ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ବରିଷ୍ଠ ନାୟକ ତଥା ଖଳନାୟକ ଭାବେ ପରିଚିତ ରାଇମୋହନ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ବର୍ଷକ ତଳେ ସେ ଆତ୍ମହତ୍ୟା କରି ସବୁ ଦିନ ପାଇଁ ଦୁନିଆରୁ ବିଦାୟ ନେଇଥିଲେ । ଆଉ ତାଙ୍କ ମୃତ୍ୟୁ ପରେ ତାଙ୍କ ପୁରା ପରିବାରକୁ ଅପମାନ କରା ଯାଇଥିଲା । ରାଇମୋହନ ଙ୍କ ମୃତ୍ୟୁ ର ବର୍ଷକ ପରେ ତାଙ୍କ ଦୁଇ ଝିଅ ଗଣମାଧ୍ୟମରେ ନିଜର ପ୍ରକ୍ରିୟା ଜାହିର କରିଛନ୍ତି ।
ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ରାଇମୋହନ ଙ୍କ ବଡ ଝିଅ କହିଛନ୍ତି ଯେ “ମୁଁ ସେଦିନ କଟକ ବୁଲିବାକୁ ଯାଇଥିଲି ମୁଁ ଲିପଷ୍ଟିକ ଲଗେଇ ଯାଇଥିଲି । ମୋ ବାପା ଯେତେବେଳେ ଚାଲିଗଲେ ମୁଁ ଲିପଷ୍ଟିକ ପୋଛିବି କି ନାହିଁ କଣ ମୋର ମନେ ରହିବ ? ସେହି କଥାକୁ ନେଇ ମିଡିଆ ବାଲା କେତେ ହାଇ ଲାଇଟ କରିଛନ୍ତି । ମିଡିଆ ବାଲା କହିଲେ ବାପା ଚାଲି ଯାଇଛି ଝିଅ ଲିପଷ୍ଟିକ ଲଗେଇ ବୁଲୁଛି ।
ବର୍ଷେ ପୂର୍ବରୁ ଯେଉଁ ସବୁ ଭିଡିଓ ପୋଷ୍ଟ ହୋଇଥିଲା ତାହା ଆପଣ ମାନେ ଦେଖି ପାରିବେ । ମୋର ସାନ ଭଉଣୀ ଯାହାର ବୟସ ମାତ୍ର 19 ବର୍ଷ ତାକୁ କୁହା ହେଲା ଡ୍ରଗ ଆଡିକ୍ଟ କାରଣ ସେ ବାହା ହୋଇ ନାହିଁ । ସେ ଘରେ ଥିଲା ନିହାତି ତା ପାଇଁ ଝଗଡା ହେଉଥିବ । ଲୋକେ ବୁଝିଲେ ନାହିଁ ଆମର ସ୍ଥିତି କଣ ଥିଲା ? ବାପାଙ୍କ ଜୀବନା ପରେ ମିଡିଆ ସୋସିଆଲ ମିଡିଆରେ ଅନେକ କଥା ଲେଖା ହେଲା ।
ମୋତେ ଓ ସାନ ଭଉଣୀ କୁ ନେଇ ଅନେକ ପ୍ରକାରର ମିଥ୍ୟା କଥା ପ୍ରଚାର ହେଲା । ମୋ ବାପାଙ୍କ ସମ୍ପତି କହିଲେ ଆମେ ଦୁଇ ଝିଅ । କିନ୍ତୁ ମିଡିଆ ଆମକୁ ଏତେ ଖରାପ କରିଲେ ଯାହା ପାଇଁ ଲୋକ ଆମକୁ ଦୋଷୀ କରି ଦେଲେ । ବାପା ସବୁ ଅଧା ରଖି ଚାଲିଗଲେ । କିଛି ବି ପୁରା କରିକି ଗଲେ ନାହିଁ । ସେ ଯଦି ମନ ଖୋଲିକି କହିଥାନ୍ତେ ତା ହାଲେ ଆମେ କିଛି ଜାଣିପାରୁ ଥାନ୍ତୁ ।
ସେ ଏମିତି କଣ ପାଇଁ କରିକି ଚାଲିଗଲେ ଯାହା ପାଇଁ ଦୁନିଆ ଆମକୁ ଦୋଷୀ କରି ଦେଲା । ଯେଉଁ ଦିନ ବାପା ଚାଲିଗଲେ ମିଡିଆ ବାଲା ଆମକୁ ବହୁତ ତର୍ଚର କରିଛନ୍ତି । ସେଦିନ କଣ ପରିସ୍ଥିତି ହୋଇଛି ମୁଁ ଏକ୍ସପ୍ଳେନ କରିପାରୁ ନାହିଁ । ଆମେ ବାପାଙ୍କ ଆଗରେ କେବେ ବି ଜୋର ରେ ବଡ ପାଟି କରି କି କଥା ହୋଇନୁ” ।
ତା ପରେ ରାଇମୋହନ ଙ୍କ ସାନ ଝିଅ କହିଛନ୍ତି ଯେ “ବର୍ଷକ ଭିତରେ ଏମିତି ଗୋଟେ ଦିନ ବି ଯାଇନି ଯେଉଁ ଦିନ ବାପାଙ୍କ କଥା ମୋର ମନେ ପଡେ ନାହିଁ । ଏହାପରେ ରାଇମୋହନ ଙ୍କ ସ୍ତ୍ରୀ ରଞ୍ଜିତା କହୁଛନ୍ତି କି ଯେତିକି ସେ ଆମକୁ ସମ୍ମାନ ଦେଇଥିଲେ ତା ଠାରୁ 100 ଗୁଣା ଅଧିକ ଆମକୁ ବଦନାମ ଦେଇଗଲେ” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।