୧୬ ବର୍ଷର ଯୁବକ ୧୩ ହଜାର ଟଙ୍କା ଲଗାଇ ୮ ମାସରେ ଆୟ କରିଲା ୫୫ ଲକ୍ଷ ଟଙ୍କା… ଜାଣନ୍ତୁ କେମିତି

୧୬ ବର୍ଷର ଏକ ସ୍କୁଲ ଛାତ୍ର ଏକ ଏମିତି କାରନାମା କରି ଦେଖାଇଛି କି ଯାହା ଦ୍ଵାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଈଷ୍ଟ ଲଣ୍ଡନରେ ରହୁଥିବା ୧୬ ବର୍ଷର ଏହି ପିଲା ଜଣକ ମାତ୍ର ୧୩ ହଜାର ଟଙ୍କା ନିବେଶ କରି ୮ ମାସ ମାଧ୍ୟରେ ୫୫ ଲକ୍ଷ ଟଙ୍କା କମାଇଛି । ଏଡବର୍ଡ ରିକେଟ୍ସ ନାମକ ଏହି ଛାତ୍ର ଜଣେ ସାଧାରଣ ଯୁବକ ଅଟେ । ଏଡବର୍ଡ କେବଳ ୮ ମାସରେ କରେନ୍ସି ଟ୍ରେଡିଙ୍ଗ ରେ ୧୫୦ ପାଉଣ୍ଡ ମାନେ ୧୩ ହଜାର ଟଙ୍କାର ନିବେଶ କରି ୬୧ ହଜାର ପାଉଣ୍ଡ ମାନେ ୫୫ ଲକ୍ଷ ଟଙ୍କା କରି ଦେଇଛନ୍ତି ।

ଏଡବର୍ଡଙ୍କୁ ଏଥିପାଇଁ କୌଣସି ଇଂଷ୍ଟିଚ୍ୟୁଟ ରୁ ଟ୍ରେନିଂଗ ବି ନେବାକୁ ପଡିନାହିଁ ନା ସେ କୌଣସି କୋର୍ସ କରି ଛନ୍ତି । ଗୋଟିଏ ଇଂଷ୍ଟାଗ୍ରାମ ୟୁଜର ର ଲାଇଫ ଷ୍ଟାଇଲକୁ ଦେଖି ଟ୍ରେଡିଙ୍ଗ ପ୍ରତି ତାଙ୍କର ରୁଚି ବଢିଲା ।

ଏଡବର୍ଡ ଟ୍ରେଡିଙ୍ଗର ନଲେଜ ନେବା ପାଇଁ Youtube ର ସାହାରା ନେଇ ଥିଲେ । Youtubeରେ ଏଡବର୍ଡ ଟ୍ରେଡିଙ୍ଗର ବିଭିନ୍ନ ଭିଡିଓ ଦେଖିଲେ । ଏଡବର୍ଡଙ୍କର କହିବା ଅଟେ କି ସେ ଲଗାତାର କିଛି ମାସ ହେବ ଟ୍ରେଡିଙ୍ଗ ସମ୍ବନ୍ଧୀୟ ଭିଡିଓ ଦେଖୁ ଥିଲେ ।

ଏହା ପରେ ତାଙ୍କ ପାଖରେ ଥିବା ୧୫୦ ପାଉଣ୍ଡ ଟଙ୍କାକୁ ଗ୍ଲୋବଲ କରେନ୍ସି ରେ କ୍ରୟ – ବିକ୍ରି କରିବାରେ ଲଗାଇଦେଲେ ଓ ୮ ମାସ ମଧ୍ୟରେ ତାକୁ ସେ ୬୧ ହଜାର ପାଉଣ୍ଡ କରିଦେଲେ ।

ପିତା ଓ ଦୁଇ ଭାଇଙ୍କ ସହିତ ରହୁଥିବା ଏଡବର୍ଡ କହିଲେ କି ମୁଁ ନିୟମିତ ଭାବରେ କରେନ୍ସି ଟ୍ରେଡିଙ୍ଗ ସମ୍ପର୍କିତ ଖବରକୁ ଫଲୋ କରୁଥିଲି । ବ୍ରେକ୍ଜିଟ କାରଣରୁ ପାଉଣ୍ଡ ପ୍ରଭାବିତ ହେଲା । ମୁଁ ଏହାର ଲାଭ ଉଠାଇଲି । କିଛି ଦିନ ମଧ୍ୟରେ କରେନ୍ସି ଟ୍ରେଡିଙ୍ଗରେ ଏଡବର୍ଡ ଏତେ ମାହିର ହୋଇଗଲେ କି ବର୍ତ୍ତମାନ ତାଙ୍କ ପାଖରେ ୧୦୦ ଜଣ କ୍ଲାଏଣ୍ଟ ଅଛନ୍ତି । ମାର୍କେଟ ସ୍ଥିତି ଉପରେ ଉପଦେଶ ଦେବା ପାଇଁ ସେ ୧୫୫ ପାଉଣ୍ଡ (ପାଖାପାଖି ୧୫ ହଜାର) ଟଙ୍କା ଫିସ ନେଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।