ଜଗା ଦର୍ଶନ ବେଳେ ଲକ୍ଷ ଲକ୍ଷ ଟଙ୍କା ଲୁଟିଲେ । ପୁରୀରେ ହେଉଥିଲା ଜଗା ଦର୍ଶନ ଏପଟେ ଘରେ ହେଉଥିଲା ଲୁଟ । 7 ଘଣ୍ଟାରେ 12 ଲକ୍ଷ ଲୁଟିଲେ । ହଁ ଦର୍ଶକ ବନ୍ଧୁ ପରିବାର ସହ ଯାଇଥିଲେ ମହାପ୍ରଭୁ ଙ୍କ ଦର୍ଶନ ପାଇଁ । କାହିଁକି ଏବେ ଚାଲିଛି ରଥଯାତ୍ରା ର ସମୟ । ଆଉ ରଥଯାତ୍ରା ସାହି ବାହୁଡା ଯାତ୍ରା ମଧ୍ୟ ଶେଷ ହୋଇଛି । ହେଲେ ଜାଗାକୁ ଦର୍ଶନ କରିଲେ କିନ୍ତୁ ଘରେ ଆସି ଦେଖିଲା ବେଳକୁ ଲକ୍ଷ ଲକ୍ଷ ତାଙ୍କ ଗାଏବ ହୋଇ ଯାଇଛି ।
ସୂଚନା ଅନୁଯାୟୀ ଭୁବନେଶ୍ବର କ୍ୟାପିଟାଲ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗତ ରବିବାର ଦିନ ସନ୍ଧ୍ୟା 7ଟା ବେଳେ ସପରିବାର ସହ ଯାଇଥିଲେ ମହାପ୍ରଭୁ ଙ୍କୁ ଦେଖିବା ପାଇଁ । କିନ୍ତୁ ଘରକୁ ଫେରିବାକୁ ରାତି ପ୍ରାୟ 2ଟା ହୋଇ ଯାଇଥିଲା । ଆଉ ଘରକୁ ଫେରି ଦେଖିଲା ବେଳକୁ ଘରର ତାଲା ଭାଙ୍ଗି ଯାଇଛି । ଆଉ ଘରେ ସବୁ ଜିନିଷପତ୍ର ଏଣେତେଣେ ହୋଇ ପଡି ରହିଛି ।
ଆଉ ସେତେବେଳେ ଜଣା ପଡିଲା ଚୋର ମାନେ 7 ଘଣ୍ଟାରେ ପୁରା 12 ଲକ୍ଷ ଟଙ୍କା ଲୁଟ ନେଇଛନ୍ତି । ବିଧାନସଭା ର ଆସିଷ୍ଟାନ୍ଟ ସେକ୍ସନ ଅଫିସରେ ଭାବେ ପ୍ରଣବ କୁମାର ପଣ୍ଡା ଅଛନ୍ତି । ବାହାରେ ଥିବା ବଜାଜ ପଲସର ବାଇକ ମଧ୍ୟ ଦୁର୍ବୁତ୍ତ ମାନେ ଉଠାଇ ନେଇଛନ୍ତି । ତା ପରେ ପ୍ରଣବ କୁମାର କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ।
କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସବୁ ଦିଗକୁ ତନ ତନ କରି ଯାଞ୍ଚ କରୁଛି । ପ୍ରାଣବଙ୍କର କହିବା ଅନୁଯାୟୀ ତାଙ୍କ ଘରେ ଆଗରେ ଏକ ପାଚେରି ରହିଛି । ଯେଉଁଥି ପ୍ରତି ଦିନ ସେଠିକାର ପିଲା ମାନେ ଆସି ବସା ଉଠା କରିଥାନ୍ତି । ସେହି ପିଲାମାନେ ତାଙ୍କ ଘରୁ ଚୋରୀ କରିଥିବା ନେଇ ପ୍ରଣବ କୁମାର ଅଭିଯୋଗ କରିଛନ୍ତି ।
ତେବେ ଏ ନେଇ ପୋଲିସ ପାଖରେ ଅଭିଯୋଗ ହେବା ପରେ କ୍ୟାପିଟାଲ ପୋଲିସ ବସ୍ତି ର 2 ଜଣଙ୍କୁ ଉଠାଇ ଆଣିଥିଲା । ତା ପରେ ସେହି ଦୁଇ ଜଣ ଯୁବକ ଙ୍କୁ ପଚରା ଉଚରା କରି ପୋଲିସ ଛାଡି ଦେଇଛି । ତେବେ ପ୍ରଣବ କୁମାର ପଣ୍ଡା ଙ୍କ ଅଭିଯୋଗ କୁ ଆଧାର କରି ପୋଲିସ ଏବେ ତନ ତନ କରି ଯାଞ୍ଚ କରୁଛି ।
ତେବେ ଦେଖିବାକୁ ବାକି ରହିଲା ପୋଲିସ କେବେ ଅପରାଧୀ ଙ୍କୁ ଧରିବାରେ ସଫଳ ହେଉଛି । ଆଉ ପ୍ରଣବ କୁମାର ପଣ୍ଡାଙ୍କର ଚୋରୀ ହୋଇଥିବା ସବୁ ଜିନିଷ ସାମଗ୍ରୀ ସେ କେବେ ଫେରି ପାଉଛନ୍ତି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର ଓ କମେଣ୍ଟ କରନ୍ତୁ, ଧନ୍ୟବାଦ ।