ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରାୟତଃ ବ୍ୟକ୍ତିଙ୍କର ଦାନ୍ତ ଜନିତ ବହୁତ ଗୁଡିଏ ସମସ୍ଯାମାନ ରହିଥାଏ । ଯେପରି ଦାନ୍ତରୁ ରକ୍ତ ପଡିବା, ବହୁ ଶୀଘ୍ର ଦନ୍ତ ହଲିବା ଓ ଧଳା ଦାନ୍ତରୁ ହଳଦିଆ ପଦଯିବା ଭଳି ଅନେକ ସମସ୍ଯା ଦାନ୍ତରେ ଦେଖା ଯାଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପଚାର କହିବା ପାଇଁ ଯାଉଛୁ । ଯାହାକୁ ଆପଣାଇ ଆପଣଙ୍କର ଦାନ୍ତ ଜନିତ ବହୁ ଗୁଡିଏ ସମସ୍ଯାର ସମାଧାନ କରିପାରିବେ । ତେବେ ପ୍ରଥମ ଉପଚାରଟି ହେଉଛି ।
ଆପଣ ପ୍ରଥମେ ଏକ ଛୋଟ ପାତ୍ରରେ ୧ ରୁ ୨ ଚାମଚ ସୋରିଷ ତେଲ, ଚାମଚରେ ଚିମୁଟାଏ ହଳଦୀ ଗୁଣ୍ଡ ଓ ଚିମୁଟାର ଲୁଣ ଆଣି ତେଲରେ ପକାଇ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଆପଣ ପ୍ରସ୍ତୁତ କରିଥିବା ଏହି ପ୍ରକୃତିକ ଟୁଥପେଷ୍ଟକୁ ନିଜ ଦାନ୍ତରେ ୪ ରୁ ୫ ମିନିଟ ପର୍ଯ୍ୟନ୍ତ ହାତର ଆଙ୍ଗୁଠି ସାହାଜ୍ଯରେ ଦାନରେ ଘଷନ୍ତୁ । ଏହା ଦ୍ଵାରା ଦାନ୍ତ ବିନ୍ଧା, ପୋକ କାଟିବା, କ୍ୟାଭିଟି ଓ ମୁଖ ଦୁର୍ଗନ୍ଧ ଭଳି ଅନେକ ସମସ୍ଯା ଦୂର ହେବ ।
ଏହାପରେ ଦିତୀୟ ଉପାୟଟି ହେଉଛି । ଆପଣ ପ୍ରଥମେ ଏକ ପାତ୍ରରେ ଅଧ ଚାମଚ ଘଷି ପାଉଁଶର ଗୁଣ୍ଡ, ସାମାନ୍ୟ ଅଳ୍ପ ଚିମୁଟାଏ ପରିମାଣର ଫିଟିକିରୀ ଗୁଣ୍ଡ ଓ ଚିମୁଟାଏ ଲୁଣ ଏହି ୩ ଟି ଜିନିଷକୁ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଆପଣ ପ୍ରସ୍ତୁତ କରିଥିବା ଏହି ଚମତ୍କାରୀ ପ୍ରାକୃତିକ ଟୁଥପେଷ୍ଟ ପାଉଡରକୁ ହାତ ସାହାଜ୍ଯରେ ଆଣି ଦାନ୍ତ ଘଷନ୍ତୁ ।
ଦେଖିବେ ଏହାକୁ କିଛି ସପ୍ତାହ ବ୍ୟବହାର କରିବା ପରେ ଆପଣଙ୍କର ଅଧିକ ରୁ ଅଧିକ ବର୍ଷର ହଳଦିଆ କିମ୍ବା କଳା ପଡିଯାଇଥିବା ଦାନ୍ତ ମଧ୍ୟ ସଫା ପଡିବାକୁ ଆରମ୍ଭ କରିବ । ଏହା ସହ ଦାନ୍ତ ସହ ଜଡିତ ଅନେକ ସମସ୍ଯା ମଧ୍ୟ ଭଲ ହୋଇଯିବ । ବନ୍ଧୁଗଣ ଆପଣଙ୍କୁ କୁହାଯାଇଥିବା ଉପରୋକ୍ତ ୨ ଟି ନିୟମ ମଧ୍ୟରୁ ଯେକୌଣସି ଉପାୟକୁ ମଧ୍ୟ ଆପଣଙ୍କ ଦାନ୍ତ ପାଇଁ ବ୍ୟବହାର କରିବେ ।
ଆପଣ ସପ୍ତାହକ ସବୁଦିନ କିମ୍ବା ସପ୍ତାହରେ ୨ ରୁ ୩ ଥର ଏହି ଉପାୟ ମଧ୍ୟରୁ କୌଣସି ଉପାୟରେ ଦାନ୍ତ ଘଷି ପାରିବେ । ଏଥିରେ ଦାନ୍ତ ଘଷିବା ଦ୍ଵାରା କୌଣସି ପ୍ରକାର ଦାନ୍ତରେ ସାଇଡଡିଫେକ୍ଟ ଦେଖିବାକୁ ମିଳିନଥାଏ । ବଂର ଦାନ୍ତ ସଫା, ସୁନ୍ଦର ଓ ସୁସ୍ଥ ରହିଥାଏ ।
ମାର୍କେଟରେ ମିଳୁଥିବା କେମିକାଲ ମିଶ୍ରୀତ ଟୁଥପେଷ୍ଟ ଠାରୁ ଏହି ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଟୁଥପେଷ୍ଟ ଆପଣଙ୍କ ଦାନ୍ତ ପାଇଁ ଅନେକ ଲାଭକାରୀ ଅଟେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହିତ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