ନଦୀ ସୁଅ ରେ ଭାସିଗଲା 2 ବର୍ଷର କୁନି ଝିଅ । ହେଲେ ମିଳିଲା ବାପର ମୃତ ଦେହ । ଅନେକ ଖୋଜିବା ପରେ ପାଇଗଲେ ଅଗ୍ନିସମ ବାହିନୀ ଓ ଓଡ୍ରାଫ ଟିମ । ମାଛ ବଦଳରେ ବନିଶି କଣ୍ଟାରେ ଲାଗିଲା ବାପା ଚନ୍ଦନର ମୃତ ଦେହ । ହଁ ଦର୍ଶକ ବନ୍ଧୁ ସ୍ତ୍ରୀଙ୍କର ମୃତ୍ୟୁର 1 ମାସ ପରେ ନଦୀ କୁ ଡେଇଁ ପଡିଥିଲେ ବାପା ଓ କୁନି ଝିଅ । ଆଉ ଏବେ ଦୁହେଁ ସବୁ ଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି ।
ବାପା ଚନ୍ଦନର ମୃତ ଦେହ ନଦୀରୁ ଉଧାର ହୋଇଥିବା ବେଳେ ଚନ୍ଦନର ବାପା କହିଥିଲେ କି ମୋ ପୁଅକୁ କୁମ୍ଭୀର ଖାଇ ଦେଇଛି ବୋଲି । ହେଲେ ବନିସୀ କଣ୍ଟା ରେ ଲାଗିଛି ଚନ୍ଦ୍ର ମୃତ ଦେହ ଯାହାକୁ ଦେଖିବା ପିନ ସହ ସହ ଲୋକେ ଗଦା ହୋଇଛନ୍ତି ନଦୀ କୂଳରେ ।ମୃତ ଚାନ୍ଦ ପାଣିରେ ଭାସି ଯାଉଥିବା ବେଳେ ବଡ ମାଛ ପାଇଁ ପଡିଥିବା ବନିଶି କଣ୍ଟାରେ ଲାଗିଥିଲା ମୃତ ଚନ୍ଦନ ଙ୍କ ଶରୀର ।
ତେବେ ମୃତ ଦେହ ଲାଗିଥିବା ସ୍ଥାନ ହେଉଛି ବୈତରଣୀ ନଦୀ ର କଣ୍ଟିଘାଇ । ସେପଟେ ମୃତ ଦେହ ଲାଗି ଥିବାର ଗାଁ ଲୋକେ ଦେଖିଥିଲେ । ତେବେ ଗାଁ ଲୋକେ ପ୍ରଥମେ ଜାଣି ପାରି ନ ଥିଲେ କାରଣ ମୃତ ଦେହ ପୁରା ପଚି ଯାଇଥିଲା । ତେବେ ଚନ୍ଦନ ର ଭିଣୋଇ ଦେଖି ତାଙ୍କ ମୃତ ଦେହକୁ ଚିହ୍ନି ଥିଲେ । ଚନ୍ଦନ ଙ୍କ ଅଣ୍ଟା ରେ ଏକ ଗାମୁଛା ବନ୍ଧା ଯାଇଛି ।
ଯେଉଁ ଗାମୁଛା ରେ ସେ ଘରୁ ବାହାରିବା ବେଳେ ଝିଅ କୁ ଗାଡି ରେ ବସାଇ ଅଣ୍ଟା ରେ ବାନ୍ଧି ଥିଲେ । ଖବର ଅନୁଯାୟୀ ଚନ୍ଦନ ଙ୍କ ସହ ପାରିବାରିକ ବିବାଦ କାରଣରୁ ମାସେ ତଳେ ଜୀବନ ହାରିଥିଲେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା । ଯାହା ପରେ ଦ୍ଵିତୀୟ ବିବାହ କରିବାକୁ ଚାହୁଁ ଥିଲେ ଚନ୍ଦନ । ହେଲେ ପଞ୍ଚାୟତ ରେ ସ୍ଥିର ହୋଇଥିଲା କି ତାଙ୍କ ଝିଅ ନାଁ ରେ ବ୍ଯାଙ୍କ ରେ 2 ଲକ୍ଷ ଟଙ୍କା ରଖିବା ପରେ ବାହାଘର ହୋଇ ପାରିବ ।
ହେଲେ ଏହାରି ମଧ୍ୟରେ ବୈତରଣୀ ନଦୀ ରେ 2 ବର୍ଷର କୁନି ଝିଅ କୁ ଧରି ଡେଇଁ ପଡିଥିଲେ ଚନ୍ଦନ । ଆଉ ବହୁତ ଖୋଜା ଖୋଜି ପରେ ଏବେ ମିଳିଛି ଚନ୍ଦନ ଙ୍କର ମୃତ ଦେହ । ବୈତରଣୀ ନଦୀ ର କଣ୍ଟିଘାଇ ନିକଟରୁ ମିଳିଛି ଚନ୍ଦନ ଙ୍କର ମୃତ ଦେହ । ତେବେ ଚନ୍ଦନ ଙ୍କୁ ହରାଇ ତାଙ୍କ ପରିବାର ଭାଙ୍ଗି ପଡିଛନ୍ତି । ଚନ୍ଦନ ଙ୍କୁ ଝୁରି ଝୁରି ତାଙ୍କ ମା ଙ୍କ ଅବସ୍ଥା ନ କହିଲେ ସରେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।