ପାହାଡୀ ରାସ୍ତାରେ ବୁଲୁଥିବାର ଦେଖାଗଲା ଏହି ‘ଦୁର୍ଲଭ’ ଜୀବ, ITBP ଯବାନମାନେ କରିଲେ ଭିଡିଓ

ଏମିତିର ତ ଆପଣମାନେ ବହୁତ ଜୀବଜନ୍ତୁ ଦେଖିଥିବେ । ଆଜି ଆମେ ଆପଣଙ୍କୁ ଯେଉଁ ଜୀବ ବିଷୟରେ କହିବାକୁ ଯାଉଛୁ, ଏହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କହିଦେଉଛୁ ଯେ ହିମାଳୟର ପାହାଡୀ ରାସ୍ତାରେ ୧୨ ହଜାର ଫୁଟ ଉଚ୍ଚତା ଉପରେ ଏକ ଦୁର୍ଲଭ ହିମ ତେନ୍ଦୁଆ ରାସ୍ତା ପାର କରୁଥିବାର ଦେଖି ଲୋକମାନଙ୍କର ଝାଳ ବାହାରିଗଲା । ଏହି ହିମ ତେନ୍ଦୁଆ ବହୁତ ହିଁ ଦୁର୍ଲଭ ଅଟେ । ଏହା ସହଜରେ କାହାର ନଜର ବି ଆସି ନ ଥାଏ । କିନ୍ତୁ ଗଙ୍ଗୋତ୍ରୀ ନ୍ୟାଶନାଲ ପାର୍କ ହିମ ତେନ୍ଦୁଆଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେଉଛି । ବର୍ତ୍ତମାନ ଗଙ୍ଗୋତ୍ରୀ ନ୍ୟାଶନାଲ ପାର୍କରେ ହିମ ତେନ୍ଦୁଆର ଏକ ଭିଡିଓ ସୋସିୟାଲ ମିଡିୟାରେ ଭାଇରାଲ ହେଉଛି ।

Image courtesy: Google

ମିଳିଥିବା ସୂଚନା ଅନୁସାରେ ଏହି ସପ୍ତାହରେ ହିମାଳୟର ନେଲାଙ୍ଗ ଘାଟୀର ନାଗା ପାଖରେ ଭାରତର ତିବ୍ବତ ପୁଲିସ ସୀମାର ଯବାନ (ହିମବୀରମାନେ)ମାନଙ୍କୁ ହିମ ତେନ୍ଦୁଆଙ୍କର ଭିଡିଓ କରିଛନ୍ତି । ପାର୍କର କ୍ୟାମେରାରେ ବି ନର ହିମ ତେନ୍ଦୁଆ, ମାଦା ହିମ ତେନ୍ଦୁଆ ଓ ସାବକ ବି ନଜର ଆସିଛନ୍ତି । ପାର୍କରେ ହିମ ତେନ୍ଦୁଆଙ୍କର ବଢୁଥିବା ସଂଖ୍ୟା ଦ୍ଵାରା ବନ୍ୟଜୀବ ପ୍ରେମୀମାନେ ବହୁତ ଖୁସି ଅଛନ୍ତି ।

କହିଦେଉଛୁ ଯେ ନ୍ୟାଶନାଲ ପାର୍କରେ ହିମ ତେନ୍ଦୁଆ, ଅରଗଲୀ ଭେଡ଼, ଭରଲ, ଭୁରା ଭାଲୁ, ସେରାୱ, ଲାଲ ଲୋମଡ଼ୀ, କସ୍ତୁରୀ ମୃଗ, ହିମାଲୟି ଥାର ଇତ୍ୟାଦି ବନ୍ୟ ଜୀବ ବି ଅଛନ୍ତି । ହିମାଳୟତ ମୋନାଲ, ପହାଡ଼ୀ ରାଜାଲାଲ, ହିମାଲୟୀ ଗିଦ୍ଧ, ହିମାଲୟୀ କୁକ୍କଟ, ହିମାଲୟୀ ତିତ୍ତର ଭଳି କେତେକ ପକ୍ଷୀ ବି ଏଠି ପ୍ରବାସ କରନ୍ତି । କିଛି ସମୟ ହେବ ଏଠି ହିମ ତେନ୍ଦୁଆଙ୍କର ସଂଖ୍ୟା ବଢିବାକୁ ଲାଗିଛି ।

Image courtesy: Google

ଭିଡିଓରେ ଦେଖିପାରିବେ କି ହିମ ତେନ୍ଦୁଆଙ୍କ ଦ୍ଵାରା ଏଡୱେଂଚର ଓ ପର୍ଯାବରଣ ଜଣାଇଥିବା ଲୋକମାନେ ଗୋଟିଏ ପଟେ ଉତ୍ସାହିତ ଅଛନ୍ତି ତ ଅନ୍ୟ ପଟେ ଏହି କଥାର ଚିନ୍ତା ବି ଅଛି କି ଏହି ଦୁର୍ଲଭ ୱାଇଲ୍ଡ ଲାଇଫ ମଣିଷଙ୍କର ବସ୍ତିକୁ ଆସିବା ଚିନ୍ତାଜଣକ ଅଟେ ।

ଦେଖନ୍ତୁ ଭିଡିଓ

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।