ଯଦି ମା ବଗଳାମୁଖୀ ସହ ଜଡିତ ମନ୍ତ୍ର ଜପ କରାଯାଏ ତେବେ ମା’ ଆପଣଙ୍କୁ ସମସ୍ତ ସମସ୍ୟାରୁ ରକ୍ଷା କରନ୍ତି । ଆମର ପ୍ରାଚୀନ ଗ୍ରନ୍ଥରେ ଦଶଟି ମହାବିଦ୍ୟା କାଳୀ, ତାରା ଷୋଡଷୀ, ଭୁବନେଶ୍ୱରୀ, ଛିନ୍ନମସ୍ତା, ତ୍ରିପୁର ଭୈରବୀ, ଧୂମାବତୀ, ବଗଳାମୁଖୀ, ମାତଂଗୀ ଓ କମଳାଙ୍କ ବିଷୟରେ କୁହାଯାଇଛି । ଏହି ଦଶ ମହାବିଦ୍ୟାମାନଙ୍କ ମଧ୍ୟରେ ମା ଭଗବତୀ ଶ୍ରୀ ବଗଲାମୁଖୀଙ୍କୁ ସବୁଠୁ ବିଶିଷ୍ଟ ସ୍ଥାନ ଦିଆଯାଇଛି । ପ୍ରାଚୀନ ତନ୍ତ୍ର ଗ୍ରନ୍ଥ ଅନୁସାରେ ମା ବଗଳାମୁଖୀଙ୍କର ପୂଜା କରିବା ଦ୍ଵାରା ଉନ୍ନତି ହୋଇଥାଏ ଓ ଜୀବନର ସମସ୍ତ ସମସ୍ୟା ଦୂର ହୋଇ ଯାଏ ।
ମା ବଗଳାମୁଖୀଙ୍କ ସହ ଜଡିତ କଥା –
ମା ବଗଳାମୁଖୀଙ୍କ ସହ ଜଡିତ ଏକ କଥା ଅନୁସାରେ ସତ୍ୟଯୁଗରେ ଗୋଟିଏ ଭୀଷଣ ବାତ୍ୟା ଆସିଥିଲା ଓ ଏହି ବାତ୍ୟାରେ ପୁରା ସଂସାର ନଷ୍ଟ ହେଉଥିଲା । ବାତ୍ୟାରେ ସଂସାରକୁ ନଷ୍ଟ ହେଉଥିବାର ଦେଖି ଭଗବାନ ବିଷ୍ଣୁ ବହୁତ ଚିନ୍ତିତ ହୋଇଗଲେ ଓ ସେ ସାହାର୍ଯ୍ୟ ମାଗିବା ପାଇଁ ଭଗବାନ ଶିବଙ୍କ ନିକଟକୁ ଗଲେ । କିନ୍ତୁ ଶିବ ବିଷ୍ଣୁଙ୍କୁ କହିଲେ କି ଏହି ବାତ୍ୟାକୁ କେବଳ ଶକ୍ତି ରୂପ ଦ୍ଵାରା ହିଁ ବନ୍ଦ କରାଯାଇ ପାରିବ ।
ଶିବଙ୍କର କଥା ଶୁଣିବା ପରେ ଭଗବାନ ବିଷ୍ଣୁ ହରିଦ୍ରା ନାମକ ସରୋବର ନିକଟରେ କଠୋର ତପସ୍ୟା କରିଲେ । ଏହି ତପସ୍ୟାରେ ସରୋବରରୁ ମା ଭଗବତୀ ବଗଳାମୁଖୀ ଉତ୍ପନ୍ନ ହେଲେ ଓ ସେ ବାତ୍ୟାକୁ ଅଟକାଇ ଦେଲେ । ସେଥିପାଇଁ କୁହାଯାଏ କି କୌଣସି ବି ସମସ୍ୟା ଆସିଲେ ଯଦି ମା ଭଗବତୀ ବଗଳାମୁଖୀଙ୍କର ପୂଜା କରାଯାଏ ତେବେ ସମସ୍ତ ସମସ୍ୟା ଦୂର ହୋଇଯାଏ । ମା ଭଗବତୀ ବଗଳାମୁଖୀଙ୍କ ସହ ଜଡିତ ମନ୍ତ୍ର ବହୁତ ଚମତ୍କାରୀ ଅଟେ ଏବଂ ଏହି ମନ୍ତ୍ର ସାହାର୍ଯ୍ୟରେ କୌଣସି ବି ସମସ୍ୟାରୁ ଆପଣ ବଞ୍ଚି ପାରିବେ ।
ରଖନ୍ତୁ ଏହି କଥାର ଧ୍ୟାନ –
