ଆଜିର ରାଶିଫଳ 13 ଅଗଷ୍ଟ 2019, ମଙ୍ଗଳବାର, ମା ମଙ୍ଗଳା ଆଜି ଏହି ୫ ରାଶିର ସବୁ ଇଚ୍ଛା ପୂରଣ କରିବେ

ମେଷ:-

ବ୍ୟବସାୟ ପରିଚାଳନାଗତ ସମସ୍ୟା ନେଇ ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ । ପରିବାରର ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ । ଦୂରଯାତ୍ରା କରିବା ଦ୍ଵାରା ଅସୁସ୍ଥତା ଅନୁଭବ କରିବେ । ଦାମ୍ପତ୍ୟ ସୁଖ କର୍ମମୁଖରତା ଯୋଗେ ବିଚ୍ଛିନ୍ନ ହୋଇପଡ଼ିବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ରାଜନେତାମାନଙ୍କର  ସ୍ଥଳବିଶେଷରେ ବ୍ୟୟ ସଂକୋଚନ ନ କଲେ ଆପଣା ଲୋକଙ୍କ ବିରକ୍ତି ଭାଜନ ହେବେ ।  ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-

ବନ୍ଧୁମିତ୍ରଙ୍କ ଆଶ୍ୱସ୍ତି ସୂଚକ କଥା ଶୁଣି ମନ ଖୁସି ରହିବ । ମହିଳାମାନେ ସମ୍ପର୍କୀୟମାନଙ୍କ ଦ୍ୱାରା ସୁବିଧା ପାଇବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ମଧୁରତା ଆସିବ । ରାଜନୀତିରେ ପ୍ରଶଂସା, ବିଦ୍ୟାକ୍ଷେତ୍ର ରେ ସଫଳ, କୃଷିଦ୍ରବ୍ୟ ବାଣିଜ୍ୟରେ ଲାଭ । ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ଖେଳରେ ସଫଳତା ମିଳିବ । ଅଟକିଥିବା ଧନ ପ୍ରାପ୍ତି ହେବ । ବ୍ୟବସାୟ, ବାଣିଜ୍ୟରେ ଲାଭପାଇବେ । ପାରିବାରିକ ଶୃଙ୍ଖଳା ରକ୍ଷା କରିବା ସହ ଆର୍ଥିକସ୍ଥିତି ପ୍ରାୟତଃ ଭଲ ରହିବ । ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ ।  ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ ।

ମିଥୁନ:-

ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ଧାର କରଜ ସୁଝିବାପାଇଁ ସୁଯୋଗ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ଼ ରହିବ । ବ୍ୟବସାୟୀମାନଙ୍କର ବହୁତ ଦିନର ବାକିପଡିଥିବା ଅର୍ଥ ପାଇବେ ଓ ଆୟର ମାର୍ଗ ପ୍ରଶସ୍ତ ହେବ । ରାଜନୀତିରେ ପରିଶ୍ରମଦ୍ୱାରା କାର୍ଯ୍ୟ ସଫଳ ହେବ । ପରିବାରର ସାହାଯ୍ୟରେ ଉପକୃତ ହେବେ । ମହିଳାମାନଙ୍କର ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ ଓ ବନ୍ଧୁମିତ୍ର, ଭାଇ ଭଳି ବ୍ୟକ୍ତିମାନେ ସହଯୋଗ କରିବେ । ଛାତ୍ରଛାତ୍ରୀ ମାନଙ୍କର ଖେଳରେ ଉନ୍ନତି ହେବା ସହ ଦୂରଯାତ୍ରାରେ ସୁଖମିଳିବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-

ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ ସଙ୍କଟ ଦୂରେଇଯିବ । ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ । ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରିବେ । ମହିଳାମାନେ ପରିବାର କାର୍ଯ୍ୟରେ ରତହେବେ ଓ ଦାମ୍ପତ୍ୟ ସୁଖରେ ଶୁଖିହେବେ । ରାଜନୀତିକ୍ଷେତ୍ରରେ ସମ୍ମାନ ପାଇବେ । ସାହିତ୍ୟ, ସମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ବିଦ୍ୟାକ୍ଷେତ୍ରରେ ପ୍ରଶଂସିତ ହେବେ ।  ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-

ଶିଳ୍ପ, ବାଣିଜ୍ୟ ବ୍ୟବସାୟରେ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ ଯଶ ପାଇବେ । ବିଦ୍ୟାରେ ଉନ୍ନତିହେବା ସହ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ବନ୍ଧୁମାନଙ୍କ ସାହାଯ୍ୟ ନେଇ ପାରିବାରିକ ତିକ୍ତତାର ସମାପ୍ତି ହେବ । ମହିଳାମାନେ ଆନୁଷ୍ଠାନିକ ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ ଓ ବିଭିନ୍ନ ଦିଗରୁ ଲାଭବାନ୍ ହେବେ । ରାଜନୀତିରେ ଲୋକସମ୍ପର୍କ ବଢ଼ିବ । ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ସନ୍ତାନମାନଙ୍କର ଉନ୍ନତି, ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ ।  ପ୍ରତିକାର:-ମାଂସଭୋଜନ, ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ ।

