ହିନ୍ଦୁ ଧର୍ମରେ ଏମିତି କିଛି ପବିତ୍ର ଗ୍ରନ୍ଥ ଅଛି ଯେଉଁଥିରେ ଲେଖା ଯାଇଥିବା ସମସ୍ତ କଥା ଆଜିର କଳିଯୁଗରେ ସତ୍ୟ ପ୍ରମାଣିତ ହେଉଛି । କହିଦେଉଛୁ କି ହିନ୍ଦୁ ଗ୍ରନ୍ଥରେ ରାମାୟଣ ଓ ମହାଭାରତ ଭଳି ପ୍ରମୁଖ ଗ୍ରନ୍ଥ ଅଛି । ଏହି ଗ୍ରନ୍ଥରେ ବିଭିନ୍ନ ପ୍ରକାରର କଥା କୁହାଯାଇଛି ଯାହା ବ୍ୟକ୍ତିକୁ ମୁକ୍ତିର ମାର୍ଗ ଦର୍ଶାଇ ଥାଏ । ଏହି ଦୁଇଟି ଗ୍ରନ୍ଥରେ ନାୟିକାଙ୍କର ପବିତ୍ରତାକୁ ଦର୍ଶାଇ ଦିଆ ଯାଇଛି ଓ ଖଳନାୟକଙ୍କର ପତ୍ନୀଙ୍କ ବିଷୟରେ ବି କିଛି ଏମିତି କୁହାଯାଇଛି କି ଯାହାକୁ ଶୁଣି ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ମନ୍ଦୋଦରୀ

କହିଦେଉଛୁ କି ଲଙ୍କାପତି ରାବଣଙ୍କର ପତ୍ନୀ ମନ୍ଦୋଦରୀ ବହୁତ ସୁନ୍ଦର ଥିଲେ । ମନ୍ଦୋଦରୀ ରାବଣଙ୍କୁ କହିଥିଲେ କି ସେ ସୀତା ମାତାଙ୍କୁ ଅପହରଣ କରନ୍ତୁ ନାହିଁ । କିନ୍ତୁ ରାବଣ ତାଙ୍କର କଥା ନ ମାନି ମାତା ସୀତାଙ୍କୁ ଅପହରଣ କରି ଭଗବାନ ରାମଙ୍କ ସହ ଯୁଦ୍ଧ କରିଥିଲେ ।
ଏହି ଯୁଦ୍ଧରେ ରାବଣଙ୍କର ପୁରା ବଂଶ ନିପାତ ହୋଇଯାଇଥିଲା । କିନ୍ତୁ ତାଙ୍କର ଛୋଟ ଭାଇ ବିଭୀଷଣ ଯିଏକି ଭଗବାନ ରାମଙ୍କର ଶରଣରେ ଥିଲେ ସେଥିପାଇଁ କେବଳ ବିଭୀଷଣ ହିଁ ବଞ୍ଚିଥିଲେ ।
ଏହା ପରେ ରାବଣ ନିଜର ମୁର୍ତ୍ୟୁର ଶେଷ ମୂହୁର୍ତ୍ତରେ ନିଜ ପତ୍ନୀ ମନ୍ଦୋଦରୀଙ୍କୁ କହିଥିଲେ କି ମୋତେ ମୁକ୍ତି ମିଳୁଛି, କିନ୍ତୁ ମୋ ପରେ ତୁମେ ବିଭୀଷଣ ସହ ବିବାହ କରିନେବ । ପତିବ୍ରତା ହୋଇଥିବା କାରଣରୁ ମନ୍ଦୋଦରୀ ବିଭୀଷଣଙ୍କ ସହ ବିବାହ କରିଥିଲେ ।
ତାରା

