ହାତରେ ବୋହୂର ମୁଣ୍ଡ ଧରି ଗାଁ ଦାଣ୍ଡରେ ଦୌଡୁଥିଲେ ଶ୍ୱଶୂର.. ନିଗିଡି ପଡୁଥିଲା ତାଜା…

ବନ୍ଧୁଗଣ ବର୍ଣ୍ଣିକାପୁର ଗାଁ ଦାଣ୍ଡରେ ଖୁବ ଜୋର ରେ ପାହୁଣ୍ଡ ପକାଇ ମାଡି ଚାଲିଥିଲେ ଜଣେ 62 ବର୍ଷୀୟ ବୃଦ୍ଧ । ଯିଏ ତାଙ୍କୁ ଦେଖୁଥିଲା ସେ ଛାନିଆ ହୋଇ ଯାଉଥିଲା । କାରଣ ବୃଦ୍ଧ ଜଣକ ଗୋଟେ ହାତରେ ଧରିଥିଲେ କୁରାଢି ଆଉ ଅନ୍ୟ ହାତରେ ଥିଲା ଜଣେ ମହିଳାଙ୍କ କଟା ମୁଣ୍ଡ । ଯେଉଁଥିରୁ ନିଗିଡି ପଡୁଥିଲା ରକ୍ତ । ଭୟରେ ତାଙ୍କୁ କେହି କିଛି ପଚାରିବାକୁ ସାହସ କରି ନ ଥିଲେ । ଶେଷରେ ବୃଦ୍ଧ ଜଣକ ଦୌଡି ଦୌଡି ଥାନାରେ ପହଞ୍ଚିଥିଲେ ।

ତାଙ୍କୁ ଏଭଳି ଅବସ୍ଥାରେ ଦେଖି ଥାନାରେ ଥିବା ସବୁ ପୋଲିସ କର୍ମଚାରୀ ଅବାକ ହୋଇ ରହିଗଲେ । ଏଭଳି ଦ୍ରୁଶ୍ଯ ଦେଖି ପ୍ରଥମେ କେହି କିଛି ବୁଝିପାରି ନ ଥିଲେ । କିନ୍ତୁ ପରେ ପଚରାଉଚରା କରିବାରୁ ସେ ଯେଉଁ ମହିଳାଙ୍କ କଟା ମୁଣ୍ଡ ଧରିଥିଲେ ତାହା ତାଙ୍କର ନିଜ ବୋହୁର । ଆଉ ସେ ନିଜେ ହିଁ ତାଙ୍କ ବୋହୁକୁ କୁରାଢିରେ ମାରି ହତ୍ୟା କରିଛନ୍ତି । ଆଉ ସବୁଠାରୁ ବଡ କଥା ହେଉଛି ବୃଦ୍ଧାଙ୍କ ପୁଅ ହେଉଛନ୍ତି ଜଣେ ପୋଲିସ କନେଷ୍ଟବଳ ।

ପୋଲିସର କହିବା ଅନୁଯାୟୀ ଥାନାରେ ଆତ୍ମସମର୍ପଣ କରିଥିବା ବୃଦ୍ଧ ଜଣଙ୍କ ନାଁ ହେଉଛି ରଘୁବୀର ସିଂ । ଆଉ ତାଙ୍କ ହାତରେ ଥିବା ବୋହୁର କଟା ମୁଣ୍ଡ ହେଉଛି ସାନ ବୋହୁ ପ୍ରିୟଙ୍କା ସିଂ ଙ୍କର । ରଘୁବୀରଙ୍କ ଦୁଇ ପୁଅଙ୍କ ମଧ୍ୟରୁ ବଡ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ସାନ ପୁଅ ଜଣେ ପୋଲିସ କର୍ମଚାରୀ । ତେବେ ଦୁଇ ବୋହୁଙ୍କୁ ଏକାଠି ରଖିବାକୁ ଶ୍ବଶୁରଙ୍କର ଇଚ୍ଛା ଥିଲା ।

ହେଲେ ମୃତ ବଡ ପୁଅର ସ୍ତ୍ରୀ ଓ ସାନ ପୁଅର ସ୍ତ୍ରୀ ପ୍ରିୟଙ୍କା ମଧ୍ୟରେ ସବୁବେଳେ ଝଗଡା ହେଉଥିଲା । ଦୁଇ ଜା ଙ୍କ ମଧ୍ୟରେ କଳହ କାରଣରୁ ପରିବାରରେ ଅସାନ୍ତି ଲାଗି ରହୁଥିଲା । ସାନ ବୋହୁ 29 ବର୍ଷୀୟା ପ୍ରିୟଙ୍କା ଚାହୁଁ ନ ଥିଲେ ତାଙ୍କ ବଡ ଜା ଏକାଠି ରହୁ ବୋଲି । ଏ ଘଟଣା ହେଉଛି ଉତ୍ତର ପ୍ରଦେଶ ଆଗ୍ରା ଜିଲ୍ଲା କେରୁବାଲି ଥାନା ମଲ୍ଲିକାପୁର ଗାଁ ର । ଏହି ଗାଁ ର ରଘୁବୀର ସିଂ ଙ୍କ ସାନ ପୁଅ ଗୌରବ ଫାରୁଖାବାଦ ରେ ଜଣେ ପୋଲିସ କର୍ମଚାରୀ ଭାବେ କାର୍ଯ୍ୟରତ ଅଟନ୍ତି ।

ବଡ ପୁଅଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଓ ଗୌରବଙ୍କ ସ୍ତ୍ରୀ ଉଭୟ ଗାଁ ରେ ଶାଶୁ ଶ୍ଵଶୁରଙ୍କ ସହ ରୁହନ୍ତି । ଦୁଇ ଜା ଙ୍କ ମଧ୍ୟରେ ସବୁବେଳେ ମନୋମାଳିନ୍ୟ ହୋଇଥିବା ବେଳେ ସୋମବାର ରାତିରେ ପ୍ରବଳ କଳହ ହୋଇଥିଲା । ଏହି ଝଗଡା ଉଗ୍ର ରୂପ ନେଉଥିବା ଦେଖି ଶ୍ଵଶୁର ରଘୁବୀର ଅଟକାଇବାକୁ ଚେଷ୍ଟା କରିଥିଲେ ।

ହେଲେ ପ୍ରିୟଙ୍କା ଶ୍ବଶୁରଙ୍କୁ ଗୋଇଠା ମାରିଥିଲେ ଆଉ ସେ ତଳେ ପଡି ଯାଇଥିଲେ । ଆଉ ରଘୁବୀର ରାଗି ଯାଇ ଘରେ ଥିବା କୁରାଢି ଆଣି ପ୍ରିୟଙ୍କା ଙ୍କୁ ହତ୍ୟା କରିଥିଲେ । ଆଉ ସେହି କଟା ମୁଣ୍ଡକୁ ନେଇ ରଘୁବୀର ଥାନାରେ ଆତ୍ମସମର୍ପଣ କରିଥିଲେ । ଏ ନେଇ ପ୍ରିୟଙ୍କା ବାପା ଥାନାରେ ଘରର ଅନ୍ୟ 5 ଜଣଙ୍କ ନାଁ ରେ ଏତାଲା ଦେଇଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।