ଆମିର ଖାନଙ୍କ ସହିତ ପ୍ରଥମ ଫିଲ୍ମରେ ରୋମାନ୍ସ କରି ସାରିଥିବା ଏହି ହିରୋଇନ, ଏବେ ହୋଇ ଯାଇଛନ୍ତି ସନ୍ୟାସୀ !

୯୦ ଦଶକରେ ଯେଉଁ ଅଭିନେତ୍ରୀମାନେ କାମ କରୁଥିଲେ ବର୍ତ୍ତମାନ ସେଥି ମଧ୍ୟରୁ କିଛି ଅଭିନେତ୍ରୀମାନେ ହଜି ଯାଇଛନ୍ତି ତ କିଛି ବିବାହ କରି ନିଜ ଘର ବସାଇ ସାରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ଗ୍ରେସୀ ସିଂହ ଯିଏକି ଆମିର ଖାନଙ୍କ ସହିତ ଫିଲ୍ମ ‘ଲଗାନ’ କରି ନିଜର ବଲୀଉଡ କ୍ୟାରିୟର ଆରମ୍ଭ କରିଥିଲେ । ଗ୍ରେସୀ ସିଂହ ଗତ ୨୦ ଜୁଲାଇରେ ନିଜର ୩୯ ତମ ଜନ୍ମଦିନ ପାଳନ କରିଲେ । ବର୍ତ୍ତମାନ ଖବର ଆସୁଛି କି ସେ ସନ୍ୟାସୀଙ୍କ ଭଳି ଜୀବନ ଜାପାନ କରୁଛନ୍ତି ।

ଆମିର ଖାନଙ୍କ ସହିତ ରୋମାନ୍ସ କରି ସାରିଛନ୍ତି ଏହି ଅଭିନେତ୍ରୀ

ଗ୍ରେସୀ ସିଂହ ପ୍ରଥମେ କିଛି ସିରିୟଲରେ ନଜର ଆସିଥିଲେ । ଏହା ପରେ ତାଙ୍କୁ ଫିଲ୍ମରୁ ଅଫର ଆସିବାକୁ ଲାଗିଲା । କହିବାକୁ ଗଲେ ତାଙ୍କର ପ୍ରଥମ ଫିଲ୍ମ ‘ଲଗାନ’ ବ୍ଲକବସ୍ଟର ପ୍ରମାଣିତ ହେଲା । ତାଙ୍କର ଅଭିନୟକୁ ସମସ୍ତେ ପସନ୍ଦ ବି କରିଲେ । ଏକ ଇଣ୍ଟରଭିୟୁରେ ଗ୍ରେସୀ ସିଂହ କହିଥିଲେ କି ସେ ଏକ କ୍ଲାସିକଲ ଡାନ୍ସର ହେବାକୁ ଚାହୁଁ ଥିଲେ । କିନ୍ତୁ ସେ ଅଭିନେତ୍ରୀ ହୋଇଗଲେ ।

ତାଙ୍କର ସ୍ଵପ୍ନ ଥିଲା କି ସେ ଇଣ୍ଡଷ୍ଟ୍ରିରେ ଏକ କୋରିୟୋଗ୍ରାଫର ରୂପରେ ନିଜକୁ ପରିଚିତ କରିବାକୁ ଚାହୁଁ ଥିଲେ । କିନ୍ତୁ ସେ ଅଡିସନ କୋରିଯୋଗ୍ରାଫର ପାଇଁ ହିଁ ଦେଇଥିଲି କିନ୍ତୁ ଫିଲ୍ମରେ ଲିଡ ଅଭିନେତ୍ରୀ ପାଇଁ ସିଲେକ୍ଟ କରି ନିଆ ଗଲା ।

ଗ୍ରେସୀ ସିଂହ ଗଙ୍ଗାଜଳ ଓ ମୁନ୍ନା ଭାଈ ଏମବୀବୀଏସ ଭଳି ସୁପରହିଟ ଫିଲ୍ମରେ ବି କାମ କରିଛନ୍ତି । କିନ୍ତୁ କିଛି ସମୟ ପରେ ତାଙ୍କୁ ଫିଲ୍ମରେ କାମ ମିଳିଲା ନାହିଁ । ଏହା ପରେ ସେ ବି ଗ୍ରେଡ ଫିଲ୍ମରେ କାମ କରିବା ଆରମ୍ଭ କରିଦେଲେ । ଏହା ପରେ ଫିଲ୍ମରୁ ଭଲ ଆୟ ନ ହେବା କାରଣରୁ ସେ ଟିଭିରେ ଆସୁଥିବା ସିରିୟଲ ‘ସନ୍ତୋଷୀ ମାତା’ ଶୋରେ ମୁଖ୍ୟ ଅଭିନୟ କରିଥିଲେ । ଏହା ପରେ ପୁଣି ଥରେ ତାଙ୍କୁ ପରିଚୟ ମିଳିଲା ।

ବର୍ତ୍ତମାନ ଆରମ୍ଭ କରିଛନ୍ତି ଡାନ୍ସ ଏକାଡେମି

ବର୍ଷ ୨୦୦୯ରେ ଗ୍ରେସୀ ସିଂହ ଏକ ଡାନ୍ସ ଏକାଡେମି ଆରମ୍ଭ କରିଛନ୍ତି ଯେଉଁଥିରେ ସେ ପିଲାମାନଙ୍କୁ କ୍ଲାସିକଲ ଡାନ୍ସ ଶିଖାଉଛନ୍ତି । କିନ୍ତୁ ବର୍ତ୍ତମାନ ସେ ବ୍ରହ୍ମକୁମାରୀ ଆତ୍ଧ୍ଯାତ୍ମିକ ସଂଗଠନର ସଦସ୍ୟତା ହାସଲ କରିଛନ୍ତି ଓ ପ୍ରାୟତଃ ଆଧ୍ଯାତ୍ମ ଟ୍ରେନିଗ ନେବା ଓ ଦେବାରେ ତାଙ୍କର ସମୟ ଅତିବାହିତ ହୋଇ ଯାଉଛି । ମିଡିୟା ରିପୋର୍ଟସ ଅନୁସାରେ ସେ ଏହି ସଂଗଠନର ସଦସ୍ୟ ହୋଇଥିବା କାରଣରୁ ବିବାହ କରୁ ନାହାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।