19 ବର୍ଷର ଯୁବକଙ୍କ ଅଙ୍ଗ ଦାନ ପାଇଁ ବଞ୍ଚିଗଲା 5 ଜଣଙ୍କର ଜୀବନ, ସମ୍ପୁର୍ଣ୍ଣ ଘଟଣା ଜାଣି ଆପଣ ପ୍ରଶଂସା ନକରି ରହିପାରିବେନି

ନମସ୍କାର ବନ୍ଧୁଗଣ । ହେଲିକ୍ୟାପ୍ଟର ରଖା ହୋଇଛି ଆଉ ସେପଟେ ଆମ୍ବୁଲାନ୍ସ ସାଇରନ ଦେଇ ଆସୁଛି । ତେବେ ଏହି କଥା ଶୁଣିବା ପରେ ଆପଣ ନିଶ୍ଚୟ ଭାବୁଥିବେ ବୋଧ ହୁଏ ଏହି ହେଲିକ୍ୟାପ୍ଟର ରେ ରୋଗୀ ଆସୁଛନ୍ତି ଆଉ ଆମ୍ବୁଲାନ୍ସ ଆସୁଛି ରୋଗୀ ଙ୍କୁ ନେବା ଏପାଇଁ । ତେବେ ସତ କଥା ହେଉଛି ଏହି ହେଲିକ୍ୟାପ୍ଟର ରେ ରୋଗୀ ଆସି ନାହାନ୍ତି ବରଂ ଆସିଛି ହାର୍ଟ, ଲିଭର, କିଡନୀ । ଏବେ ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ ।

ହେଲେ ଘଟଣାଟି ପୁରା ସତ । ସେ ସିନା ଦୁନିଆ ଛାଡି ଚାଲିଗଲେ ହେଲେ ବଞ୍ଚାଇ ଦେଲେ 5 ଜଣଙ୍କର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନ୍ଧପ୍ରଦେଶ ଗୁନ୍ଟୂର ର 19 ବର୍ଷର ଯୁବକ ହେଉଛନ୍ତି କେ କ୍ରୀଷ୍ଣା । ସବୁ ଦିନ ପାଇଁ ସେଦିନ ମଧ୍ୟ ସେ ଘରୁ ବାହାରି ଯାଇଥିଲେ । ହେଲେ ରାସ୍ତା ରେ ଜମା ଯେମିତି ତାଙ୍କୁ ଅପେକ୍ଷା କରି ରହିଥିଲା । କ୍ରୀଷ୍ଣା ଙ୍କର ଦୁର୍ଘଟଣା ପରେ ତୁରନ୍ତ ତାଙ୍କୁ ମେଡିକାଲ ନିଆ ଯାଇଥିଲା ।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭ୍ନେଡିଆ ପୁଅର ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକଙ୍କର ପାଦ ତଳୁ ମାଟି ଖସିଗଲା । ଆଖି ସାମ୍ନାରେ ପୁଅର ମୃତ୍ୟୁ ଊ ଗ୍ରହଣ କରିପାରି ନ ଥିଲେ ଘର ଲୋକେ । ଆଉ ଏହି ସମୟରେ କ୍ରୀଷ୍ଣା ଙ୍କର ଅଙ୍ଗ ଦାନ କରିବାକୁ ପରିବାର ଲୋକଙ୍କୁ ବୁଝାଇ ଥିଲେ ଡାକ୍ତର । ଆଉ ଡାକ୍ତର ଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ଅଙ୍ଗ ଦାନ କରିବାକୁ ରାଜି ହୋଇଗଲେ ।

ଆଉ ତା ପରେ ଆରମ୍ଭ ହୋଇ ଯାଇଥିଲା ଜୋରଦାର ପ୍ରସ୍ତୁତି । ଡାକ୍ତର ଙ୍କ ପରାମର୍ଶ କ୍ରମେ କ୍ରୀଷ୍ଣା ଙ୍କର ଅଙ୍ଗ ପ୍ରତ୍ୟଙ୍ଗ ତିରୁପତି, ବିଶାଖାପାଟଣା, ପୁଣଟୁ, ବିଜୟୱାଡା ଆସିବାର ବ୍ୟବସ୍ଥା କରା ଯାଇଥିଲା । ହେଲେ ପରିବହନ ବ୍ୟବସ୍ଥ୍ଯା ଠିକ ନ ଥିବାରୁ ଆନ୍ଧ୍ର ସ୍ୱାସ୍ଥ୍ୟ ବିଭାଗ ପରିବହନ ଜଗନ ମୋହନ ରେଡି ଙ୍କୁ ଏ ନେଇ ଅବଗତ କରାଗଲା । ଆଉ ଏହି ମହତ କାମରେ ନିଜକୁ ବ୍ୟକ୍ତିଗତ ଭାବେ ସାମିଲ କରିଥିଲେ ଜଗନ ମୋହନ ରେଡି ।

ଖାଲି ସାମିଲ କରିଥିଲେ ତାହା ନୁହେଁ ବରଂ ଠିକ ସମୟରେ କେମିତି ଅଙ୍ଗପ୍ରତ୍ୟଙ୍ଗପହଞ୍ଚିବ ସେ ନେଇ ହେଲିକ୍ୟାପ୍ଟର ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଲାଗି ଗ୍ରୀନ କରିଡର ର ବ୍ୟବସ୍ଥା କରିଥିଲେ ଜଗଣା ମୋହନ ରେଡି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ 2ଟି ହେଲିକ୍ୟାପ୍ଟର ରେ ଯଥା କ୍ରମେ ତିରୁପତି ଓ ବିଶାଖାପାଟଣା ରେ କ୍ରୀଷ୍ଣା ଙ୍କର ହାର୍ଟ ଓ ଲିଭର ପହଞ୍ଚିବା ବେଳେ ଗ୍ରୀନ କରିଡର ରେ ବିଜୟୱାଡା, ଗୁଣ୍ଟୁଣୀ ରେ ଅନ୍ୟ ଅଙ୍ଗ ପହଞ୍ଚି ଥିଲା ।

ଆଉ କ୍ରୀଷ୍ଣା ଙ୍କ ପାଇଁ ନୂଆ ଜୀବନ ପାଇଲେ 5 ଜଣ ବ୍ୟକ୍ତି । ମୁଖ୍ୟମନ୍ତ୍ରୀ  ଜଗନମୋହନ ରେଡି ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।  ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।