ବସ ରେ ପ୍ରଥମେ ମହିଳା ମାନେ କଣ ପାଇଁ ଚଢନ୍ତି ନାହିଁ ? କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ । ବସ ରେ କାହିଁକି ମହିଳା ମାନେ ପ୍ରଥମେ ଚଢନ୍ତି ନାହିଁ ? କଣ ଅସୁବିଧା ହୋଇଥାଏ ? ପ୍ରତିଦିନ ଅନେକ ଲୋକ ବସ ରେ ଯାତ୍ରା କରିଥାନ୍ତି । ହେଲେ ଏହି ସମୟରେ ଆମେ ଦେଖିଥାଉ କି ମହିଳା ମାନେ ପ୍ରଥମେ ବସ ରେ ଚଢିବା ସମୟରେ ଅନେକ ବସ କର୍ମଚାରୀ ସେମାନଙ୍କୁ ଚଢିବାକୁ ଅନୁମତି ଦିଅନ୍ତି ନାହିଁ । ପ୍ରଥମେ ପୁରୁଷ ଚଢିବା ପରେ ପରେ ମହିଳାଙ୍କୁ ଚଢିବାକୁ ଅନୁମତି ମିଳେ ।

ତେବେ ଏମିତି ଦ୍ରୁଶ୍ଯ ଦେଖିବା ପରେ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ କି ଏମିତି ବ୍ୟବସ୍ଥା କଣ ପାଇଁ ରହିଛି ? ମହିଳା କମିଶନର ଅଧ୍ୟକ୍ଷା ଏବେ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ବଢିଲାଣି । ବସ ଯାତ୍ରା ଆରମ୍ଭ ବେଳେ ବେଳେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବସ ଭିତରକୁ ପ୍ରବେଶ ଅନୁମତି ପାଇଁ ରାଜ୍ୟ ପରିବହନ କର୍ତ୍ତୁପକ୍ଷ ଙ୍କୁ ଚିଠି ଲେଖିଛନ୍ତି ।

ଚିଠିରେ ସ୍ପଷ୍ଟ ଭାବେ କୁହାଯାଇଛି ଗାଡି ରେ ଯେମିତି ପୁରୁଷ ମାନେ ପ୍ରାର୍ଥମେ ପ୍ରବେଶ କରିବାର ସୁଯୋଗ ପାଉଛନ୍ତି ମହିଳା ମାନେ ମଧ୍ୟ ସମାନ ଢଙ୍ଗରେ ସୁଯୋଗ ପାଇବେ । ଏମିତି ନିର୍ଦ୍ଦେଶ ମହିଳା କମିଶନର ଅଧ୍ଯକ୍ଷ୍ୟା ଦେଲେ କାହିଁକି କଣ ରହିଛି ଏହା ପଛରେ ପୁରା ଘଟଣା ଆସନ୍ତୁ ଜାଣିବା । ଏହି ପରମ୍ପରା ଆଜି କି କାଲିର ନୁହେଁ ବରଂ ବର୍ଷ ବର୍ଷ ଧରି ଚାଲି ଆସିଥିଲା ଏମିତି କୁଶ୍ଚିତ ପରମ୍ପରା ।

ଏମିତି ଏକ ଘଟଣା ସାମନାକୁ ଆସିଥିଲା ବରମୁଣ୍ଡା ରୁ । କିଛି ଦିନ ତଳେ ଭୁବନେଶ୍ବର ବରମୁଣ୍ଡା ରୁ ମାଲକାନାଗିରି ଯିବାକୁ ଯାଉଥିବା ଜଣେ ମହିଳା ବସ ଯାତ୍ରୀ ବସ ରେ ଚଢିବାକୁ ଗଲା ବେଳେ ତାଙ୍କୁ ବାରଣ କରିଥିଲେ କଣ୍ଡକ୍ଟର । ଏହାକୁ ନେଇ ମହିଳା କନିସନରଙ୍କ ନିକଟରେ ଫେରାଦ ହୋଇଥିଲେ ଘାସିରାମ ପଣ୍ଡା ନାମକ ଜଣେ ସାମାଜିକ କର୍ମୀ । ତାଙ୍କ ପିଟିସନ ଆଧାରରେ ମହିଳା କମିଶନର ଅଧ୍ଯକ୍ଷ୍ୟା ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

କମିଶନର ଅଧ୍ୟକ୍ଷା କହିଛନ୍ତି ବସ ରେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ କୁଶ୍ଚିତ ପ୍ରଥା ଉଛେଦ ହେଉ । ସେମାନଙ୍କ ନିରାପତ୍ତା ଓ ସମ୍ମାନ କୁ ସୁରକ୍ଷା ମିଳୁ । ମହିଳାଙ୍କୁ ସରକାରି ଓ ଘରୋଇ ବସ ରେ ପ୍ରଥମେ ଚଢିବାକୁ ଅନୁମତି ଦିଆଯାଉ । ବସ ରେ ମହିଳା ଙ୍କୁ ପ୍ରଥମ ଯାତ୍ରୀ ଭାବେ ଗ୍ରହଣ ନ କରିବା ଭଳି ମହିଳା ବିରୋଧୀ ପ୍ରଥା ସମ୍ପର୍କ ରେ ଅନେକ ଲୋକ ଜାଣି ନ ଥିବେ ।

କିନ୍ତୁ ବସ କର୍ମଚାରୀ ଖାସ କରି କଣ୍ଡକ୍ଟର ମାନେ ଅଲିଖିତ ଭାବେ ନିୟମ ଭାବେ ପାଳନ କରିଥାନ୍ତି । ସେଥିପାଇଁ ଅନେକ ସମୟରେ ଏଭଳି ଘଟଣା ସାମ୍ନା କୁ ଆସିଥାଏ । ରାଜ୍ୟରେ ପ୍ରଚଳିତ ଏଭଳି ପରମ୍ପରା କୁ ବନ୍ଦ କରିବା ସହ ବସ ରେ ମହିଳା ଙ୍କ ପାଇଁ ସିଟ ସଂଖ୍ୟା 50% ବଢାଇବା ଓ ମହିଳାଙ୍କ ପାଇଁ ଦିଆ ଯାଉଥିବା ସୁବିଧା ନେଇ ମହିଳା କମିଶନର ସଦସ୍ୟା ଯାଞ୍ଚ କରିବେ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନର ଅଧକ୍ଷ୍ୟା । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।