ଲୋକସଭା ନିର୍ବାଚନର ଚତୁର୍ଥ ଚରଣ ପାଇଁ ସୋମବାର ଦିନ ବହୁତ ଭୋଟିଙ୍ଗ ହୋଇଥିଲା । ଚତୁର୍ଥ ଚରଣର ଭୋଟିଙ୍ଗରେ ମୁମ୍ବାଇର ଅଲଗା ଅଲଗା ପୋଲିଙ୍ଗ ବୁଥରେ କେତେକ ବଲୀଉଡ ଷ୍ଟାରମାନେ ବି ଭୋଟ କରିଥିଲେ । ଏହା ମଧ୍ୟରେ କଙ୍ଗନା ରନୌତ ଇସାରା ଇସାରାରେ କଂଗ୍ରେସ ଉପରେ ଏକ ବଡ ବୟାନ ଦେଇଛନ୍ତି । କଙ୍ଗନା ରନୌତ ଭୋଟ ଦେବା ପରେ ମିଡିୟା ସହିତ କଥାବାର୍ତ୍ତା କରି କଂଗ୍ରେସ ଉପରେ ଏକ ବଡ ବୟାନ ଦେଇଛନ୍ତି । ଯାହାକି ବହୁତ ଜଲ୍ଦି ଭାଇରାଲ ହେଉଛି ।
ବର୍ତ୍ତମାନ ସଠିକ ଅର୍ଥରେ ଆଜାଦ ହେଉଛି ଭାରତ – କଙ୍ଗନା ରନୌତ
#WATCH Actor Kangana Ranaut after voting for #LokSabhaElections2019 in Mumbai yesterday, "I feel India is gaining independence in real sense today. Because before this, we were servants of Mughal, British & Italian Governments. Please exercise your 'swaraj (independence)' & vote" pic.twitter.com/fji9GiVtiD
— ANI (@ANI) April 29, 2019
ମୁମ୍ବାଇରେ ଭୋଟ ଦେବା ପରେ କଙ୍ଗନା ରନୌତ ମିଡିୟା ସହିତ କଥାବାର୍ତ୍ତା କରି କହିଲେ କି, ସଠିକ ଅର୍ଥରେ ବର୍ତ୍ତମାନ ଭାରତ ଆଜାଦ ହେଉଛି, କାରଣ ଆମେ ଇଟାଲିୟନ ସରକାରଙ୍କର ଗୁଲାମ ଥିଲୁ । ଏହାର ଅର୍ଥ କି କଙ୍ଗନା ନିଜ ବୟାନରେ ସୋନିୟା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । କାରଣ ସେ ଇଟାଲୀରୁ ଭାରତ ଆସିଥିଲେ । କଙ୍ଗନା ରନୌତ ଆଗକୁ ନିଜ କଥାକୁ ସ୍ପଷ୍ଟ ରୂପରେ କହିଲେ କି, ପ୍ରଥମେ ଆମେ ମୁଗଳ, ବ୍ରିଟିଶ ଏବଂ ଇଟାଲିୟନ ସରକାରଙ୍କର ଚାକର ଥିଲୁ, କିନ୍ତୁ ବର୍ତ୍ତମାନ ସଠିକ ଅର୍ଥରେ ଆମେ ଆଜାଦ ହୋଇଛୁ । ସେଥିପାଇଁ ସମସ୍ତଙ୍କୁ ଏଥିରେ ଆଗକକୁ ଆସି ଭାଗ ନେବା ଉଚିତ ।
ଇଟାଲିୟନ ସରକାରର ଖରାପ ଅବସ୍ଥାରେ ଥିଲା ଦେଶ – କଙ୍ଗନା ରନୌତ
କଙ୍ଗନା ଆଗକୁ କହିଲେ କି ଲୋକତନ୍ତ୍ରର ଏହି ପର୍ବରେ ସମସ୍ତଙ୍କୁ ଭାଗ ନେବା ଉଚିତ । ଯାହା ଦ୍ଵାରା ଏକ ମଜବୁତ ସରକାର ହୋଇପାରିବ । ସେ କହିଲେ କି, କଂଗ୍ରେସ ଶାସନରେ ଦେଶ ଯେଉଁ ଅବସ୍ଥାରେ ଥିଲା, ତାହା ଠାରୁ ଖରାପ କିଛି ବି ହୋଇ ପାରି ନ ଥାନ୍ତା । ଆପଣଙ୍କୁ କହିଦେଉଛୁ ଯେ କଂଗ୍ରେସକୁ ନେଇ କଙ୍ଗନା ପ୍ରଥମେ ବି ଏହିଭଳି ବୟାନ ଦେଇ ସାରିଛନ୍ତି ।
ବର୍ତ୍ତମାନ ବାକି ଅଛି ଆହୁରି ତିନୋଟି ଚରଣର ମତଦାନ
୧୭ ତମ ଲୋସଭା ନିର୍ବାଚନ ପାଇଁ ଭୋଟିଙ୍ଗ ୭ ଟି ଚରଣରେ ହେଉଛି । ଯେଉଁଥିରେ ଚାରୋଟି ଚରଣରେ ମତଦାନ ହୋଇ ସାରିଛି, ଏମିତିରେ ତିନୋଟି ଚରଣ ପାଇଁ ମତଦାନ ବାକି ଅଛି । କହିଦେଉଛୁ ଯେ ମେ ୬ରେ ପଞ୍ଚମ ଚରଣର ଭୋଟିଙ୍ଗ ହେବ । ଏବଂ ଷଷ୍ଠ ଚରଣର ଭୋଟିଙ୍ଗ ମେ ୧୨ ରେ ହେବ । ସପ୍ତମ ଚରଣର ଭୋଟିଙ୍ଗ ମେ ୧୯ରେ ହେବ । କହିଦେଉଛୁ ଯେ ମେ ୨୩ରେ ନିର୍ବାଚନ ରେଜଲ୍ଟ ଆସିବ । ଯାହାକୁ ଲୋକମାନେ ଅପେକ୍ଷା କରିଛନ୍ତି ।