ମୋଦୀଙ୍କର ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରଯାଇଥିଲା ରଜନୀକାନ୍ତଙ୍କୁ, କହିଲେ କି ‘ମୋଦୀ ଜଣେ ଲୋକପ୍ରିୟ ନେତା…’

ନରେନ୍ଦ୍ର ମୋଦୀ ଦ୍ଵିତୀୟ ଥର ପିଏମର ଶପଥ ନେଲେ ଓ ତାଙ୍କର ଏହି ଶପଥ ଗ୍ରହଣ ସମାରୋହ ବହୁତ ଭବ୍ୟ ହେଇଥିଲା । ଏହି ସମାରୋହରେ କେତେକ ଦେଶର ନେତା ଓ ଫିଲ୍ମ ଜଗତର ପ୍ରସିଦ୍ଧ ଲୋକମାନେ ବି ସାମିଲ ହୋଇଥିଲେ । ସୂଚନା ଅନୁସାରେ ଏଥର ନରେନ୍ଦ୍ର ମୋଦୀ ବିମସ୍ଟେକ ଦେଶ ବାଙ୍ଗଳାଦେଶ, ମ୍ନ୍ୟାମାର, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ଭୂଟାନ ଓ ନେପାଲର ପ୍ରମୁଖମାନଙ୍କୁ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାର ନିମନ୍ତ୍ରଣ ପଠାଇଥିଲେ ।

ମିଡିୟାର ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁପରଷ୍ଟାର ରଜନୀକାନ୍ତଙ୍କୁ ନିଜର ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ମଧ୍ୟ ନିମନ୍ତ୍ରଣ ପଠାଇଥିଲେ । କହିଦେଉଛୁ ଯେ ନରେନ୍ଦ୍ର ମୋଦୀଙ୍କର ବିଜୟ ପରେ ରଜନୀକାନ୍ତ ନିଜେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ଟ୍ୱୀଟ କରି ଲେଖିଛନ୍ତି କି ଆଦରଣୀୟ ପ୍ରିୟ @narendramodi ଙ୍କୁ ବହୁତ ବହୁତ ଶୁଭେଚ୍ଛା….. ଆପଣ କରି ଦେଖାଇଦେଲେ !!! ଭଗବାନ ଆପଣଙ୍କର ଭଲ କରନ୍ତୁ ।

କହିଲେ ମୋଦୀଙ୍କୁ ଲୋକପ୍ରିୟ ନେତା

ଅଭିନେତା, ରାଜନେତାମାନେ ମଙ୍ଗଳବାର ଦିନ ଏକ ବୟାନ ଦେଲେ କି ଏହି ଦେଶରେ ଜବାହରଲାଲ ନେହରୂ, ଇନ୍ଧିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କ ପରେ ନରେନ୍ଦ୍ର ମୋଦୀ ସବୁଠୁ ଲୋକପ୍ରିୟ ନେତା ହୋଇଛନ୍ତି ଓ ମୁଁ ତାଙ୍କର ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇ ନିଜକୁ ଗର୍ବ ମନେ କରୁଛି । ସୁପରଷ୍ଟାର ରଜନୀକାନ୍ତଙ୍କ ଛଡା କମଳ ହାସନ ବି ନରେନ୍ଦ୍ର ମୋଦୀଙ୍କର ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇ ଥିଲେ ।

ଆପଣଙ୍କୁ କହିଦେଉଛୁ ଯେ ରଜନୀକାନ୍ତ ଓ କମଳ ହାସନଙ୍କର ନିଜର ରାଜନୀତିକ ପାର୍ଟୀ ଅଛି ଓ ବର୍ଷ ୨୦୨୧ରେ ଏହି ଦୁଇ ପାର୍ଟି ତାମିଲନାଡୁ ନିର୍ବାଚନରେ ଅଂଶଗ୍ରହଣ କରିବେ । କମଳ ହାସନଙ୍କର ପାର୍ଟିଙ୍କର ନାମ ମକ୍କଲ ନୀଧି ମିୟାମ ଅଟେ । କିନ୍ତୁ ରଜନୀକାନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ପାର୍ଟିର ନାମ ଘୋଷଣା କରି ନାହାନ୍ତି ।

ରାହୁଲ ଗାନ୍ଧୀଙ୍କୁ ଦେବା ଉଚିତ ନୁହେଁ ଇସ୍ତୀଫା

ମଙ୍ଗଳବାରକୁ ମିଡିୟା ସହ କଥାବାର୍ତ୍ତା କରିବା ସମୟରେ ଯେତେବେଳ ରଜନୀକାନ୍ତଙ୍କୁ ରାହୁଲ ଗାନ୍ଧୀଙ୍କର ଇସ୍ତୀଫା ଉପରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କୁ ନିଜ ପାର୍ଟିର ଅଧକ୍ଷ ପଦରୁ ଇସ୍ତୀଫା ଦେବା ଉଚିତ ନୁହେଁ । ତାଙ୍କୁ ନିଜକୁ ପ୍ରମାଣିତ କରିବା ଦରକାର । ତାଙ୍କ ଭିତରେ କ୍ଷମତା ଅଛି ।

ଆପଣଙ୍କୁ କହିଦେଛୁ ଯେ ବିଜେପି ପାର୍ଟିକୁ ୨୦୧୯ର ଲୋକସଭା ନିର୍ବାଚନରେ ବହୁତ ଭଲ ବିଜୟ ହାସଲ ହୋଇଛି । ନରେନ୍ଦ୍ର ମୋଦୀ ଦ୍ଵିତୀୟ ଥର ଦେଶର ପିଏମ ରୂପରେ ରେ ଶପଥ ନେବେଲେ । ଅନ୍ୟ ପଟେ ରାହୁଲ ଗାନ୍ଧୀ ଏହି ଲୋକସଭା ନିର୍ବାଚନରେ ତାଙ୍କ ପାର୍ଟିକୁ ମିଳିଥିବା ପରଜାୟ ପାଇଁ ସେ ନିଜକୁ ଦାୟି ମାନୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।