ଜୁଲାଇ 1 (ଆଜି) ଠାରୁ ହୋଇପାରେ କିଛି ବଡ ପରିବର୍ତ୍ତନ । ଜାଣନ୍ତୁ କେଉଁ ସବୁ ପରିବର୍ତ୍ତନ ହେବାକୁ ଯାଉଛି ?

ନମସ୍କାର ବନ୍ଧୁଗଣ । ଆଜି ଠାରୁ ଆରମ୍ଭ ହେଲା ଜୁଲାଇ ମାସ । ଆଉ ଆଜି ଠାରୁ ହେବାକୁ ଯାଉଛି କିଛି କ୍ଷେତ୍ରରେ ବଡ ପରିବର୍ତ୍ତନ । ଯାହା ସିଧା ସଳଖ ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ଆପଣଙ୍କ ରୋଷେଇ ଘର ଠାରୁ ଆରମ୍ଭ କରି ଜୋତା କିଣିବା ସହ ବ୍ଯାଙ୍କ ନିୟମରେ ହେବାକୁ ପରିବର୍ତ୍ତନ । ଆପଣଙ୍କୁ ପରୋକ୍ଷ ହେଉ ବା ପ୍ରତ୍ୟକ୍ଷ ରେ ହେଉ ନିଶ୍ଚୟ ପ୍ରଭାବିତ କରିବ । ତେଣୁ ଏ ସବୁ ପରିବର୍ତ୍ତନ ବିଷୟରେ ଆପଣଙ୍କର ଜାଣିବା ନିହାତି ଜରୁରୀ । ଆସନ୍ତୁ ଜାଣିବା ଆଜି ଠାରୁ ଦେଶରେ କେଉଁ କେଉଁ ପରିବର୍ତ୍ତନ ହେବାକୁ ଯାଉଛି ।

1- ପରିବର୍ତ୍ତନ କଥା ଉଠିଲେ ପ୍ରଥମେ LPG ଦର କଥା ମନକୁ ଆସିଥାଏ । ତୈଳ କମ୍ପାନୀ ମାନେ ପ୍ରତି ମାସର ପହିଲାରୁ LPG ଗ୍ଯାସ ର ଦର ସଂଶୋଧନ କରିଥାନ୍ତି । ଯାହାର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳିଥାଏ । ଏଥର ବି ଆଜି ଠାରୁ LPG ଦରରେ ପରିବର୍ତ୍ତନ ହୋଇପାରେ । ଗତ 2 ମାସ ଧରି 19 କେଜି କମାର୍ଶିଆଲ ସିଲିଣ୍ଡର ଉପରେ ଦର କମାଇଥିଲେ କମ୍ପାନୀ । ମେ 1ରୁ ସିଲିଣ୍ଡର ପିଛା ଦର 172 ଟଙ୍କା କମାଇଥିବା ବେଳେ ଜୁନ 1ରୁ 83 ଟଙ୍କା ହ୍ରାସ ପାଇଥିଲା । ଯଦିଓ 14 କେଜି LPG ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

2- CNG ଓ PNG ଦରରେ ମଧ୍ୟ ଆଜି ଠାରୁ ପରିବର୍ତ୍ତନ ହୋଇପାରେ । ଗତ ମାସରେ ଏହାର ଦରରେ ପରିବର୍ତ୍ତନ ହୋଇଥିବା ବେଳେ ଏଥର ମଧ୍ୟ ଦର ବଦଳିବାର ସମ୍ଭାବନା ରହିଛି ।

3- ଏହା ପରେ ବଡ ପରିବର୍ତ୍ତନ ବ୍ୟାକିଙ୍ଗ ସେକ୍ଟରକୁ ନେଇ ପ୍ରାଇଭେଟ ସେକ୍ଟରର ସବୁଠାରୁ ବଡ ବ୍ଯାଙ୍କ HDFC ସହ ମିଶିବାକୁ ଯାଉଛି HDFC ଲିମିଟେଡ ଫାଇନାନ୍ସ କମ୍ପାନୀ । ଫଳରେ ଏହି ବ୍ୟାଙ୍କର ସବୁ ବ୍ରାଞ୍ଚରେ HDFC ଫାଇନାନ୍ସ କମ୍ପାନୀର ସବୁ ସୁବିଧା ମିଳିପାରିବ । ଏହାର ଅର୍ଥ HDFC ବ୍ୟାଙ୍କର ବ୍ରାଞ୍ଚ ଗୁଡିକରେ ଲୋନ, ବ୍ୟାକିଙ୍ଗ ସମେତ ଅନ୍ୟ ସବୁ ସେବା ଉପଲବ୍ଧ ହେବ । 4- ଏହା ପରେ RBI କିଛି ନୂଆ ପରିବର୍ତ୍ତନ ଆଣିପାରେ ଆଜି ଠାରୁ । ଆଜିକା ଦିନରେ ଫିକ୍ସ ଡିପୋଜିତ ରେ ମିଲିଥୁବା ସୁଧା ଗ୍ରାହକଙ୍କୁ ସବୁଠୁ ଆକ୍ରୁଷ୍ଟ କରୁଥିବା ବେଳେ RBI ନିଜର MD ରେ ଚେଜ ଆଣିପାରେ । 2022ରେ ଆରବିଆଇ ର MD ର ସୁଧା 7.35% ମିଳିଥିବା ବେଳେ ଆଜି ଠାରୁ ଏହା 8.5% କୁ ବୃଦ୍ଧି ପାଇବ ବୋଲି ସୂଚନା ରହିଛି ।

5- ଜୁଲାଇ ମାସ ଠାରୁ ଅର୍ଥାତ ଆଜି ଠାରୁ ଦେଶରେ ଖରାପ କ୍ଵାଲିଟି ଜୋତା, ଚପଲ ତିଆରି ଓ ବିକ୍ରି ଉପରେ ରୋକ ଲାଗିବ । କାରଣ ଦେଶରେ କ୍ଵାଲିଟି କଣ୍ଟ୍ରୋଲ ଅର୍ଡର QCO ଲାଗୁ କରିବାକୁ ଘୋଷଣା ଅରିଛନ୍ତି କେନ୍ଦ୍ର ସରକାର । ଏହା ପରେ ସବୁ ଫୁଟ ୱେୟାର କମ୍ପାନୀ ଗୁଡିକ ଏହି ନିୟମକୁ ମାନିବାକୁ ବାଧ୍ୟ ହେବେ । ଶେଷରେ ଜୁଲାଇ ମାସରେ ମୋଟ 15 ଦିନ ବ୍ଯାଙ୍କ ସେବା ବନ୍ଦ ରହିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।