ଏହି ୫ ଟି ଅଭ୍ୟାସ ଆପଣଙ୍କୁ ସମୟ ପୂର୍ବରୁ ବୁଢା କରିଦେଇଥାଏ, ବଞ୍ଚିକରି ରୁହନ୍ତୁ ଏଥିରୁ…

ଯବାନ ଓ ସୁନ୍ଦର ଦେଖା ଯିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । ସେଥିପାଇଁ ସମସ୍ତେ କିଛି ନା କିଛି କରିଥାନ୍ତି । କିନ୍ତୁ କିଛି ଲୋକମାନେ ସମୟ ପୂର୍ବରୁ ବୁଢା ଭଳି ଦେଖା ଯାଆନ୍ତି । ଏହାର ସବୁଠୁ ବଡ କାରଣ ହେଉଛି ଆଜିର ଚିନ୍ତାପୂର୍ଣ୍ଣ ଜୀବନ । ଯାହାର ପ୍ରଭାବ ଆମ ଚେହେରାରେ ଦେଖାଯାଇଥାଏ । ଆଜି ଆମେ ଆପଣଙ୍କୁ କିଛି ଏମିତି ହିଁ ଅଭ୍ୟାସ ବିଷୟରେ ସାବଧାନ କରିବୁ ଯାହା କି ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ।

ଆଜିକାଲି ସମସ୍ତେ ଫାଷ୍ଟଫୁଡର ଦିବାନା ଅଟନ୍ତି । ଯଦି ଆପଣ ବି ଫାଷ୍ଟଫୁଡର ଦିବାନା ଅଟନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଏହି କାରଣରୁ ବଢୁଥିବା ଓଜନ ଆପଣଙ୍କୁ ବୁଢା କରିଦିଏ ଓ ଏହା ବିଭନ୍ନ ରୋଗର କାରଣ ମଧ୍ୟ ହୋଇଥାଏ । ଏହି ସବୁ ଖାଦ୍ୟ ଯୋଗୁ ଆଖି ତଳେ କଳା ଦାଗ ବି ପଡିଯାଏ ଓ ଚେହେରାରେ ବି ଦାଗ ପଡିଯାଏ ।

ବର୍ତ୍ତମାନ ସମୟରେ ଲୋକମାନେ ଅଧିକ ରାତି ପର୍ଯ୍ୟନ୍ତ ଚାହିଁଥାନ୍ତି ତେବେ ଏହି କାରଣରୁ ଆପଣଙ୍କର ନିଦ ବି ପୁରା ହୋଇ ପାରେ ନାହିଁ ଓ ମୁଣ୍ଡ ଥକିଯାଏ । ରକ୍ତ ସଂଚାର ମଧ୍ୟ ଠିକ ଭାବରେ ହୁଏ ନାହିଁ । ଏହାର ପରିଣାମ ଆପଣଙ୍କ ଚେହେରାରେ ପ୍ରାକୃତିକ ଚମକ ହଜିଯାଏ ।

ଆଜିର ପ୍ରତିଯୋଗିତା ଯୁଗରେ ସମସ୍ତେ କାମ ଓ ଦୁନିଆଦାରି ର ବୋଝରେ ଦବି ଯାଇଛନ୍ତି ଓ ସମସ୍ତେ ଅନାବଶ୍ୟକ ଚିନ୍ତାକୁ ପାଳିଥାନ୍ତି । ଯାହାର ସିଧା ପ୍ରଭାବ ତାଙ୍କର ଚେହେରାରେ ଦେଖିବାକୁ ମିଳିଥାଏ । ସେଥିପାଇଁ ଅଳ୍ପ ବୟସରୁ ଯଦି ଆପଣ ବୁଢା ହେବାକୁ ଚାହୁଁ ନାହାଁନ୍ତି ତେବେ ଅତ୍ୟଧିକ ଚିନ୍ତା କରିବା ଛାଡି ଦିଅନ୍ତୁ । ମେଡିଟେଶନ ଓ ଯୋଗ କରନ୍ତୁ ।

ଏହା ବ୍ୟତୀତ ବର୍ତ୍ତମାନ ସମୟରେ ସମସ୍ତେ ଏକୁଟିଆ ରହିବାକୁ ଭଲ ପାଆନ୍ତି । କିନ୍ତୁ କହିବାକୁ ଗଲେ ଏହି ଏକୁଟିଆପଣ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଏହା ଆପଣଙ୍କର ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ଯାହାର ପ୍ରଭାବ ଆପଣଙ୍କ ଚେହେରାରେ ଦେଖାଯାଏ ।

ମଦ ଓ ସିଗାରେଟର ସେବନ ମଧ୍ୟ ଚେହେରାର ସୁନ୍ଦରତା ପାଇଁ କ୍ଷତିକାରକ ଅଟେ । ମଦ ଓ ସିଗାରେଟର ସେବନ କରିବା ଦ୍ଵାରା ଶରୀରର ଏନଯାଇମ ସକ୍ରିୟ ହୋଇଯାଏ ଓ ଏହା ଆପଣଙ୍କର ପ୍ରାକୃତିକ ଚମକକୁ ନଷ୍ଟ କରିଦିଏ । ଆପଣ ସମୟ ପୂର୍ବରୁ ବୁଢା ଭଳି ଦେଖା ଯାଆନ୍ତି ।