ପୁଅ କୁ ମଣିଷ କରିବାକୁ ଯାଇ ମା ମଧ୍ୟାହ୍ନ ରୋଷେଇ କରିଲେ ଆଉ ଆଜି ପୁଅ IAS ହେଲେ… ଜାଣନ୍ତୁ ତାଙ୍କ ସଂଘର୍ଷ କାହାଣୀ

ମଧ୍ୟାହ୍ନ ଭୋଜନ କରି ପୁଅକୁ ପାଠ ପଢାଇଲେ । ପୁଅ ହେଲା IAS । ହଁ ଦର୍ଶକ ଏଠାରେ କହି ରଖୁଛୁ 2023 ରେ ପ୍ରକାଶ ପାଇଥିବା UPSC ପରୀକ୍ଷାରେ 410ତମ ସ୍ଥାନ ରଖିଥିବା ଟୋଗରେ ରବିୟା ଙ୍କ କଥା । ଆଜି ସଫଳତା ପାଇବା ପରେ ତାଙ୍କୁ କେତେ ସମ୍ମାନ ଓ ପ୍ରଶଂସା ମିଳୁଛି । ହେଲେ ଏହି ସଫଳତା ପଛରେ ଯେଉଁ କାହାଣୀ ରହିଛି ତାହା କେତେ ଯନ୍ତ୍ରଣା ଦାୟକ ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ଜୀବନରେ ଲକ୍ଷ୍ୟ ସ୍ଥିର କରିବାର ଅଛି ତ ଏକ ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କର । ଯାହାକୁ ପୂରଣ କରିବା ର ରାସ୍ତାରେ ସମସ୍ୟା ତ ଆସିବ କିନ୍ତୁ ନିଜ ଲକ୍ଷ୍ୟ ପଥରୁ କେବେ ବି ବିଚ୍ଯୁତ ହେବ ନାହିଁ ଦେଖିବ ଦିନେ ନା ଦିନେ ସଫଳତା ତୁମର ପାଦ ଛୁଇଁବ । ଏହି କଥା କହିଛନ୍ତି IAS ଅଧିକାରୀ ହୋଇଥିବା ଟୋଗରେ ରବିୟା । ତାଙ୍କୁ ମାତ୍ର 4 ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପା ଦୁନିଆରୁ ସବୁ ଦିନ ପାଇଁ ଚାଲି ଯାଇଥିଲେ ।

ପରିବାର ଚଳାଇବାକୁ ମା ଘରୁ ଗୋଡ କାଢିଲେ । ସ୍କୁଲ ଶିକ୍ଷକ ଙ୍କୁ ଅନୁରୋଧ କରିବା ପରେ ତାଙ୍କ ମା ଙ୍କୁ ସେଠାରେ ମଧ୍ୟାହ୍ନ ଭୋଜନ ରାନ୍ଧିବାକୁ ରୋଷେୟା କାମ ମିଳିଲା । ମାତ୍ର 1500 ଟଙ୍କାରେ ମଧ୍ୟାହ୍ନ ଭୋଜନ କରିବାକୁ ଆରମ୍ଭ କରିଲେ ମା ବିସ୍ତାର ବାଇ ପରିବାର ପାଇଁ । କିନ୍ତୁ ତାଙ୍କ ମା ଙ୍କ ମନରେ ବଡ ଇଚ୍ଛା ଥିଲା କେମିତି ପିଲା ମାନେ ପାଠ ପଢିବେ, ସାମାଜରେ ମୁଣ୍ଡ ଟେକି ଛିଡା ହେବେ ।

ଯାହା ଯେମିତି ହୁଏ ଟୋଗରେ ଙ୍କ ସ୍କୁଲ ପଢା ତେଲେଙ୍ଗାନା ୱେଲଫେୟାର ରେସିଡେନ୍ସ ସ୍କୁଲରେ ବୀତିଗଲା । ଏହାପରେ ହାଇଦ୍ରାବାଦ ସ୍ଥିତ TSWR ଜୁନିୟର କଲେଜରେ ଯୁକ୍ତ 2 ଶେଷ କରିଲେ । 2017ରେ IIT କ୍ରାଟ କରିଲେ ସେ । ମାଡ୍ରାସ IIT ରେ କେମିକାଲ ଇଞ୍ଜିନିୟରିଙ୍ଗ ରେ ଇଣ୍ଟିଗ୍ରେଟ କୋର୍ସ କରିବାକୁ ଚୟନ ହେଲେ । କିନ୍ତୁ ରେଜିଷ୍ଟ୍ରେଶନ କରିବାକୁ ତାଙ୍କ ପାଖରେ ସମ୍ବଳ ନ ଥିଲା ।

ଏଥିପାଇଁ 20 ହଜାର ଟଙ୍କା ନ ଥିବାରୁ ସହଯୋଗର ହାତ ବଢାଇ ଥିଲେ ଜିଲ୍ଲାପାଳ ଟୋଗରେ ଙ୍କୁ । ଏତିକିରେ ନିଜର ଲକ୍ଷ୍ୟ ଧାର୍ଯ୍ୟ କରି ନେଲେ ଟୋଗରେ । ସେ ଯେମିତି ସାହାର୍ଯ୍ୟ ପାଇ ଯେମିତି IAS ହେଲେ ସେ ମଧ୍ୟ ସେମିତି ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିପାରିବେ । ପରିବାରର ଆର୍ଥିକ ସମସ୍ଯା କାରଣରୁ IIT ଶେଷ ପରେ OAGC ରେ ଚାକିରି କରିଲେ ।

ହେଲେ IAS ପଢିବାର ଇଚ୍ଛା ତାଙ୍କ ମନକୁ ଆସୁଥିଲା । ସେଥିପାଇଁ ଚାକିରି ସହ UPSC ପାଇଁ ପ୍ରସ୍ତୁତି କରିଲେ । 2022ରେ ସେ ପରୀକ୍ଷା ଦେଲେ ଆଉ ଶେଷରେ ସଫଳ ହେଲେ ଟୋଗରେ । ସେ ତାଙ୍କର ପୁରା ଅଞ୍ଚଳରେ ହେଲେ ପ୍ରଥମ IAS ତେବେ ଦୁଃଖି  ମା ର ସବୁ ଦୁଃଖ ଦୂରେଇ ଦେଲା ଅପୁଅ ହେଲେ ପୁଅକୁ ମଣିଷ କରିବାକୁ ମା ଯେଉଁ କାମ କରୁଛନ୍ତି ତାହା ଛାଡିବାକୁ ନାରାଜ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।