ମା ବଗଳାମୁଖୀ ସହ ଜଡିତ ମନ୍ତ୍ରର ଜପ କେବଳ ରାତିରେ ହିଁ କରିବା ଉଚିତ ଓ ଏହି ମନ୍ତ୍ରକୁ ରାତି ୧୦ ଟା ରୁ ପ୍ରାତଃ ୪ ଟା ପର୍ଯ୍ୟନ୍ତ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରି ହିଁ ପଢିବେ । ମା’ଙ୍କର ସାଧନା ଏକୁଟିଆ ହିଁ କରିବା ଉଚିତ ଓ କୌଣସି ଅନ୍ୟ ବ୍ୟକ୍ତିଙ୍କୁ ଏହା ଜଣା ପଡିବା ଉଚିତ ନୁହେଁ । ଯେଉଁ ଦିନ ଆପଣ ମାତାଙ୍କର ସାଧନା କରୁଛନ୍ତି ତେବେ ନିଜର ନଖ ଓ ଚୁଟି କାଟିବେ ନାହିଁ । କେବଳ ଗୋଟିଏ ସମୟ ହିଁ ଭୋଜନ କରିବେ ।
ମା ବଗଳାମୁଖୀଙ୍କର ପୂଜା କରିବା ସମୟରେ ସର୍ବ ପ୍ରଥମେ ତଳେ ଦିଆ ଯାଇଥିବା ମନ୍ତ୍ର ହିଁ ଜପ କରନ୍ତୁ । ପୁଣି ଯାଇ ମା’ଙ୍କର ଆବାହନ କରନ୍ତୁ । ଏହା ପରେ ଧ୍ୟାନ ଲଗାଇବା ଦ୍ଵାରା ଜଡିତ ମନ୍ତ୍ରକୁ ପଢନ୍ତୁ ଏବଂ ଶେଷରେ ମା ବଗଳାମୁଖୀଙ୍କର ମନ୍ତ୍ରର ଜପ କରନ୍ତୁ ।
ବିନିଯୋଗ
ଅସ୍ୟ : ଶ୍ରୀ ବ୍ରହ୍ମାସ୍ତ୍ର-ବିଦ୍ୟା ବଗଳାମୁଖ୍ୟା ନାରଦ ଋଷୟେ ନମ: ଶିରସି ।
ତ୍ରିଷ୍ଟୁପ୍ ଛନ୍ଦସେ ନମୋ ମୁଖେ ଶ୍ରୀ ବଗଳାମୁଖୀ ଦେବତାୟେ ନମୋ ହୃଦୟେ ।
ହ୍ରୀଂ ବୀଜାୟ ନମୋ ଗୁହ୍ୟୋ । ସ୍ୱାହା ଶକ୍ତୟେ ନମ: । ପାଦ୍ୟୋ: ।
ଓଁ ନମ: ସର୍ବାଂଗଂ ଶ୍ରୀ ବଗଳାମୁଖୀ ଦେବତା ପ୍ରସାଦ ସିଦ୍ଧୟର୍ଥ ନ୍ୟାସେ ବିନିଯୋଗ: ।
ଆବାହନ ର ମନ୍ତ୍ର
ଐଂ ହ୍ରୀଂ ଶ୍ରୀଂ ବଗଳାମୁଖୀ ସର୍ବଦୃଷ୍ଟାନାଂ ମୁଖଂ ସ୍ତମ୍ଭିନି ସକଲ ମନୋହାରିଣୀ ଅମ୍ବିକେ ଇହାଗଚ୍ଛ ସନ୍ନିଧି କୁରୂ ସର୍ବାର୍ଥ ସାଧୟ ସାଧୟ ସ୍ୱାହା ।
ଧ୍ୟାନ ର ମନ୍ତ୍ର
ସୌବର୍ଣାମନସଂସ୍ଥିତାଂ ତ୍ରିନୟନାଂ ପୀତାଂଶୁକୋଲ୍ଲସିନୀମ୍
ହେମାବାଂଗରୂଚି ଶଶାଂକ ମୁକୁଟାଂ ସଚ୍ଚମ୍ପକସ୍ରଗ୍ଯୁତାମ୍
ହସ୍ତୈର୍ମୁଦଗର ପାଶବଜ୍ରରସନା ସମ୍ବି ଭ୍ରତି ଭୂଷଣୈ
ବ୍ୟାପ୍ତାଂଗୀ ବଗଲାମୁଖୀ ତ୍ରିଜଗତାଂ ସସ୍ତମ୍ଭିନୌ ଚିନ୍ତୟେତ୍ ।
ମନ୍ତ୍ର
ଓଁ ହ୍ରୀଂ ବଗଳାମୁଖୀ ସର୍ବଦୁଷ୍ଟାନାଂ
ବାଚଂ ମୁଖଂ ପଦଂ ସ୍ତଂଭୟ ଜିହ୍ୱବାଂ କୀଲୟ
ବୁଦ୍ଧି ବିନାଶୟ ହ୍ରୀଂ ଓମ୍ ସ୍ୱାହା ।
ଆଶାକରୁଛୁ ଆମର ଏହି ଜ୍ଯୋତିଷ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।