ମୂଷା ଜୟ ଜଗନ୍ନାଥ କହିବା ବନ୍ଦ ନ କରିଲେ ସୁର ରାଉତରାୟ ଓଲ୍ହାଇବେ ଆନ୍ଦୋଳନକୁ ।

ନମସ୍କାର ବନ୍ଧୁଗଣ । ଏବେ ସାରା ରାଜ୍ୟରେ ମୂଷା କଥା କହୁ ଥିବାର ଘଟଣା ଟ୍ରେଣ୍ଡ ରେ ରହିଛି । ମୂଷା ବଡ ଦାଣ୍ଡରେ ମହାପ୍ରଭୁ ଙ୍କୁ ଦର୍ଶନ କରିବା ଓ ଜୟ ଜଗନ୍ନାଥ କହିବା ଘଟଣା ଏବେ ସମସ୍ତଙ୍କୁ ଦ୍ଵନ୍ଦ ରେ ପକାଇଛି । ଏହି ଘଟଣାକୁ ନେଇ କିଛି ଲୋକ ଏହାକୁ ସହମତି ଦେଉଥିବା ବେଳେ ଆଉ କିଛି ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି । ଆଉ ଏହାରି ମଧ୍ୟରେ କଂଗ୍ରେସ ନେତା ସୁର ରାଉତରାୟ ସବୁ ଥର ଭଳି ନିଜର ବୟାନ ଗଣମାଧ୍ୟମ ରେ ରଖିଛନ୍ତି ।

ସୁର ରାଉତରାୟ ଯେଉଁ ଘଟଣାକୁ ନେଇ ନିଜର ମତ ଦିଅନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରେ । ତେବେ ଆସନ୍ତୁ ଜାଣିବା ସୁର ରାଉତରାୟ ମୂଷା ଜଗନ୍ନାଥ କହିବା ଘଟଣାକୁ ନେଇ କି ରାୟ ଦେଇଛନ୍ତି । ସୁର ରାଉତରାୟ କହିଛନ୍ତି ଯେ “ଏ ଝିଅ ଗୋଟେ ମୂଷା କୁ ଧରି କୂଂ କୂଂ ଶବ୍ଦ କରି ଜୟ ଜଗନ୍ନାଥ କହୁଛି । ବଡଦାଣ୍ଡରେ ମୂଷା କୁ ଧରି ଚାଲିଛି ଗୋଟେ ପବ୍ଲିକ ସିଟି । କାହିଁକି ତୁମେ ଜଗନ୍ନାଥ ଙ୍କୁ ଅପମାନିତ କରୁଛ ?

ମୂଷା ତାଙ୍କ ଘରେ କାହାକୁ ବାପା, ମା, ଭାଇ, ଭାଉଜ ଡାକୁଥିବ ତାହା ମୁଁ କହି ପାରିବିନି । ମାଳିକା ସତ ହେଲା ବୋଲି କହିବା ଠିକ ନୁହେଁ । ଏଟା ମୋ ନିଜର ମତ । ପ୍ରଭୁ ଜଗନ୍ନାଥ ହେଉଛନ୍ତି ସାରା ବିଶ୍ଵ ର ଦେବତା । ଆଧ୍ୟାତ୍ମିକ ଚିନ୍ତାର ମେରୁଦଣ୍ଡ ହେଉଛନ୍ତି ପ୍ରଭୁ ଜଗନ୍ନାଥ । ଭାବନା ଓ ଭକ୍ତିର ମେରୁଦଣ୍ଡ । ପ୍ରଭୁଙ୍କୁ ଯିଏ ଯେତେବେଳେ ଚାହିଁବ ସସ୍ତରେ ବ୍ୟବହାର କରିବ ଏଟା ଠିକ ନୁହେଁ ।

କାହିଁକି ଜଗନ୍ନାଥ ଙ୍କୁ ନିନ୍ଦିତ କରୁଛ ? କାହିଁକି ଏତେ ବଦନାମ କରୁଛ ? ଆମେ ଘୋର ବିରୋଧ କରିବୁ ଯଦି ଜଗନ୍ନାଥ ଙ୍କୁ ଏମିତି ନିନ୍ଦା କରାଯାଏ । ସାରା ବିଶ୍ଵର ଦେବତା ହେଉଛନ୍ତି ମହାପ୍ରଭୁ । ରଥଯାତ୍ରା ସମୟରେ ମହାପ୍ରଭୁ ନିଜ ଭାଇ ଭଉଣୀ ସହ ଦର୍ଶନ ଦେଇଥାନ୍ତି କୋଟି କୋଟି ଭକ୍ତ ଙ୍କୁ । କୋଟି କୋଟି ଲୋକ କଷ୍ଟ କରି ରଥ ଭିଡୁ ଛନ୍ତି ।

ଏଭଳି ଶସ୍ତା କରିବା ଗୋଟେ ମୂଷା ଜଗନ୍ନାଥ ଜଗନ୍ନାଥ କହୁଛି ଏଟା ଠିକ ନୁହେଁ । ତୁରନ୍ତ ଏହାକୁ ବନ୍ଦ କର । ନ ହେଲେ କଂଗ୍ରେସ ଆନ୍ଦୋଳନ କୁ ଓଲହାଇବ । ଧର୍ମ ଉପରେ ଏପରି ହସ୍ତକ୍ଷେପ କରିବା ଉଚିତ ନୁହେଁ । ମୂଷା କାହାକୁ ଅପା,ଦାଦି, ଭାଇ, ଭାଉଜ, ବାପା ଡାକୁଥିବ କିନ୍ତୁ ଏଭଳି କିଛି ବଡ ଦାଣ୍ଡରେ ଜଗନ୍ନାଥ କହୁଛି କିଛି ଶୁଣାଯାଉ ନାହିଁ । ମହାପ୍ରଭୁ ଙ୍କୁ ଏତେ ଶସ୍ତା, ବଦନାମ ନ କରାଯାଉ ।

ମୁଁ ବିନମ୍ର ଭାବେ ଲୋକ ମାନଙ୍କୁ ଅନୁରୋଧ କରୁଛି ମହାପ୍ରଭୁଙ୍କୁ ଏମିତି ଅପମାନ ନ କରାଯାଉ । ନ ହେଲେ ଆମେ ବାଧ୍ୟ ହୋଇ ଆନ୍ଦୋଳନ କୁ ଓଲହାଇବୁ । ଏଭଳି ଶସ୍ତା ପବ୍ଲିକ ସିଟି ଜଗନ୍ନାଥ ଙ୍କୁ କରା ନ ଯାଉ” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।