କନ୍ୟା:-

ବ୍ୟବସାୟରେ ଭାଗିଦାରୀ ମାନଙ୍କଠାରୁ ସାହାଯ୍ୟ ପାଇବେ । ଋଣ ଭରଣାରେ ସହଜ ହେବ । ଗୃହବାହନ ପ୍ରାପ୍ତି ହେବ । ବନ୍ଧୁଙ୍କ ସାହାଯ୍ୟ କ୍ରମେ ଖେଳକୁଦରେ ବିଜୟୀ ହେବେ । ଦୂରଯାତ୍ରାରେ ମିତ୍ରମାନଙ୍କଦ୍ୱାରା ଅନେକକାର୍ଯ୍ୟରେ ସଫଳତା ମିଳିବ । ଆକସ୍ମିକ ଧନଲାଭ ହେବ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ଭ୍ରମଣ ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭପାଇବେ । ରାଜନୀତିରେ ପ୍ରଶଂସିତ ହେବେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-

କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ । ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତିଅଟଳ ରଖି ପାରିବେ । ମହିଳାମାନେ ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ । ଆୟ ଉତ୍ତମ ହେବ ଓ କେତେକ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ । ନିଜ ଲୋକଙ୍କ ତରଫରୁ ଆଶ୍ଵା ସନା ବା ସହାନୁଭୂତି ପାଇବେ । ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍ । ଖର୍ଚ୍ଚ ବଢ଼ିବାଯୋଗେ ପରିବାରରେ ଅସନ୍ତୋଷ ଦେଖାଦେଇ ପାରେ । ବ୍ୟବସାୟରେ ଭାଗିଦାରୀଙ୍କ ପାଇଁ କ୍ଷତିରୁ ବଞ୍ଚିଯିବେ ।  ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-

ପୁରୁଣା ମିତ୍ରଙ୍କ ଦ୍ଵାରା ସୁସମ୍ବାଦ ପ୍ରାପ୍ତି ହେବ । ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ । ଘର ପରିବାରରେ କୌଣସି ଖୁସି ପ୍ରସଙ୍ଗ ଆସିବ । ମନ ଲଗାଇ କାର୍ଯ୍ୟ କରିବା ଫଳରେ ଧନ ପ୍ରାପ୍ତି ହେବ । ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇ ପାରନ୍ତି । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । କାରବାରରେ ସ୍ଥିତି ଠିକ୍ ରହିବ । ଆଧ୍ୟାତ୍ମିକ ବା ଧାର୍ମିକ କ୍ଷେତ୍ରରେ ବ୍ୟସ୍ତ ରହି ପ୍ରସଂଶା ପାଇବେ । ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ ।  ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ ।

ଧନୁ:-

ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ରୋଗୀ, ବୃଦ୍ଧଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ବିତିଯାଇଥିବା ମାମଲାରେ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ରରେ ସମ୍ବନ୍ଧରେ ପ୍ରଗାଢତା ଆସିବ ଓ ଆଶାତୀତ ଲାଭ ଉଠେଇବେ । ରାଜନୀତିରେ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଙ୍ଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।  ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

ମକର:-

ବ୍ୟବସାୟରେ  ଉଧାର ଦେଇ ଫେରି ପାଇବା ସହଜ ହେବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଉତ୍ତମ ରୋଜଗାର କରିପାରିବେ । ବନ୍ଧୁଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ଆର୍ଥିକସ୍ଥିତି ପୂର୍ବପରି ରହିବ । ସାମୟିକ ଚିନ୍ତା ଦୂରହେବ । ମହିଳାମାନେ ପିଲାଙ୍କସହ ଖୁସିରେ ରହିବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ରାଜନୀତିରେ ପ୍ରସଂଶା, ବିଦ୍ୟାରେଉନ୍ନତି, ଖେଳରେ ବିଜୟୀ ହେବେ । ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷକରି ମନ ଖୁସି ରହିବ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-

ଆର୍ଥିକ ସ୍ଥିତି ସ୍ଵଛଳ ରହିବ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ । ଯାନବାହାନ କ୍ରୟ ବିକ୍ରୟ ଓ ସଂପତ୍ତି କ୍ରୟ ବିକ୍ରୟ ଦ୍ୱାରା ପ୍ରଚୁର ଲାଭ ପାଇବେ । ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ବ୍ୟବସାୟରେ ସାହାଯ୍ୟ ସହଯୋଗ ପାଇ ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ । ରାଜନୈତିକ କ୍ଷେତ୍ରରେ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ କ୍ଷାତି ବଢ଼ିବ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ ଓ ଦାମ୍ପତ୍ୟଜୀବନ ସୁଖମୟ ହେବ । ପ୍ରତିଯୋଗିତାରେ ବିଜୟୀ ହୋଇ ନୂଆ ନିଯୁକ୍ତିର ସମ୍ଭାବନା ଅଛି ।  ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମୀନ:-

ରାଜନୀତିରେ ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିବନ୍ଧକ ସୃଷ୍ଟି କଲେମଧ୍ୟ ପ୍ରଶଂସା ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ନ ହରାଇ କାର୍ଯ୍ୟ କଲେ ବ୍ୟବସାୟିକସ୍ଥିତି ସୁଦୃଢ ହେବ । ବାଦବିବାଦ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବା ଫଳରେ ପରିବାରରେ ଆନନ୍ଦ ଲହରୀ ଖେଳିଯିବ । ମହିଳାମାନେ ସମସ୍ୟା ସମାଧାନ କରି ଶାନ୍ତି ପାଇବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ସନ୍ତାନ ମାନଙ୍କର ଉନ୍ନତ୍ତି ଓ ଅଗ୍ରଗତି ଘଟିବ । ବ୍ୟବହାରିକ ଜ୍ଞାନ କୌଶଳ ପ୍ରୟୋଗ କରି ଲାଭବାନ୍ ହେବେ । ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ ।  ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।