କେରାଣ୍ଡି ଧରିବା ପାଇଁ ପକେଇଥିଲେ ଜାଲ, ପଡିଲା ଏତେ ବଡ଼ ମାଛ ଯେ ବଦଳିଗଲା ଗ୍ରାମବାସୀଙ୍କ ଭାଗ୍ୟ

ଆଜି ଗାଁ ଓ ପଞ୍ଚାୟତ ସାରା ଲୋକ ଦୌଡି ଆସିଛନ୍ତି ଏହି ମାଛ ଦେଖିବାକୁ । ଏତେ ବଡ ମାଛ ସେମାନେ ନିଜ ଜୀବନ କାଳ ମଧ୍ୟରେ କେବେ ବି ଦେଖି ନ ଥିଲେ । ହଁ ଦର୍ଶକ ବନ୍ଧୁ ତେବେ ଘଟଣା କିଛି ଏମିତି ଘଟିଥିଲା । ସୂଚନା ଅନୁଯାୟୀ 2 ଜଣ ଲୋକ ସାଙ୍ଗ ହୋଇ ମାଛ ଧରିବାକୁ ଯାଇଥିଲେ । ଜାଲ ଧରି ମାଛ ଧରିବାକୁ ଯାଇଥିଲେ । ଆଉ ଆଶା ଥିଲା କିଛି ଛୋଟ ବଡ ମାଛ ପଡିବ ଜାଲ ରେ ।

କିନ୍ତୁ କେବେ ଭାବି ନ ଥିଲେ ଏତେ ବଡ ଆକାରରେ ମାଛ ଜାଲ ରେ ପଡିଯିବ । ଯାହାକୁ ଦେଖି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଆପଣ ମାନେ ବି ଏ ଦ୍ରୁଶ୍ଯ ଦେଖି ପାରିବେ । କେତେ ବଡ ମାଛ ଟି ଜାଲ ରେ ପଡିଛି । 5 କିଲୋଗ୍ରାମ କି 10 କିଲୋଗ୍ରାମ ନୁହେଁ 40 ରୁ 50 କିଲୋଗ୍ରାମ ରୁ ଉର୍ଦ୍ଧ ହେବ ମାଛର ଓଜନ ।

ଆଉ ଏହି ମାଛ କୁ ଦେଖିବାକୁ ଆଖ ପାଖରୁ ଲୋକେ ଧାଇଁ ଆସୁଛନ୍ତି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଜାପୁର ଜିଲ୍ଲା ଜେନାପୁର ଥାନା ଅଧୀନ ବ୍ରହ୍ମପୁର ପାର୍ଶ୍ଵ ଦେଇ ବାଜି ଯାଇଥିବା ବ୍ରାହ୍ମଣୀ ନଦୀ ରେ । ଆଉ ସେଇ ନଦୀ ରୁ ଧରା ପଡିଛି ଏତେ ବଡ ବିରଳ ମାଛ । ତେବେ କୁହା ଯାଉଛି କି ଏହି ମାଛର ନାଁ ହେଉଛି ସାରଣ୍ଡ ମାଛ ।

ତେବେ ଗତ କାଲି ଦିନ 11 ଟା ସମୟରେ ବ୍ରହ୍ମପୁର ଗାଁ ବିଚିତ୍ର ଦଳେଇ ଓ ସୁଦର୍ଶନ ଦଳେଇ ମାଛ ଧରିବାକୁ ଗାଁ ନିକଟରେ ଥିଲା ଏହି ବ୍ରାହ୍ମଣୀ ନଦୀ କୁ ଯାଇଥିଲେ । ସେଠାରେ ମାଛ ଧରିବା ସମୟରେ ଅଚାନକ ଜାଲ ଭିତରକୁ ଏହି ବିରଳ ମାଛ ଟି ପଶି ଆସିଥିଲା । ଏତେ ବଡ ମାଛ କୁ ଦେଖିବା ପରେ ଦୁଇ ମାଛ ଧରାଳି ଆଶ୍ଚର୍ଯ୍ୟ ହୋଇଗଲେ ।

ଆଉ ପ୍ରାଣ ପ୍ରଣେ ଦୁଇ ମାହ ଧରାଳି ନଦୀ ରୁ ଜାଲ କୁ ଉଠାଇ ଥିଲେ । ଆଉ ଘୋଷାଡ଼ି ଆଣିଥିଲେ ମାଛ ଟି କୁ । ତେବେ ମାଛ ର ନାଁ ହେଉଛି କଳା ସାରଣ୍ଡ । ଯାହାର ଆନୁମାନିକ ଓଜନ ପ୍ରାୟ 40 କିଲୋଗ୍ରାମ ରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି । ତେବେ ଏହି ମାଛ କୁ 8500 ଟଙ୍କା ରେ ବିକ୍ରି କରା ଯାଇଥିବା ସୂଚନା ମିଳିଛି । ଏହି ମାଛ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ବେଶ ଭିଡ ଦେଖିବାକୁ ମିଳିଥିଲା । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।