ଏରୋପ୍ଲେନ ଚକରେ ଲୁଚି ଯାତ୍ରା କରୁଥିଲା ଏହି ଲୋକ, ୩୫୦୦ ଫୁଟ ଉଚ୍ଚତାରୁ ପଡିଲା ଆଉ ତା ପରେ…

ଏରୋପ୍ଲେନରେ ଯାତ୍ରା କରିବା ତ ସବୁଠୁ ସୁରକ୍ଷିତ ଅଟେ କିନ୍ତୁ ସର୍ତ୍ତ ଏହା ଅଟେ କି ଆପଣ ଏରୋପ୍ଲେନରେ ଯାତ୍ରା କରିବାର ସମସ୍ତ ନିୟମ ଗୁଡିକର ପାଳନ ସଠିକ ରୂପରେ କରିବେ । କିନ୍ତୁ ନାଇରୋବି ରୁ କେନିୟା ଯାଉଥିବା ଏହି ବ୍ୟକ୍ତିକୁ ଏହି କଥାକୁ ନଜରଅନ୍ଦାଜ କରିବା ଦ୍ଵାରା ବହୁତ ମହଙ୍ଗା ପଡିଲା । କହିବାକୁ ଗଲେ ଏହି ବ୍ୟକ୍ତି ଜଣକ ଏକ ପ୍ରବାସୀ ଥିଲା ଯିଏକି ଏକ ଦେଶରୁ ଅନ୍ୟ ଏକ ଦେଶକୁ ଲୁଚିକରି ଯିବାକୁ ଚାହୁଁଥିଲା ।

ଏହି ଚେଷ୍ଟାରେ ସେ ଏକ ଏରୋପ୍ଲେନରେ ଲ୍ୟାଣ୍ଡିଂ ଗିୟର ଥିବା ଜାଗାରେ ଲୁଚି କରି ଯାତ୍ରା କରୁଥିଲା । କିନ୍ତୁ ଯେତେବେଳେ କେନ୍ୟା ଏୟରୱେଜର ଫ୍ଲାଈଟ ଲଣ୍ଡନ ଉପରୁ ଉଡୁଥିଲା ତେବେ ସେହି ସମୟରେ ସେ ତଳକୁ ପଡିଗଲା । ସେତେବେଳେ ଏରୋପ୍ଲେନ ମାଟିରୁ ୩୫୦୦ ଫୁଟ ଉଚ୍ଚତା ଉପରେ ଉଡୁଥିଲା । ଏହା ପରେ ଯାହା ହେଲା ତାହା ଜାଣିଲେ ଆପଣଙ୍କୁ ବି କରେଣ୍ଟ ଲାଗିଲା ଭଳି ଲାଗିବ ।

ଏରୋପ୍ଲେନରୁ ସିଧା ବଗିଚାରେ ପଡିଲା ବ୍ୟକ୍ତି ଜଣକ

ଲଣ୍ଡନରେ ରହୁଥିବା ଏକ ବ୍ୟକ୍ତି କହିଲା କି ରବିବାର ଦିନ ସେ ନିଜ ଘର ବାହାରେ ବସିଥିଲା । ଏହି ସମୟରେ ଅଚାନକ ଏକ ବ୍ୟକ୍ତି ଆକାଶରୁ ଆସି ତାହାର ବଗିଚାରେ ପଡିଗଲା । ଏତେ ଉପରୁ ପଡିବା କାରଣରୁ ସେହି ପ୍ରବାସୀ ବ୍ୟକ୍ତିର ଜୀବନ ସେହି ସ୍ଥାନରେ ହିଁ ଚାଲିଗଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ସେହି ବ୍ୟକ୍ତିର ଶବ ତାଙ୍କ ଠାରୁ କେବଳ ତିନି ଫୁଟ ଦୂରରେ ହିଁ ପଡିଥିଲା ।

ଏହାକୁ ଦେଖି ଡରିଗଲେ

ଘଟଣା ସ୍ଥଳରେ ରହୁଥିବା ଅନ୍ୟ ଏକ ବ୍ୟକ୍ତି କହିଲେ କି ମୁଁ ନିଦରେ ଥିଲି ଓ ଅଚାନକ ଏକ ଜୋରଦାର ଆବାଜ ଶୁଣିବାକୁ ମିଳିଲା । ଏହା ପରେ ଯେତେବେଳେ ମୁଁ ଘର ବାହାରକୁ ଗଲି ତେବେ ମୋର ହୋସ ଉଡିଗଲା । ଆକାଶରୁ ତଳକୁ ପଡିଥିବା ବ୍ୟକ୍ତିର ଶରୀର ପୂର୍ଣ୍ଣ ରୂପରେ କ୍ଷତ ବିକ୍ଷତ ହୋଇ ଯାଇଥିଲା । କହିବାକୁ ଗଲେ ଏହା ବହୁତ ଭୟାନକ ଦୃଶ୍ୟ ଥିଲା । ଭଗବାନଙ୍କ ଦୟାରୁ ମୋ ପିଲାମାନେ ସେହି ସମୟରେ ବାହାରେ ଖେଳୁ ନ ଥିଲେ । ନ ହେଲେ ଅଞ୍ଜାମ ଆହୁରି ଭୟାନକ ହୋଇଥାନ୍ତା ।

ଲ୍ୟାଡିଙ୍ଗ କରୁଥିବା ସମୟରେ ହୋଇଥିଲା ଏହି ଦୁର୍ଘଟଣା

ସୂଚନା ଅନୁସାରେ କେନ୍ୟା ଏୟରୱେଜ ର ୭୮୭ ବିମାନ ହୀଥ୍ରୋ ଏୟାରପୋର୍ଟରେ ଲ୍ୟାଡିଙ୍ଗ କରିବାର ଥିଲା । ଏଥିପାଇଁ ପ୍ଲେନ ନିଜର ଚକ ଗୁଡିକ ତଳକୁ ଖୋଲିଥିଲା । ଠିକ ଏହି ସମୟରେ ସେଠି ଲୁଚି ଥିବା ବ୍ୟକ୍ତି ଜଣକ ତଳକୁ ପଡିଗଲା । କୁହାଯାଉଛି କି ଲୁଚିଥିବା ବ୍ୟକ୍ତି ପ୍ଳେନର ଚକଟି ଅଚାନକ ଖୋଲିବା କାରଣରୁ ସେ ନିଜର ଭାରସାମ୍ୟ ହରାଇ ବସିଲା ଓ ସେ ତଳକୁ ଖସି ପଡିଲା । ଘଟଣା ପରେ ବିମାନ ବିଭାଗର ଲୋକମାନଙ୍କୁ ପ୍ଲେନରେ ଲ୍ୟାଣ୍ଡିଂ ଗିୟର ରୁମରେ ଏକ ବ୍ୟାଗ ଓ କିଛି ଖାଇବା ଜିନିଷ ବି ମିଳିଲା ।