ଡିସେମ୍ବର 31 ସୁଧା କରି ନିଅନ୍ତୁ ଏହି ସବୁ କାମ ନଚେତ ଅସୁବିଧା ହୋଇପାରେ ।

31 ଡିସେମ୍ବର ସୁଧା କରନ୍ତୁ ଏହି ସବୁ କାମ । ନଚେତ ହୋଇପାରେ ଅସୁବିଧା । ହଁ ଦର୍ଶକ ବନ୍ଧୁ 2023 ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି । ଏହି ମାସ କିଛି ଆର୍ଥିକ କାରୋବାରର ଶେଷ ମାସ । ମ୍ୟୁଚୁଆଲ ଫଣ୍ଡରେ ନୋମିନି ଯୋଡିବା ଠାରୁ ବ୍ଯାଙ୍କ ଲକର ଏଗ୍ରୀମେଣ୍ଟ ଯାଏଁ ଅନେକ କାମ ଡିସେମ୍ବର ଶେଷ ସୁଧା ସାରିବାକୁ ହେବ । ତେବେ ଆସନ୍ତୁ ଜାଣିବା ଆଗାମୀ 11 ଦିନ ମଧ୍ୟରେ କେଉଁ କେଉଁ କାମ ସାରିବାକୁ ହେବ ।

1- ବ୍ଯାଙ୍କ ଲକର ଏଗ୍ରୀମେଣ୍ଟ : ଏସବିଆଇ ଓ ବ୍ଯାଙ୍କ ଅଫ ବରୋଦା ରେ ଆକାଉଣ୍ଟଧାରୀଙ୍କୁ ଡିସେମ୍ବର ସୁଧା ନିଜ କାମ ସାରିବାକୁ ହେବ । RBI ତରଫରୁ ସବୁ ବ୍ଯାଙ୍କ କୁ ଗ୍ରାହକ ମାନଙ୍କୁ ନିଜ ଲକର ର ଏଗ୍ରୀ ମେଣ୍ଟ ନୂଆ କରିବାକୁ କୁହା ଯାଇଛି ।

2- ମ୍ୟୁଚୁଆଲ ଫଣ୍ଡ ଖାତା ନୋମିନି ଯୋଡିବା : ଯଦି ଡିସେମ୍ବର ଶେଷ ସୁଧା ଆପଣ ନିଜର ମ୍ୟୁଚୁଆଲ ଫଣ୍ଡ ଖାତାରେ ନୋମିନୀ ଘୋଷଣା କରି ନାହାନ୍ତି ତେବେ ଖାତା ସିଚ ହୋଇଯିବ । ଯଦି ଆପଣ ଏହି ତାରିଖ ମିସ କରିବେ ତେବେ ଟଙ୍କା ଉଠାଇ ପାରିବେ କି ନାହିଁ କି ଡିପୋଜିତ କରି ପାରିବେ ନାହିଁ ।

3- ଅପଡେଟଡ ITR ଦାଖଲ କରିବା : 2022,23 ଆର୍ଥିକ ବର୍ଷ ପାଇଁ ଇନକମ ଟ୍ୟାକ୍ସ ଋଟର୍ନ କରିବାର ଶେଷ ତାରିଖ ହେଉଛି 31 ଜୁଲାଇ ରଖା ଯାଇଥିଲା । ଯେଉଁ ମାନେ ଏହି ସମୟରେ ITR ଦାଖଲ କରି ନାହାନ୍ତି ସେମାନେ ଡିସେମ୍ବର 31 ସୁଧା ଲେଟ ଫିସ ସହ ITR ଦାଖଲ କରିବାକୁ ହେବ ।

4- ଅମୃତ କଳସ ସମେତ ଅନେକ ସ୍ପେଶାଲ FD : ଏସବିଆଇ ର ସ୍ପେଶାଲ FD ଅମୃତ କଳସ ସ୍କିମ ସମେତ ସ୍ପେଶାଲ FD ର ଡେଡ ଲାଇନ ଡିସେମ୍ବର 31ରେ ଶେଷ ହେବ । SBI ର ସ୍ପେଶାଲ FD ସ୍କିମ ଅମୃତ କଳସ, IDBI ବ୍ଯାଙ୍କ ର ସ୍ପେଶାଲ ଫିକ୍ସ ଡିପୋଜିତ ଅମୃତ ମହୋଶ୍ଚବ ଓ ଇଣ୍ଡିଆନ ବ୍ଯାଙ୍କ ର ଇଣ୍ଡ ସେରଭରା FD ସ୍କିମ ରେ ଆପଣ ଡିସେମ୍ବର 31 ସୁଧା ନିବେଶ କରି ପାରିବେ ।

5- ବନ୍ଦ ହୋଇପାରେ UPI ଆଇଡି : ଯଦି ଆପଣଙ୍କର ଏମିତି କିଛି UPI ଆଇଡି ଅଛି ଯାହା ଏକ ବର୍ଷରୁ ଅଧିକ ସମୟ ହେବ ବ୍ୟବହାର ହୋଇନି । ତେବେ ଡିସେମ୍ବର 31 ପରେ ଏହା ବନ୍ଦ ହୋଇଯିବ । ଯଦି ଆପଣ ମଧ୍ୟ UPI ର ବ୍ୟବହାର ଏକ ବର୍ଷ ରୁ ଅଧିକ ହେବ କରି ନାହାନ୍ତି ତେବେ ଏହାର ବ୍ୟବହାର ଜଲ୍ଦି କରି ଦିଅନ୍ତୁ ।

ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆପଣ ମାନେ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।