କାହିଁକି ପାଠ ପଢିବାକୁ ଚାଁହୁଥିବା ପୁଅକୁ ଦୋକାନ ଖୋଲିବାକୁ କହିଲେ ବାପା ? କାନ୍ଦି କାନ୍ଦି ଜବାବ ରଖିଲେ ବାପା ।

ନମସ୍କାର ବନ୍ଧୁଗଣ । ଏଇ କିଛି ଦିନ ହେବ 15 ବର୍ଷର ଜଣେ ପିଲାର ଭିଡିଓ ଭାଇରାଲ ହୋଇଥିଲା । ପିଲା ଟି ପାଠ ପଢିବା ପାଇଁ ଦୋକାନ ଖୋଲି ବସିଥିଲା । ପଇସା ରୋଜଗାର କରିବା ପାଇଁ ପିଲା ଟି ଦୋକାନ ଖୋଲି ବସିଥିଲା । କାରଣ ତା ବାପା ହିଁ କହିଥିଲା ପୁଅ କୁ ଦୋକାନ ଖୋଲି ବସିବାକୁ । ତେବେ ସେହି ପିଲାର ବାପା ଏବେ ଗଣମାଧ୍ୟମ ଆଗରେ ନିଜର ଦୁଃଖ ବୟାନ କରିଛନ୍ତି ଯାହାକୁ ଏବେ ଖୁବ ଚର୍ଚ୍ଚା ହେଉଛି ।

ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ସେହି 15 ବର୍ଷର ପିଲାର ବାପା କହିଛନ୍ତି ଯେ “ମୁଁ ରାଜମିସ୍ତ୍ରୀ କାମ କରେ । ମୋର ଦେହ ଅସୁସ୍ଥ ହେବା କାରଣରୁ ମୁଁ ବିଶେଷ ଭାବେ କାମ କରିପାରୁ ନାହିଁ । ତା ପରେ ମୁଁ ପୁଅକୁ କହିଥିଲି ଦୋକାନ କରି ପାଠ ପଢିବା ପାଇଁ । ତାର ମା ନାହିଁ । ତା ମା ଚାହୁଁଥିଲା ପୁଅକୁ ଡାକ୍ତର କରିବା ପାଇଁ କିନ୍ତୁ ମୋର ଏତେ କ୍ଷମତା ନାହିଁ ।

ଏବେ ପୁଅ ଚାହୁଁଛି ଇଞ୍ଜିନିୟର ହେବା ପାଇଁ । କିନ୍ତୁ ମୋର ସବଳ ନାହିଁ । ଯଦି ଆମର ପାନ ଦୋକାନ ରୁ କିଛି ପଇସା ରୋଜଗାର ହୁଏ ତେବେ କିଛି ଟା ଆମର ଦୁଃଖ କମ ହେବ । ମୋ ପୁଅର ଖବର ଗଣମାଧ୍ୟମରେ ପ୍ରସାର ହେବା ପରେ ମୁଁ ବହୁତ କାନ୍ଦି ପକାଇଥିଲି । ମୋ ପୁଅକୁ କିଏ କେମିତି ଧମକ ଦେଇ ଜିନିଷ ନେଇ ଯାଆନ୍ତି ସେଥିପାଇଁ ମୁଁ ଭୟ କରେ ।

ମୋର ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଦ୍ଵିତୀୟ ସ୍ତ୍ରୀ ସହ ମୋର ଜମା ବି ପଡେ ନାହିଁ । ପୁଅକୁ ମଧ୍ୟ ମୋର ଦ୍ଵିତୀୟ ସ୍ତ୍ରୀ ଭଲ ବ୍ୟବହାର କରେ ନାହିଁ କି ତାକୁ ପୁଅ ଭଳି ସ୍ନେହ ଦେଉ ନାହିଁ । ଆଉ ସେମିତି ଭଲ ପାଇବା ମୋ ପୁଅ ପ୍ରତି ନାହିଁ । ଓ ପ୍ରଥମ ସ୍ତ୍ରୀ ଙ୍କର ହାର୍ଟ ସମସ୍ଯା ଥିଲା । ପୁଅର ମା ଯିବା ପରେ ମୁଁ ତାକୁ ମାମୁଁ ଘରକୁ ପଠାଇ ଦେଇଥିଲି ଆଉ ତାର ସବୁ ଭଲ ମନ୍ଦ ମଧ୍ୟ ବୁଝୁଥିଲି ।

କିନ୍ତୁ ମୋର ଦେହ ଅସୁସ୍ଥ ହେବା କାରଣରୁ ମୁଁ ତାର ଖର୍ଚ୍ଚ ବୁଝିପାଉ ନାହିଁ । ମୋ ପୁଅର ପାଠ ପଢିବାକୁ ବହୁତ ଇଚ୍ଛା ଅଛି । ମୋ ପୁଅ ଯାହା ବି ପଇସା ରୋଜଗାର କରିବ ସେ ତା ନିଜ ପାଇଁ କରିବ । ମୋ ପୁଅକୁ ମା ର ମମତା ମିଳିପାରୁ ନାହିଁ ଆଉ ତାର ପାଠ ପଢା କୁ ନେଇ ସେ ବହୁତ କାନ୍ଦୁଛି” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।