ଜାଣନ୍ତୁ ଲିମ୍ବର ଔଷଧୀୟ ଗୁଣ ଦ୍ଵାରା କିପରି ଦୂର ହୋଇଥାଏ ଏହି ସବୁ ରୋଗ

ଲିମ୍ବ ଗଛର ବହୁତ ପ୍ରକାରର ଔଷଧୀୟ ଗୁଣ ରହିଛି । ଲିମ୍ବର ଛାଲ, ପତ୍ର, ତେଲ ଓ ଫଳର ପ୍ରୟୋଗ ବହୁତ ପ୍ରକାରର ଔଷଧ ତିଆରି କରିବାରେ ବ୍ୟବହାର କରାଯାଇଥାଏ । ଏହାର ଔଷଧୀୟ ଗୁଣ ପାଇଁ ଏହି ଗଛକୁ ଆୟୁର୍ବେଦରେ ବହୁତ ଗୁଣକାରୀ ବୋଲି କୁହାଯାଇଛି । ଲିମ୍ବର ପ୍ରୟୋଗ କରି ବହୁତ ପ୍ରକାରର ରୋଗକୁ ଭଲ କରା ଯାଇପାରେ । ତେବେ ଆସନ୍ତୁ ଜାଣିବା ଲିମ୍ବର ଔଷଧୀୟ ଗୁଣ ବିଷୟରେ ।

ରକ୍ତ ଶୁଦ୍ଧ କରେ

ରକ୍ତ ଶୁଦ୍ଧ ନଥିଲେ ଚେହେରାରେ ବ୍ରଣ ହୋଇଯାଇଥାଏ । ଯେଉଁ ଲୋକମାନଙ୍କର ରକ୍ତ ଶୁଦ୍ଧ ନୁହେଁ ସେମାନେ ଲିମ୍ବ ପତ୍ର ଖାଆନ୍ତୁ ବା ଏହାର ଜୁସ କରି ପିଅନ୍ତୁ ।

ଦାନ୍ତ ମାଢିକୁ ମଝବୁତ କରିଥାଏ

ଲିମ୍ବ ପତ୍ର ଓ ଏହାର କାଠି ଦ୍ଵାରା ଦାନ୍ତ ଘଷିବା ଲାଭଦାୟକ ହୋଇଥାଏ । ଏହାର ପ୍ରୟୋଗ ବହୁତ ପ୍ରକାରର ତୁଥପେଷ୍ଟ ରେ କରାଯାଇଥାଏ । ଏହା ମଧ୍ୟରେ ଥିବା ଔଷଧୀୟ ଗୁଣ ଦାନ୍ତକୁ ଓ ମାଢିକୁ ମଝବୁତ କରିଥାଏ ।

କୁଣ୍ଡିଆରୁ ମିଳିଥାଏ ଆରାମ

କୁଣ୍ଡିଆ ହେଉଥିଲେ ଆପଣ ଲିମ୍ବ ପାଣିରେ ସ୍ନାନ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଆରାମ ମିଳିବ । ଏଥିପାଇଁ କିଛି ଲିମ୍ବ ପତ୍ରକୁ ନେଇ ପାଣିରେ ଭଲ ଭାବେ ସିଝାଇ ଦିଅନ୍ତୁ । ତା ପରେ ଏଥିରୁ ପତ୍ରକୁ ବାହାର କରି ଦିଅନ୍ତୁ ଓ ତାହାକୁ ଗାଧୋଇବା ପାଣିରେ ମିଶାଇ ଦିଅନ୍ତୁ । ପ୍ରତିଦିନ ଏହି ପାଣିରେ ଗାଧୋଇବା ଦ୍ଵାରା ଆପଣଙ୍କୁ ଚର୍ମ ରୋଗରୁ ମୁକ୍ତି ମିଳିବ ।

ରୁପି କରିଦିଏ ଗାୟବ

ଲିମ୍ବ ର ଔଷଧୀୟ ଗୁଣ ବାଳ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ଲିମ୍ବ ପାଣିରେ ବାଳ ଧୋଇବା ଦ୍ଵାରା ରୁପି ସମସ୍ଯା ଏକଦମ ଭଲ ହୋଇଯାଇଥାଏ ।

ଚେହେରାକୁ ଚମକାଏ

ଚେହେରାରେ ବ୍ରଣ ଦାଗ ହୋଇଗଲେ ଆପଣ ଲିମ୍ବର ପେଷ୍ଟ ତିଆରି କରି ତାହାକୁ ଚେହେରାରେ ଲଗାନ୍ତୁ । ଏହା ଦ୍ଵାରା ବ୍ରଣ ଦାଗରୁ ମୁକ୍ତି ମିଳିଥାଏ । ଏହା ବ୍ଯତୀତ ଆପଣ ଲିମ୍ବ ତେଲରେ ଚେହେରାର ମାଲିସ କରିବା ବି ଲାଭଦାୟକ ହୋଇଥାଏ ।

ପେଟର କୁର୍ମି ମାରିଥାଏ

ପେଟରେ କୁର୍ମି ହୋଇଗଲେ ଆପଣ ଲିମ୍ବ ପାଉଡରରେ ପାଣି ମିଶାଇ ପିଅନ୍ତୁ । ଏହା ଦ୍ଵାରା ପେଟର କୁର୍ମି ମରିଯିବେ ।

ଏହାର ଔଷଧୀୟ ଗୁଣ ପାଇଁ ବହୁତ କମ୍ପାନୀ ଲିମ୍ବର ପ୍ରୟୋଗ ସାବୁନ, ସାମ୍ପୋ ଇତ୍ୟାଦି ଜିନିଷ ତିଆରି କରିବାରେ ବ୍ୟବହାର କରନ୍ତି । କିଛି କମ୍ପାନୀ ଦ୍ଵାରା ଏହାର ପାଉଡର ଓ ପେଷ୍ଟ ବି ବିକା ଯାଇଥାଏ ।

ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।