋଇଥିଲେ । ଯାହାର ଭିଡିଓ ସୋସିୟାଲ ମିଡିୟାରେ ବହୁତ ଜଲ୍ଦି ଭାଇରାଲ ବି ହୋଇଥିଲା । ଏହି ଭିଡିଓକୁ ଦେଖି ୟୁଜରମାନେ ଷ୍ଟାରମାନଙ୍କ ଉପରେ ଡ୍ରଗ୍ସ ନେବାର ଆରୋପ ଲଗାଇଥିଲେ ।
କରଣ ଜୌହର
ବର୍ତ୍ତମାନ ହିଁ କରଣ ଜୌହର ଏକ ଇଣ୍ଟରଭିୟୁ ଦେଲେ, ଯେଉଁଥିରେ ତାଙ୍କୁ ସେହି ଭିଡିଓ ବିଷୟରେ ପ୍ରଶ୍ନ ପଚରାଗଲା । ଏହି ପ୍ରଶ୍ନର ଉତ୍ତରରେ କରଣ ଜୌହର କହିଲେ କି ସେହି ପାର୍ଟିରେ ସମସ୍ତ ଷ୍ଟାର ଏମିତି ଥିଲେ, ଯେଉଁମାନେ ନିଜର ପରିଶ୍ରମ ଦ୍ଵାରା ସଫଳତା ହାସଲ କରିଛନ୍ତି ଓ ପୁରା ସପ୍ତାହର ପରିଶ୍ରମ ପରେ ସମସ୍ତେ ଅଳ୍ପ ମସ୍ତି କରୁଥିଲେ, ଯେଉଁଥିରେ ଏହିଭଳି କିଛି ନ ଥିଲା । କରଣ ଜୌହର କହିଲେ କି ଯଦି ଏହିଭଳି କିଛି ହୋଇଥାନ୍ତା ତେବେ କଣ ମୁଁ ନିଜେ ସେହି ଭିଡିଓକୁ ଶେୟାର କରିଥାନ୍ତି, ଏତେ ବଡ ମୂର୍ଖ ତ ମୁଁ ନୁହେଁ ।
ଅର୍ଥହୀନ ଆରୋପ ଅଟେ ଏହା – କରଣ ଜୌହର
କରଣ ଜୌହର କହିଲେ କି ବିକ୍କୀ କୌଶଲ ନିଜର ପକେଟରୁ କିଛି ଜିନିଷ ବାହାର କରୁଥିଲେ, ଯାହା ଉପରେ ଲାଇଟ ପଡିବାରୁ ତାହା ପାଉଡର ଭଳି ଲାଗିଲା । କିନ୍ତୁ ଏହାର ଅର୍ଥ ନୁହେଁ କି ତାହା ଡ୍ରଗ୍ସ ଅଟେ । ବିକ୍କୀ କୌଶଲ ଡେଙ୍ଗୁ ଜରରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି, ଯେଉଁ କାରଣରୁ ସେ ଲେମ୍ବୁ ପାଣି ପିଉଥିଲେ ।
ମୋର ମା ବି ବସିଥିଲେ – କରଣ ଜୌହର
କରଣ ଜୌହର ଆଗକୁ କହିଲେ କି ଭିଡିଓ କରିବା ପୂର୍ବରୁ ମୋର ମା ସେଠି ବି ବସିଥିଲେ, ଏମିତିରେ ଆମେ ସମସ୍ତେ ପରିବାର ସହିତ ଖୁସି ପାଳନ କରୁଥିଲେ, କିନ୍ତୁ ଲୋକମାନେ ଏହାକୁ ଭୁଲ ବୁଝିଲେ । କରଣ ଜୌହର କହିଲେ କି ଆମେ ସମସ୍ତେ ଏକ ପରିବାର ଅଟୁ । ଆମେ ସେହି ଦିନ ଖାଦ୍ୟ ଭୋଜନ କରିଲୁ ଓ ଗୀତ ଶୁଣିଲୁ,ବାକି କିଛି ନାହିଁ । କରଣ ଜୌହର କହିଲେ କି ଏହା ସବୁ ଅର୍ଥହିନ ଅଟେ ଓ ଆଗକୁ ଯଦି ଏହିଭଳି ହେବ ତେବେ ମୁଁ ଆଇନ ରାସ୍ତା ଆପଣାଇବି ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।