ଶପଥ ନେବା ପୂର୍ବରୁ PM ମୋଦୀ ମହାତ୍ମା ଗାନ୍ଧୀଙ୍କୁ ଓ ଅଟଳଜୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି, ଶହୀଦଙ୍କୁ କରିଲେ ନମନ, ଶପଥଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଏହି ସବୁ ଅତିଥି ଆସିଥିଲେ

ନରେନ୍ଦ୍ର ମୋଦୀ ପୁଣି ଥରେ ଦେଶର ପ୍ରଧାନ ମନ୍ତ୍ରୀ ହେଲେ । ସନ୍ଧ୍ୟା ପାଖାପାଖି ୭ ଟା ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଲେ । ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଭବନରେ ହୋଇଥିଲା । ଦ୍ଵିତୀୟ ଥର ପ୍ରଧାନ ମନ୍ତ୍ରୀ ପଦର ଶପଥ ଗ୍ରହଣ କରିବା ପୂର୍ବରୁ ନରେନ୍ଦ୍ର ମୋଦୀ ରାଜଘାଟ ଓ ଅଟଲ ସମାଧି ପହଞ୍ଚି ଥିଲେ । ଯେଉଁଠି ସେ ମହାତ୍ମା ଗାନ୍ଧୀଙ୍କୁ ଓ ଅଟଳ ବିହାରୀ ବାଜପାୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ।

ଏହା ପରେ ପିଏମ ମୋଦୀ ନ୍ୟାସନାଲ ୱାର ମେମୋରିୟଲ ଯାଇ ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ । ତାଙ୍କ ସହିତ ରକ୍ଷାମନ୍ତ୍ରୀ ନିର୍ମଲା ସୀତାରମଣ, ତିନୋଟି ସେନାର ମୁଖ୍ୟ ପ୍ରମୁଖ ବି ଥିଲେ ।

ଅଟଳ ବିହାରୀ ବାଜପାୟୀଙ୍କୁ ପିଏମ ଦେଲେ ଶ୍ରଦ୍ଧାଞ୍ଜଳି

ରାଜଘାଟ ପହଞ୍ଚି ପିଏମ ମୋଦୀ ବାପୁଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଶପଥଗ୍ରହଣ ସମାରୋହରେ ନରେନ୍ଦ୍ର ମୋଦୀଙ୍କ ଛଡା ତାଙ୍କର ମନ୍ତ୍ରୀମଣ୍ଡଳର କିଛି ମନ୍ତ୍ରୀମାନେ ବି ଶପଥ ନେଲେ । ଏହି ସମାରୋହରେ ସୋନିୟା ଗାନ୍ଧୀ ଓ ରାହୁଲ ଗାନ୍ଧୀ ବି ସାମିଲ ହୋଇଥିଲେ । ସମାରୋହରେ BIMSTEC ଦେଶର ପ୍ରମୁଖ ବି ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ୬୦୦୦ ଅତିଥିଙ୍କୁ ନିମନ୍ତ୍ରଣ ପଠାଯାଇଥିଲା । ବାହାର ଅତିଥି ମଧ୍ୟରେ ବାଙ୍ଗଲାଦେଶ, ଶ୍ରୀଲଙ୍କା, ମିୟାମାର, ଥାଇଲ୍ୟାଣ୍ଡ, ନେପାଲ ଓ ଭୁଟାନର ପ୍ରମୁଖ ବି ସାମିଲ ହୋଇଥିଲେ । ଏହା ଛଡା ସାଂସଦମାନଙ୍କୁ ଓ ସମସ୍ତ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କୁ ବି ଏଥିରେ ନିମନ୍ତ୍ରଣ ଦିଆଯାଇଥିଲା ।

ଏହି ସମାରୋହରେ ସାମିଲ ହେବା ପାଇଁ ସରକାର କିର୍ଗୀର ରାଷ୍ଟ୍ରପତି ଓ ଶଂଘାଈ କପରେଶନ ସଂଗଠନ ର ବର୍ତ୍ତମାନର ପ୍ରମୁଖ ସୂରୂନବେ ଜୀନବେକୋୱ ଓ ମରିଶସ ର ପ୍ରଧାନମନ୍ତ୍ରୀ ପ୍ରୱୀଂଦ କୁମାର ଜୁଗନଥକୁ ବି ନିମନ୍ତ୍ରଣ କରିଥିଲେ । ଏବଂ ସମସ୍ତ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କୁ, ରାଜ୍ୟପାଳ ସହିତ ବିପକ୍ଷର ସମସ୍ତ ନେତାମାନଙ୍କୁବି ନିମନ୍ତ୍ରଣ ଦିଆଯାଇଥିଲା ।