ଛତିଶଗଡ କଲମା ବ୍ୟାରେଜ୍‌ର ସବୁ ଗେଟ୍ ଖୋଲିଲା.. ହୀରାକୁଦରେ ବୃଦ୍ଧି ପାଉଛି ଜଳସ୍ତର…ଓଡ଼ିଶାକୁ ମାଡି ଆସୁଛି ବଡ ବିପଦ ।

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସବୁ ରାଜ୍ୟ ରେ ବର୍ଷା ଲାଗି ରହିଛି । ଯାହା ଫଳରେ ଗ୍ରୀଷ୍ମ ପ୍ରଭାବ ରୁ ତ୍ରାହି ମିଳିଛି । କାରଣ ରାଜ୍ୟରେ ଯେଉଁ ଭଳି ଭାବେ ତାପମାତ୍ରା ବଢି ଚାଲିଥିଲା ତାହାକୁ ନେଇ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡୁଥିଲା । ଆଉ ଶେଷରେ ଓଡିଶା ରେ ମୌସୁମୀ ବାୟୁ ପ୍ରବେଶ ହେବାରୁ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ତେବେ ଭାରତୀୟ ପାଣିପାଗ କେନ୍ଦ୍ର ର ସୂଚନା ଅନୁଯାୟୀ ଉପର ମୁଣ୍ଡାରେ ବର୍ଷା ଏବେ ବି ଲାଗି ରହିଛି ।

ଯାହା କାରଣରୁ ବନ୍ୟା ହେବାର ସମ୍ଭାବନା ଆଶଙ୍କା କରା ଯାଉଛି । କିନ୍ତୁ ଏହାରି ମଦଧ୍ୟରେ ଏକ ବଡ ଖବର ଆସି ପହଞ୍ଚିଛି । ସୂଚନା ଅନୁଯାୟୀ ପୁଣି ମନ ମାନି ଆରମ୍ଭ କରି ଦେଇଛି ଛତିଶଗଡ । କଲମା ବ୍ୟାରେଜ ର ସବୁ ଗେଟ ଖୋଲି ଦେଇଛି ଛତିଶଗଡ । ଯାହା ଏବେ ଓଡିଶା ପାଇଁ ବିପଦ ସୃଷ୍ଟି କରିଛି । ଛତିଶଗଡ କଲମା ବ୍ୟାରେଜ ର ସବୁ 666 ଟି ଗେଟ ଖୋଲି ଦେଇଛି ।

ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଛତିଶଗଡ ଏହି ବ୍ୟାରେଜ ର ସବୁ ଗେଟ ଖୋଲି ଦେଇଛି । ଫଳରେ ମାଡି ଆସୁଛି ମହାନଦୀ ରେ । ଯାହା କାରଣରୁ ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । କଲମା ବ୍ୟାରେଜ ଦେଇ ମହାନଦୀ କୁ 1.18 ଲକ୍ଷ ଟୁ ସେକ ଜଳ ପ୍ରବେଶ କରୁଛି ।

ଗତ କାଲି ସକାଳ 9 ଟା ସୁଧା ହୀରାକୁଦ କୁ 72 ହଜାର ଫୁଟ ଜଳ ପ୍ରବେଶ କରିଥିବା ବେଳେ ଜଳ ଭଣ୍ଡରର ଜଳ ସ୍ତର ରହିଥିଲା 603. 50 ଟୁ ସେକ । ଆଉ ଦିନ 12ଟା ସୁଧା ଜଳ ସ୍ତର ବୃଦ୍ଧି ପାଇ 603.66 ଟୁ ସେକ ରେ ପହଞ୍ଚିଛି । ତେବେ ପ୍ରତି ସେକେଣ୍ଡ ରେ ହୀରାକୁଦ ଜଳ ଭଣ୍ଡର କୁ 79 ହଜାର 262 ଟୁ ସେକ ଜଳ ପ୍ରବେଶ କରୁଥିବା ବେଳେ 29 672 ଟୁ ସେକ ଜଳ ପ୍ରତି ସେକେଣ୍ଡ ରେ ଜଳ ଭଣ୍ଡାର କୁ ନିଷ୍କାସିତ ହେଉଛି ।

ଯାହା ଫଳରେ ଏବେ ଓଡ଼ିଶାକୁ ବନ୍ୟା ବିପଦ ଦେଖା ଦେଇଛି । ଯଦି ବନ୍ୟା ସ୍ଥିତି ଓଡିଶା ଦେଖା ଦିଏ ତେବେ ବହୁତ ବଡ କ୍ଷତି ହେବ ବୋଲି ଅନୁମାନ କରା ଯାଉଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।