କାର ଦେଲେନି ବୋଲି ଶାଶୁଘର ଲୋକେ ବୋହୁ କୁ ଜୀବନରୁ ମାରି ଦେଲେ… ସମ୍ପୂର୍ଣ୍ଣ ଘଟଣା ଜାଣି ଆପଣଙ୍କ ରକ୍ତ ଗରମ ହୋଇଯିବ

କାର ପାଇଁ ଝିଅକୁ ମାରି ଦେଇଛନ୍ତି ଶାଶୁଘର ଲୋକେ । ପୂର୍ବରୁ ଝିଅକୁ ଗାଳି ଗୁଲଜ ଅକରିବା ସହ ମାଡ ମଧ୍ୟ ମାରୁଥିଲେ । ହେଲେ ଆଜି ଝିଅକୁ ଜୀବନରୁ ମାରି ଦେଲେ । ଆଖି ଆଗରେ ଝିଅର ମୃତ ଦେହକୁ କୋହ ସମ୍ଭାଳିପାରୁ ନାହାନ୍ତି ପରିବାର ଲୋକେ । ସେଥିପାଇଁ ତ ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି । ହଁ ଦର୍ଶକ ବନ୍ଧୁ ବାହାଘର ପରେ ବେଶ ହସ ଖୁସିରେ ଚାଲିଥିଲା ସଂସାର । ମଜା ମସ୍ତିରେ କଟୁଥିଲା ଦିନ ।

କିନ୍ତୁ ବାହାଘର କିଛି ଦିନ ପରେ ଦୁଃଖ ର କଳା ବାଦଲ ଘୋଟି ଆସିଲା । ସାମାନ୍ୟ ଗୋଟେ କାର ପାଇଁ ଛାରଖାର ହେଲା ଆଉ ଗୋଟେ ସଂସାର । ଯୌତୁକ ଜୁଇ ରେ ଜଳିଗଲା ଆଉ ଗୋଟେ ନିରୀହ ଝିଅର ଜୀବନ । ଏଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି ନୟାଗଡ ରୁ । କାର ଦେଲେନି ବୋଲି ଝିଅକୁ ମାରି ଦେଇଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ବାପଘର ଲୋକେ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢିଲାଣି ।

ନୟାଗଡ ଶରଣକୁଳ ଥାନା କଜଳପଲ୍ଲୀ ପଞ୍ଚାୟତ ବଢି ସାହିର ତପନ କୁମାର ପ୍ରଧାନ ଙ୍କୁ ଜିଗନିପଡା ଗାଁ ର ଭିକ୍ଷାକାରୀ ସ୍ଵାଇଁ ଙ୍କ ଝିଅ ମୋନାଲିସା ସ୍ଵାଇଁ ବିବାହ କରିଥିଲେ । କୋରୋନା ମହାମାରୀ ସମୟରେ ଝିଅର ଶାଶୁଘର ଲୋକଙ୍କ ଦାବି ଅନୁଯାୟୀ ଦେଢ ଲକ୍ଷ ଟଙ୍କା ସହ ଅନ୍ଯାନ୍ଯ ଆସବାବପତ୍ର ସହ ଝିଅର ବିବାହ ହିନ୍ଦୁ ରୀତିନୀତି ଅନୁଯାୟୀ କରିଥିଲେ ।

ବାହାଘର ପରେ ମୋନାଲିସା ଓ ତପନ ଙ୍କ ମଧ୍ୟରେ ସବୁ କିଛି ଠିକ ଥିଲା । ହେଲେ ଶାଶୁଘର ଲୋକଙ୍କ ପକ୍ଷରୁ ପୁଣି ଥରେ ଦାବି ହୋଇଥିଲା କାର । ଖାଲି ଦାବି ହୋଇଥିଲା ତାହା ନୁହେଁ ବରଂ ତୁରନ୍ତ ଆଣିବାକୁ ମୋନାଲିସା ଙ୍କ ଉପରେ ଚାପ ବି ପକାଗଲା । ଏଥିପାଇଁ ଅନେକ ସମୟରେ କଳହ ମଧ୍ୟ ହେଉଥିଲା । ଏହି ଘଟଣା ପରେ ବାପଘର ଲୋକଙ୍କୁ ଖବର ଦେଉଥିଲେ ମୋନାଲିସା ।

ଆଉ ଏହାରି ଭିତରେ ତାଙ୍କ ଝିଅକୁ ତଣ୍ଟି ଚିପି ହତ୍ୟା କରିବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ଅଭିଯୋଗ ଅନୁଯାୟୀ ଝିଅର ମୃତ୍ୟୁ ଖବର ପାଇବା ପରେ ବାପାଘର ଲୋକେ ପହଞ୍ଚିବା ବେଳକୁ ପୁଅ ସହ ଶାଶୁଘର ଲୋକେ ଫେରାର ହୋଇ ଯାଇଥିଲେ । ଦିନ 10ରୁ ସନ୍ଧ୍ୟା ଯାଏଁ ଘରେ ପଡି ରହିଲା ଶବ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ର ପୋଷ୍ଟ ମର୍ଟମ ହେଲା ।

ହେଲେ ମୋନାଲିସାଙ୍କର କେମିତି ମୃତ୍ୟୁ ହେଲା କୌଣସି ତଥ୍ୟ ନ ମିଳିଥିଲା ବେଳେ ବାପଘର ଲୋକେ କହୁଛନ୍ତି ହତ୍ୟା କରାଯାଇଛି । କିନ୍ତୁ ଶାଶୁଘର ଲୋକେ କଉଛନ୍ତି ବୋହୂ ଆତ୍ମହତ୍ୟା କରିଛି । ବାହାଘରର 2 ବର୍ଷ ପରେ କାହିଁକି ମୋନାଲିସାଙ୍କର ମୃତ୍ୟୁ ହେଲା ତାହାକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ଶାଶୁଘର ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଜ୍ଯାନୁଷ୍ଠାନ ଗ୍ରହଣ କରିବାକୁ ବାପଘର ପକ୍ଷରୁ ଦାବି ହୋଇଛି । ସେପଟେ ଏସଡିପିଓ କହିଛନ୍ତି ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ସତ ସାମନାକୁ ଆସିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।