ଛୁଟି ମିଳିଲା ନାହିଁ ମଧ୍ୟପ୍ରଦେଶର ଉପଜିଲ୍ଲାପାଳ ଚାକିରି ରୁ ଦେଲେ ଇସ୍ତଫା

ଆବେଦନ ପରେ ବି ଛୁଟି ମିଳିଲାନି । ତୁରନ୍ତ ଚାକିରିରୁ ଇସ୍ତଫା ଦେଇଦେଲେ ଉପଜିଲ୍ଲାପାଳ । ହଁ ଦର୍ଶକ ବନ୍ଧୁ ମଧ୍ୟ ପ୍ରଦେଶ ଛତରପୁର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ନିଶା ବାଙ୍ଗେରେ ଙ୍କ କଥା । ନିଜର ମୌଲିକ ଅଧିକାର ପାଇଁ ସେ ଏକ ବଡ ନିସ୍ପତି ନେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଘର ପ୍ରତିଷ୍ଠା ଓ ଏକ ଧାର୍ମିକ ସମ୍ମିଳନୀରେ ଯୋଗ ଦେବାକୁ ଏକାଧିକ ଥର ଛୁଟି ପାଇଁ ଆବେଦନ କରିଥିଲେ ବି ଉପରସ୍ଥ ଅଧିକାରୀ ଶୁଣି ନ ଥିଲେ ।

ଏଣୁ ବାଧ୍ୟ ହୋଇ ଚାକିରିରୁ ଇସ୍ତଫା ଦେବାକୁ ନିସ୍ପତି ନେଲେ ନିଶା । ତାଙ୍କ ଅଭିଯୋଗ ଯେ ପ୍ରଶାସନିକ ଅଧିକାରୀ ତାଙ୍କ ଛୁଟି କୁ 2 ଥର ବାତିଲ କରିଥିଲେ । ଯାହା ତାଙ୍କୁ ଗଭୀର ଆଘାତ ଦେଇଥିଲା । ଏବଂ ସେ ତୁରନ୍ତ ନିଜ ପଦରୁ ଇସ୍ତଫା ଦେବାକୁ ନିସ୍ପତି ନେଇଥିଲେ । ଇସ୍ତଫା ପତ୍ର ଲେଖି ସମ୍ପୃକ୍ତ ଉଚ୍ଚ ପଦସ୍ଥ ବିଭାଗୀୟ ଅଧିକାରୀଙ୍କୁ ପଠାଇଥିଲେ । ନିଶାଙ୍କ କହିବା ଅନୁଯାୟୀ ସେ ଏବେ ଲବକୁଶ ନଗରରେ SDM ଭାବେ କାର୍ଯ୍ୟରତ ଅଟନ୍ତି ।

ବାତିଲ ଜିଲ୍ଲା ଆମଲା ନିର୍ବାଚନ ମଣ୍ଡଳୀରେ ସେ ନିଜର ନୂଆ ଘର କରିଛନ୍ତି । ଆଜି ତାଙ୍କର ଘର ପ୍ରତିଷ୍ଠାର କାର୍ଯ୍ୟକ୍ରମ ରହିଥିଲା । ଏହି ଅବସରରେ ସେଠାକୁ ଭଗବାନ ବୁଦ୍ଧଙ୍କ ପ୍ରତିମା ଅଣାଯିବା ସହ ବଡ ଧରଣର ଧାର୍ମିକ ଆୟୋଜନ କରାଯିବ । ଏଥିପାଇଁ ବିପୁଳ ପରିମାଣରେ ଅତିଥିଙ୍କୁ ନିୟନ୍ତ୍ରଣ ହୋଇଛି । କିନ୍ତୁ ଏହା ଉପରେ ଆପତ୍ତି ଆଣିଥିଲେ ପ୍ରଶାସନିକ ବିଭାଗ ।

ଏପରି କୌଣସି ସର୍ବାନ୍ଵୟ ଧାର୍ମିକ ଅନୁଷ୍ଠାନ ପାଇଁ ଛୁଟି ମିଳିପାରିବ ନାହିଁ ବୋଲି କହିଥିଲେ ଉଚ୍ଚ ଅଧିକାରୀ ଯାହା ନିଶାଙ୍କ ଧାର୍ମିକ ଓ ଭାବନାତ୍ମକ ଆବେଗକୁ ଆଘାତ ପହଞ୍ଚାଇ ଥିଲା । ଯେଉଁଥି ସେ ନିଜର ମୌଳିକ ଅଧିକାରକୁ ସୁରକ୍ଷା ଦେଇପାଉ ନାହାନ୍ତି ସେଠାରେ ଜନତାଙ୍କ ଅଧିକାରକୁ କିପରି ନ୍ୟାୟ ଦେବେ ଭାବି ତାଙ୍କର ପଦବୀରେ ରହିବାର ଇଚ୍ଛା ନାହିଁ ଓ ସେଥିପାଇଁ ସେ ଇସ୍ତଫା ଦେଇଛନ୍ତି ।

ଇସ୍ତଫା ଦେବା ପରେ ବି ତାଙ୍କର ଏଭଳି ନିସ୍ପତି ଉପରେ ପ୍ରଶ୍ନ ଉଠିଛି । କିଛି ସ୍ଵାର୍ଥପର ବ୍ୟକ୍ତି ତାଙ୍କର ନିସ୍ପତିକୁ ରାଜନୀତି ରଙ୍ଗ ଦେବାକୁ ଚେଷ୍ଟା କଇଛନ୍ତି । ଆଗାମୀ ବିଧାନସଭା ନିର୍ବଚନରେ ନିଶା ଆମଲା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇପାରନ୍ତି । ତେଣୁ ଏଥିପାଇଁ ପ୍ରସ୍ତୁତି କରିବାକୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଏହାକୁ ଖଣ୍ଡନ କରିଛନ୍ତି ନିଶା ବାଙ୍ଗରେ ।

ନିଶା ବିଦେଶ ସମ୍ରାଟ ଅଶୋକ ପ୍ରଦ୍ୟୋଗୀଙ୍କ ସଂସ୍ଥା ରୁ 2014ରେ ଇଞ୍ଜିନିୟରିଙ୍ଗ ପାସ କରିଛନ୍ତି । ଏହା ପରେ ଏକ ଘରୋଇ କମ୍ପୋନୀ ରେ ଚାକିରି କରିଲେ । ହେଲେ ଇଛା ଥିଲେ ଜନ ସେବା କରିବାକୁ । ତେଣୁ 2016ରେ ମଧ୍ୟ ପ୍ରଦେଶ ଲୋକସଭା ଆୟୋଗ ପରୀକ୍ଷାରେ ସଫଳତା ପାଇ ଡେପୁଟି SP ଭାବେ କାର୍ଯ୍ୟ କରିଲେ । 2017ରେ ଏମପି ପିଏସୀ ପରୀକ୍ଷାରେ ସଫଳତା ପାଇ ଡେପୁଟି କଲେକ୍ଟର ପଦ ପାଇଲେ । ତେବେ ଜୁନ 22 2023ରେ ଇସ୍ତଫା ଦେଇ ଅନେକଙ୍କ ମତ ଜିଣିଛନ୍ତି ନିଶା ବାଙ୍ଗରେ ।