ଶୁକ୍ରବାର ଦିନ ହିଁ ଲୋକ ସେବା ଆୟୋଗ ଦ୍ଵାରା ବର୍ଷ ୨୦୧୮ର ହୋଇଥିବା ପରୀକ୍ଷାର ଫଳାଫଳ ଘୋଷିତ କରାଗଲା । ଏଥର ଏହି ପରୀକ୍ଷାରେ ୭୫୯ ପରୀକ୍ଷାର୍ଥୀ ପାସ କରିଛନ୍ତି । ଏହି ସବୁ ମଧ୍ୟରେ UPSC ପରିକ୍ଷାକୁ ପାସ କରିଥିବା ବିକ୍ରମ ଗ୍ରେୱାଲଙ୍କର ବୟସ ମାତ୍ର ୨୧ ବର୍ଷ ଅଟେ ଏବଂ ସେ ଏହି ପରୀକ୍ଷାକୁ ପାସ କରିଥିବା ସବୁଠୁ ଯୁବ ଶିକ୍ଷାର୍ଥୀ ଅଟନ୍ତି । ସେ ଏହି ପରୀକ୍ଷାରେ ୫୧ତମ ରାଙ୍କ ହାସିଲ କରିଛନ୍ତି । ବିକ୍ରମ ଗ୍ରେୱାଲ ହରିୟାଣାର ନିବାସୀ ଅଟନ୍ତି ।
କିନ୍ତୁ ଏଥିରେ ସବୁଠୁ ଖୁସି ତାଙ୍କର ଜେଜେବାପା ଇଶ୍ଵର ସିଂହ ଅଟନ୍ତି । କହିବାକୁ ଗଲେ ବିକ୍ରମ ଗ୍ରେୱାଲଙ୍କର ପିତା ୧୯୮୯ରେ ରାଷ୍ଟ୍ରୀୟ ରକ୍ଷା ଏକାଡେମିର ପରୀକ୍ଷାରେ ଟପ କରିଥିଲେ ଏବଂ ନିଜର ନାତିର ବି ଏହିଭଳି ସଫଳତାକୁ ଦେଖି ଇଶ୍ଵର ସିଂହ ବହୁତ ଖୁସି ଅଟନ୍ତି ।
ଜେଜେବାପା ରାସ୍ତା ମଝିରେ କରିଲେ ବନ୍ଧୁମାନଙ୍କୁ ଆଲିଙ୍ଗନ
କୁହାଯାଉଛି କି ଯେତେବେଳେ ଇଶ୍ଵର ସିଂହଙ୍କୁ ନିଜ ନାତିର ଏହି ସଫଳତା ବିଷୟରେ ଜଣା ପଡିଲା ସେତେବେଳେ ସେ ରାସ୍ତା ମଝିରେ ଯାଇ ନିଜର ଖୁସିକୁ ଜାହିର କରିଲେ । ନିଜର ଖୁସିକୁ ଇଶ୍ଵର ସିଂହ ନିଜର ବନ୍ଧୁମାନଙ୍କ ସହ ବାଣ୍ଟିଲେ ଏବଂ ରାସ୍ତା ମଝିରେ ସାଙ୍ଗ ମାନଙ୍କୁ ଆଲିଙ୍ଗନ କରି କାନ୍ଦି ପକାଇଲେ । ବିକ୍ରମଙ୍କର ଜେଜେମା ବି ଏଥିରେ ବହୁତ ଖୁସି ଅଛନ୍ତି ଏବଂ ବିକ୍ରମଙ୍କର ଜେଜେବାପାଙ୍କର ବାପା ନଫେ ସିଂହ ଯାହାଙ୍କର ବୟସ ୯୫ ବର୍ଷ ଅଟେ ସେ ବି ନିଜ ଅଣନାତିଙ୍କର ଏହି ସଫଳତାରେ ବହୁତ ଖୁସି ଅଛନ୍ତି ।
ବିକ୍ରମ ଗ୍ରେୱାଲଙ୍କର ଜନ୍ମ ୧୯ ନଭେମ୍ବର ୧୯୯୬ ହୋଇଥିଲା । ବିକ୍ରମ ବର୍ତ୍ତମାନ ହିଁ ନିଜର ଗ୍ରେଜୁଏଶନ ପୁରା କରିଛନ୍ତି । କହିବାକୁ ଗଲେ ବିକ୍ରମ ଯେତେବେଳେ ଏହି ପରୀକ୍ଷାର ଫର୍ମ ଭର୍ତ୍ତି କରିଥିଲେ ସେତେବେଳେ ତାଙ୍କର ଗ୍ରେଜୁଏଶନ ପରୀକ୍ଷାର ରେଜଲ୍ଟ ବି ବାହାରି ନଥିଲା । କିନ୍ତୁ ତଥାପି ବିକ୍ରମ ଦିନକୁ ୧୮ ଘଣ୍ଟା ପଢୁଥିଲେ ।
ପ୍ରଥମ ଚେଷ୍ଟାରେ ହିଁ ପରୀକ୍ଷାରେ ପାସ କରିଲେ
ବିକର୍ମ ନିଜର ପ୍ରଥମ ଚେଷ୍ଟାରେ ହିଁ ଏହି ପରୀକ୍ଷାରେ ପାସ କରିଛନ୍ତି । ବିକର୍ମ ଏହି ପରୀକ୍ଷାକୁ ପାସ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ । ପଢାରୁ ନିଜର ଧ୍ୟାନ ନ ହଟିଇବା ପାଇଁ ସେ ନିଜ ପାଖରେ ଫୋନ ବି ରଖୁ ନଥିଲେ । ବିକ୍ରମଙ୍କର କଷ୍ଟ ଆଜି ତାଙ୍କୁ ସଫଳତାର ସିଢିରେ ଚଢାଇ ଦେଇଛି ।
ଯଦି ଆପଣଙ୍କୁ ବିକ୍ରମଙ୍କ ସଫଳତା ପ୍ରେରିତ କରିଥାଏ ପୋଷ୍ଟଟିକୁ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।