ବିଭୀଷଣ ଓ ମନ୍ଦୋଦରୀଙ୍କ ପୂର୍ବରୁ ବାଳୀର ପତ୍ନୀ ତାରା ବି ନିଜର ଦିଅର ଙ୍କ ସହ ବିବାହ କରିଥିଲେ । ଯେତେବେଳେ ଭଗବାନ ଶ୍ରୀରାମଙ୍କ ହାତରେ ବାଳୀର ବଧ ହେଲା ତେବେ ବାଳୀ ବି ନିଜର ପତ୍ନୀ ଅପ୍ସରା ତାରାଙ୍କର ସୁରକ୍ଷା ପାଇଁ ତାଙ୍କୁ ନିଜର ଛୋଟ ଭାଇ ସୁଗ୍ରୀବଙ୍କୁ ଦେଇ ଦେଇଥିଲେ ।
ଭାନୁମତୀ

ଏମିତି ହିଁ କିଛି ହୋଇଥିଲା ଦୁର୍ୟୋଧନଙ୍କର ପତ୍ନୀ ଭାନୁମତୀଙ୍କ ସହ । କହିଦେଉଛୁ କି ଭାନୁମତୀ ବହୁତ ସୁନ୍ଦର ଥିଲେ ସେଥିପାଇଁ ତାଙ୍କ ପାଇଁ ସ୍ଵୟଂମ୍ବର ରଖାଯାଇଥିଲା । ଯେଉଁଥିରେ ଦୁର୍ୟୋଧନ ଓ କର୍ଣ୍ଣ ବି ପହଞ୍ଚିଥିଲେ ।
କିନ୍ତୁ ସ୍ଵୟଂମ୍ବର ଯେତେବେଳେ ଆରମ୍ଭ ହେଲା ସେତେବେଳେ ଭାନୁମତୀ ଦୁର୍ୟୋଧନଙ୍କୁ ଛାଡି ଅନ୍ୟ କାହାକୁ ବରମାଳା ପିନ୍ଧାଇବାକୁ ଯାଉଥିଲେ କି ଠିକ ସେହି ସମୟରେ ଦୁର୍ୟୋଧନ ଜବରଦସ୍ତୀ ଭାନୁମତୀଙ୍କ ଠାରୁ ବରମାଳା ନିଜ ବେକରେ ପିନ୍ଧିନେଲେ ।
ଦୁର୍ୟୋଧନଙ୍କର ଏହିଭଳି କାମ ଦେଖି ସେଠି ଥିବା ସମସ୍ତେ କ୍ରୋଧିତ ହୋଇଗଲେ । ଲୋକମାନେ ବିରୋଧ କରିବାରୁ ଦୁର୍ୟୋଧନ ସମସ୍ତଙ୍କୁ କର୍ଣ୍ଣଙ୍କ ସହ ଯୁଦ୍ଧ କରିବା ପାଇଁ ଆମନ୍ତ୍ରଣ କଲେ । ଦୁର୍ୟୋଧନ ଭିଣୋଇ ଜୟଦ୍ରଥଙ୍କୁ ଛାଡି ସମସ୍ତେ ପଛକୁ ହଟିଗଲେ । କିନ୍ତୁ ଜୟଦ୍ରଥ କର୍ଣ୍ଣଙ୍କ ସହ ଯୁଦ୍ଧରେ ହାରିଗଲେ । ଏହା ପରେ ଦୁର୍ୟୋଧନ ଓ ଭାନୁମତୀଙ୍କର ବିବାହ ହୋଇଗଲା ।
କହିବାକୁ ଗଲେ ଦୁର୍ୟୋଧନ ଭାନୁମତୀଙ୍କର ବିବାହ ହୋଇଥିଲେ ମଧ୍ୟ ସେ ମନେ ମନେ କର୍ଣ୍ଣଙ୍କୁ ପସନ୍ଦ କରୁଥିଲେ । କିନ୍ତୁ ମହାଭାରତର ଯୁଦ୍ଧରେ କର୍ଣ୍ଣ ଓ ଦୁର୍ୟୋଧନ ଉଭୟ ମୁର୍ତ୍ୟୁବରଣ କରିଥିଲେ । ଏମିତି କୁହାଯାଏ କି ଏହା ପରେ ଭାନୁମତୀ ଅର୍ଜୁନଙ୍କ ସହ ବିବାହ କରିଥିଲେ ।
ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆଗକୁ ଏମିତି ଅନେକ ନୂଆ ନୂଆ ଲେଖା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।